ଯାଜପୁର: ହିଟୱେଭକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲାରେ ଆସନ୍ତା ୨୫ ତାରିଖ ଯାଏଁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଆସନ୍ତା ୨୨ ତାରିଖରୁ ୨୫ ତାରିଖ ଯାଏଁ ସ୍କୁଲ ବନ୍ଦ ରହିବା ନେଇ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ରାଜ୍ୟରେ ଗୁଳୁଗୁଳି ଓ ପ୍ରବଳ ଖରା କଲବଲ କରୁଛି । ପଶ୍ଚିମରୁ ଉପକୂଳ ସବୁଠି ଅସମ୍ଭାଳ ତାତି। ଆଜି ୧୮ଟି ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ ହୋଇଛି। ଝାରସୁଗୁଡାରେ ୪୩.୬ ଡିଗ୍ରୀ ସବୁଠୁ ଉତ୍ତପ୍ତ ସହର।


