Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୀତି ଓ ଜନସାଧାରଣଙ୍କ ମଧ୍ୟରେ ସଂଯୋଗର ସେତୁ ସାଜିଛି କମ୍ୟୁନିଟି ରେଡିଓ
ଆଜିର ଖବର

ନୀତି ଓ ଜନସାଧାରଣଙ୍କ ମଧ୍ୟରେ ସଂଯୋଗର ସେତୁ ସାଜିଛି କମ୍ୟୁନିଟି ରେଡିଓ

April 22, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ର ଆଜି ସହର ଉପକଣ୍ଠରେ ଥିବା ରଙ୍ଗ ବଜାରରେ ଅବସ୍ଥିତ ଏକ କମ୍ୟୁନିଟି ରେଡିଓ ଷ୍ଟେସନ୍, ରେଡିଓ ଭୁବନେଶ୍ୱର (୮୯.୨ ଏଫଏମ୍) ପରିଦର୍ଶନ କରିଛନ୍ତି। ଷ୍ଟେସନ୍ ମୁଖ୍ୟ ଶ୍ରୀ ସୁବ୍ରତ ପତି ତାଙ୍କୁ ଷ୍ଟେସନର କାର୍ଯ୍ୟକାରିତା, ଏହାର କାର୍ଯ୍ୟକ୍ରମ ଏବଂ ପ୍ରସାର ପାଇଁ ନିଆଯାଉଥିବା ପଦକ୍ଷେପ ବିଷୟରେ ସୂଚନା ଦେଇଥିଲେ। ଗସ୍ତ ସମୟରେ, ଏଡିଜି ଗୋଷ୍ଠୀ ସମ୍ପର୍କ ପାଇଁ କମ୍ୟୁନିଟି ରେଡିଓ ଷ୍ଟେସନ ପକ୍ଷରୁ ଯେଉଁ ସବୁ ପ୍ରୟାସ କରାଯାଉଛି, ସେ ବିଷୟରେ ଅଧିକ ଜାଣିବା ଲାଗି ଦଳ ସହିତ ମଧ୍ୟ ଆଲୋଚନା କରିଥିଲେ।
ନୀତି ପ୍ରଣୟନ ଏବଂ ନାଗରିକମାନଙ୍କ ନିକଟରେ ଏହା ପ୍ରଭାବଶାଳୀ ଢଙ୍ଗରେ ପହଞ୍ଚିବା ମଧ୍ୟରେ ରହିଥିବା ବ୍ୟବଧାନକୁ ଦୂର କରିବାରେ କମ୍ୟୁନିଟି ରେଡିଓ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ବୋଲି ଏଡିଜି କହିଥିଲେ। ଶେଷ-ମାଇଲ ସଂଯୋଗର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥଲେ। ସେ କହିଥିଲେ ଯେ ଯୋଗାଯୋଗର ପ୍ରକୃତ ମୂଲ୍ୟ ସେତେବେଳେ ମିଳିଥାଏ, ଯେତେବେଳେ ଏହା ଉପଯୁକ୍ତ ହିତାଧିକାରୀଙ୍କ ପାଖରେ ସ୍ପଷ୍ଟ ରୂପେ, ସୁଗମ ଭାବରେ ଏବଂ ସଂଯୋଗର ଭାବନା ସହିତ ପହଞ୍ଚିଥାଏ।
କମ୍ୟୁନିଟି ରେଡିଓ କ୍ଷେତ୍ରରେ ଓଡ଼ିଶାର ବୃଦ୍ଧି ପାଉଥିବା ଉପସ୍ଥିତି ଉପରେ ଉଲ୍ଲେଖ କରି ଶ୍ରୀ ମିଶ୍ର କହିଥିଲେ, ତୃଣମୂଳ ସ୍ତରରେ ସରକାରୀ ଯୋଜନା ଏବଂ ବିକାଶମୂଳକ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରସାରଣ ପାଇଁ ଏପରି ପ୍ଲାଟଫର୍ମ ପ୍ରଭାବଶାଳୀ ମାଧ୍ୟମ ଭାବରେ କାର୍ଯ୍ୟ କରୁଛି। କମ୍ୟୁନିଟି ରେଡିଓ ସ୍ଥାନୀୟ ଭାଷା, ସାଂସ୍କୃତିକ ପ୍ରସଙ୍ଗ ଏବଂ ସମୁଦାୟର ନିର୍ଦ୍ଦିଷ୍ଟ ଆବଶ୍ୟକତା ପୂରଣ କରି ସଚେତନତା ଏବଂ ଜନଭାଗୀଦାରୀକୁ ଉଲ୍ଲେଖନୀୟ ଭାବରେ ମଧ୍ୟ ବୃଦ୍ଧି କରିଥାଏ।
ଯୋଗାଯୋଗ ପ୍ରକ୍ରିୟାରେ ବିଶ୍ୱାସ ଏବଂ ମତାମତର ଆବଶ୍ୟକତା ଉପରେ ଶ୍ରୀ ମିଶ୍ର ଗୁରୁତ୍ୱାରୋପ କରିଥିଲେ। ଉଲ୍ଲେଖ କରିଥିଲେ ଯେ କମ୍ୟୁନିଟି ରେଡିଓ ଦ୍ୱିପାକ୍ଷିକ ପାରସ୍ପରିକ ଭାବବିନିମୟକୁ ସହଜ କରିଥାଏ ଏବଂ କର୍ତ୍ତୃପକ୍ଷଙ୍କୁ ସ୍ଥାନୀୟ ସମସ୍ୟା ଏବଂ ଲୋକମାନଙ୍କର ଆବଶ୍ୟକତାକୁ ଭଲ ଭାବରେ ବୁଝିବାରେ ସକ୍ଷମ କରିଥାଏ। ଏହି ଅଂଶଗ୍ରହଣମୂଳକ ଆଭିମୁଖ୍ୟ ଶାସନକୁ ସୁଦୃଢ଼ କରିଥାଏ ଏବଂ ଅଧିକ ପ୍ରତିକ୍ରିୟାଶୀଳ ଏବଂ ଅନ୍ତର୍ଭୁକ୍ତ ନୀତି କାର୍ଯ୍ୟାନ୍ୱୟନକୁ ସମର୍ଥନ କରିଥାଏ।
ଏହି ଗସ୍ତ ସମାବେଶୀ ଯୋଗାଯୋଗ ଏବଂ ଜନସମ୍ପର୍କ ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ଭାବରେ କମ୍ୟୁନିଟି ରେଡିଓକୁ ବ୍ୟବହାର କରିବାର ଗୁରୁତ୍ୱକୁ ପରିଭାଷିତ କରିଛି। ଏହା ସରକାରୀ ପଦକ୍ଷେପଗୁଡ଼ିକୁ ସମାଜର ପ୍ରତ୍ୟେକ ବର୍ଗ ନିକଟରେ ପ୍ରଭାବଶାଳୀ ଭାବରେ ପହଞ୍ଚାଇବା ସୁନିଶ୍ଚିତ କରିବାର ବ୍ୟାପକ ଉଦ୍ଦେଶ୍ୟକୁ ମଧ୍ୟ ସମର୍ଥନ ଦେଇଥାଏ।

community radio fm radio
Share. Facebook Twitter LinkedIn Email WhatsApp Copy Link

Related Posts

ପାଞ୍ଚ ଦିନିଆ ଆସାମ ଗସ୍ତରେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

September 21, 2026

ଆଜି ସେପ୍ଟେମ୍ବର ୨୧ ତାରିଖ ରାଶିଫଳ: ଜାଣନ୍ତୁ କେମିତି କଟିବ ଆପଣଙ୍କର ଦିନ

September 21, 2026

ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍‌-ମୁଖ୍ୟମନ୍ତ୍ରୀ ଟ୍ରଫି ଉଦ୍‌ଘାଟିତ

September 20, 2026

ସମୁଦ୍ରରୁ ବଳ ଗୋଟାଉଛି ଲଘୁଚାପ, ରାଜ୍ୟରେ ୫ ଦିନ ଧରି ପ୍ରବଳ ବର୍ଷିବ

September 20, 2026
Latest News

ପାଞ୍ଚ ଦିନିଆ ଆସାମ ଗସ୍ତରେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

September 21, 2026

ଆଜି ସେପ୍ଟେମ୍ବର ୨୧ ତାରିଖ ରାଶିଫଳ: ଜାଣନ୍ତୁ କେମିତି କଟିବ ଆପଣଙ୍କର ଦିନ

September 21, 2026

ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପଙ୍କୁ ୭ ସର୍ତ୍ତ ପଠାଇଲା ଇରାନ୍‌

September 20, 2026

ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍‌-ମୁଖ୍ୟମନ୍ତ୍ରୀ ଟ୍ରଫି ଉଦ୍‌ଘାଟିତ

September 20, 2026

ସମୁଦ୍ରରୁ ବଳ ଗୋଟାଉଛି ଲଘୁଚାପ, ରାଜ୍ୟରେ ୫ ଦିନ ଧରି ପ୍ରବଳ ବର୍ଷିବ

September 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.