ଜଗତସିଂପୁର: ଜଗତସିଂପୁର କାଠିଆବାଡି ନିକଟରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଗାଁ ପାଖ ବିଲରୁ ଯୁବତୀଙ୍କ ମୃତଦେହ ମିଳିଛି । ମୃତ ଯୁବତୀ ଜଣକ କାଠିଆବାଡି ଅଞ୍ଚଳର ଡଲି ବୋଲି ଜଣାପଡିଛି। ତିନିଦିନ ପୂର୍ବରୁ ଯୁବତୀଙ୍କ ନିର୍ବନ୍ଧ ହୋଇଥିବାବେଳେ ଯୁବତୀଙ୍କ ମୃତଦେହ ମିଳିଛି । ଶରୀରରେ କ୍ଷତଚିହ୍ନ ଥିବାରୁ ପ୍ରେମ ଜନିତ ପ୍ରସଙ୍ଗରୁ କେହି ତାଙ୍କୁ ହତ୍ୟା କରିଥିବାର ଅନୁମାନ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।


