ଭୁବନେଶ୍ଵର: ଆଜି କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ୮ଟି ବିଭାଗର ୮ଟି ପ୍ରସ୍ତାବ ଉପରେ କ୍ୟାବିନେଟ ଅବୁମୋଦନ ଦେଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏଇ ବୈଠକରେ ଓଡିଶା ଲୋକସେବା ଅଧିକାର ନିଯମାବଳୀ ୨୦୧୨ରେ ସଂଶୋଧନ କରାଯାଇଛି । ଓଡିଶା ରାଜ୍ୟ ଡାଟା ନୀତି ୨.୦କୁ ମଞ୍ଜୁରୀ ମିଳିଥିବାବେଳେ ପିଏନଜି ସିଏନଜି ଭିତ୍ତିଭୂମି ସଂପ୍ରସାରଣ ଉପରେ ଗୁରୁତ୍ଵାରୋପ କରାଯାଇଛି । ଓଡିଶା ସିଟି ଗ୍ୟାସ ବିତରଣ (CGD) ନୀତିକୁ ମଧ୍ୟ ଅନୁମତି ମିଳିଛି । ଏହା ସହିତ ବଲାଙ୍ଗିରରେ ଅତ୍ୟାଧୁନିକ ସୂତା ଉତ୍ପାଦନ ୟୁନିଟ ଓ କାଠଯୋଡି ଉପରେ ନୂଆ ବ୍ରିଜ ହେବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ଅନୁ ଗର୍ଗ । ଏହି ନୂଆ ବ୍ରିଜ ଜୁଡିସିଆଲ ଏକାଡେମି ସହ ତ୍ରିଶୂଳିଆକୁ ଯୋଡିବ । ୧୫୮ କୋଟି ୮୮ ଲକ୍ଷ ଟଙ୍କାର ଏହି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ।


