ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ପାରଦ ଉପରମୁହାଁ । ଆଜି ଦିନ 1.30 ବେଳକୁ ୪୨ ଡିଗ୍ରୀ ତାପମାତ୍ରା ରହିଥିଲା । କେବଳ ଭୁବନେଶ୍ୱର ନୁହେଁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। କେବଳ ଭୁବନେଶ୍ବର ନୁହେଁ ଝାରସୁଗୁଡା ଓ ତାଳଚେରରେ ତାପମାତ୍ରା ୪୪ ଡିଗ୍ରୀର ରେକର୍ଡ ହୋଇଛି । ସେହିପରି ଢେଙ୍କାନାଳ, ସମ୍ବଲପୁର, ରାଉରକେଲା ଆଦି ସ୍ଥାନ ଗୁଡିକର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଖରା ସାଙ୍ଗକୁ ଗୁଳୁଗୁଳିରେ ଘାଣ୍ଟି ହେଉଛନ୍ତି ସାଧାରଣ ଲୋକ।


