Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମେମୁ ଟ୍ରେନ୍ ସେବା ସମୟସୂଚୀରେ ପରିବର୍ତ୍ତନ
ଆଜିର ଖବର

ମେମୁ ଟ୍ରେନ୍ ସେବା ସମୟସୂଚୀରେ ପରିବର୍ତ୍ତନ

April 26, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଯାତ୍ରୀବାହୀ ଟ୍ରେନ୍
ଖୋର୍ଦ୍ଧା ରୋଡ୍ ଡିଭିଜନରେ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ: ବାତିଲ୍ ହେଲା ଏହି ସବୁ ଟ୍ରେନ

ଭୁବନେଶ୍ୱର: ଯାତ୍ରୀମାନଙ୍କ ସୁବିଧା ଏବଂ ରେଳ ପରିଚାଳନାଗତ ଦକ୍ଷତା ବୃଦ୍ଧି କରିବା ପାଇଁ ଦୁଇଟି ମେମୁ ଟ୍ରେନ୍ ସେବାର ସମୟସୂଚୀକୁ ୨୫ ଏପ୍ରିଲ, ୨୦୨୬ରୁ ସଂଶୋଧିତ କରାଯାଇଛି।
ଟ୍ରେନ୍ ନମ୍ବର ୬୮୪୨୧ ଅନୁଗୁଳ-ପୁରୀ ମେମୁ ଏବଂ ଟ୍ରେନ୍ ନମ୍ବର ୬୮୪୩୭ ଭଦ୍ରକ-କଟକ ମିମୁ ପାଇଁ ନୂତନ ସମୟସୂଚୀ ନିମ୍ନରେ ବିସ୍ତୃତ ଭାବରେ ଦିଆଗଲା। ଯାତ୍ରୀମାନଙ୍କୁ ପ୍ରମୁଖ ଷ୍ଟେସନଗୁଡ଼ିକରେ ସଂଶୋଧିତ ଆଗମନ ଏବଂ ପ୍ରସ୍ଥାନ ସମୟ ପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରାଯାଉଛି:
ଟ୍ରେନ୍ ନମ୍ବର ୬୮୪୨୧: ଅନୁଗୁଳ-ପୁରୀ ମେମୁ
ଏହି ଟ୍ରେନ୍ ଅନୁଗୁଳରୁ ଭୋର ୦୫:୧୦ ଘଟିକାରେ ଛାଡ଼ିବ ଏବଂ ତାଳଚେର ଠାରେ ୦୫:୩୫ ଘଟିକାରେ (ପ୍ରସ୍ଥାନ ୦୫:୪୫) ପହଞ୍ଚିବ।
ଏହା ମେରାମଣ୍ଡଳୀ ଷ୍ଟେସନ ଠାରେ ସକାଳ ୦୬:୦୯ (ପ୍ରସ୍ଥାନ ୦୬:୧୦) ଏବଂ ଢେଙ୍କାନାଳ ଠାରେ ୦୭:୦୦ (ପ୍ରସ୍ଥାନ ୦୭:୦୫) ଘଟିକାରେ ପହଞ୍ଚିବ।
ଟ୍ରେନ୍‌ଟି ଭାୟା ନରାଜ ମାର୍ଥାପୁର (ଆଗମନ ୦୭:୫୩ / ପ୍ରସ୍ଥାନ ୦୭:୫୪) ହୋଇ ବାରଙ୍ଗ ଷ୍ଟେସନ ରେ ପହଞ୍ଚିବ ୦୮:୦୮ ଏବଂ ପ୍ରସ୍ଥାନ ୦୮:୦୯, ଭୁବନେଶ୍ୱର ନିଉ (ଆଗମନ ୦୮:୧୪ / ପ୍ରସ୍ଥାନ ୦୮:୧୫) ଏବଂ ମଞ୍ଚେଶ୍ୱର (ଆଗମନ ୦୮:୨୨ / ପ୍ରସ୍ଥାନ ୦୮:୨୩) ଦେଇ ଗତି କରିବ।
ଭୁବନେଶ୍ୱର ଠାରେ ଏହା ୦୮:୫୦ ଘଟିକାରେ ପହଞ୍ଚି ୦୮:୫୫ ରେ ପ୍ରସ୍ଥାନ କରିବ।
ଏହାପରେ ଖୋର୍ଦ୍ଧା ରୋଡ୍ ଠାରେ ୦୯:୧୫ (ପ୍ରସ୍ଥାନ ୦୯:୨୦), ଡେଲାଙ୍ଗ ଠାରେ ୦୯:୩୭ (ପ୍ରସ୍ଥାନ ୦୯:୩୮) ଏବଂ ସାକ୍ଷୀଗୋପାଳ ଠାରେ ୦୯:୪୧ (ପ୍ରସ୍ଥାନ ୦୯:୪୨) ରେ ପହଞ୍ଚି, ଶେଷରେ ପୁରୀ ଠାରେ ସକାଳ ୧୦:୫୦ ଘଟିକାରେ ପହଞ୍ଚିବ।
ଟ୍ରେନ୍ ନମ୍ବର ୬୮୪୩୭ ଭଦ୍ରକ-କଟକ ମେମୁ
ଏହି ଟ୍ରେନ୍ ଭଦ୍ରକରୁ ଅପରାହ୍ନ ୧୫:୦୦ (୩ଟା) ଘଟିକାରେ ଯାତ୍ରା ଆରମ୍ଭ କରିବ ଏବଂ କେନ୍ଦୁଆପଦା ଠାରେ ୧୫:୨୦ (ପ୍ରସ୍ଥାନ ୧୫:୨୧) ରେ ପହଞ୍ଚିବ।
ଏହା ଯାଜପୁର କେଉଁଝର ରୋଡ୍ ଠାରେ ୧୬:୨୧ (ପ୍ରସ୍ଥାନ ୧୬:୨୨) ଏବଂ ଧାନମଣ୍ଡଳ ଠାରେ ୧୭:୦୨ (ପ୍ରସ୍ଥାନ ୧୭:୦୩) ରେ ପହଞ୍ଚିବ।
ପରବର୍ତ୍ତୀ ସମୟରେ, ଟ୍ରେନ୍‌ଟି କପିଳାସ ରୋଡ୍ ଠାରେ ସଂଧ୍ୟା ୧୭:୨୬ (ପ୍ରସ୍ଥାନ ୧୭:୨୭) ଏବଂ ନିର୍ଗୁଣ୍ଡି ଠାରେ ୧୭:୩୨ (ପ୍ରସ୍ଥାନ ୧୭:୩୩) ରେ ପହଞ୍ଚିବା ପରେ କଟକବଠାରେ ସନ୍ଧ୍ୟା ୧୮:୪୦ (୬:୪୦) ଘଟିକାରେ ଯାତ୍ରା ଶେଷ କରିବ।

ଯାତ୍ରା ଆରମ୍ଭ କରିବା ପୂର୍ବରୁ ଯାତ୍ରୀମାନେ ଏନଟିଇଏସ ( NTES) କିମ୍ବା ୟୁ.ଟି. ଏସ. (UTS ) ଆପ୍ ମାଧ୍ୟମରେ ଟ୍ରେନ୍ ସମୟ ଯାଞ୍ଚ କରିବାକୁ ଅନୁରୋଧ କରାଯାଉଛି। ଏହି ସଂଶୋଧନର ଲକ୍ଷ୍ୟ ହେଉଛି ଟ୍ରେନର ସମୟାନୁବର୍ତ୍ତିତା ବଜାୟ ରଖିବା ଏବଂ ବ୍ୟସ୍ତବହୁଳ ସେକ୍ସନଗୁଡ଼ିକରେ ସୁରୁଖୁରୁରେ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିବା।

memutrain
Share. Facebook Twitter LinkedIn Email WhatsApp Copy Link

Related Posts

ପାରିବାରିକ କଳହର ଭୟଙ୍କର ପରିଣତି: ସ୍ତ୍ରୀ ଓ ବୋହୂଙ୍କୁ ଛୁରାମାଡ଼

July 9, 2026

ଡେୟାରୀ କ୍ଷେତ୍ରକୁ ମିଳିଲା ଡିଜିଟାଲ୍ ଗତି; ଏକାଧିକ ପୋର୍ଟାଲ ଓ ଏସଓପିର ଉଦ୍‌ଘାଟନ କଲେ କେନ୍ଦ୍ର ମନ୍ତ୍ରୀ

July 9, 2026

ନାଇଜର’ର ୧୫ତମ ସମାବର୍ତ୍ତନ ଉତ୍ସବ: ଯୋଗଦେଲେ ଉପରାଷ୍ଟ୍ରପତି

July 9, 2026

ଆଉ ଏକ ସିରିଜ୍ ହାରିଲା ଭାରତ: ଶେଷ ODI ୧ ୱିକେଟ୍ ରେ ଜିତିଲା ଶ୍ରୀଲଙ୍କା 

July 9, 2026
Latest News

ପାରିବାରିକ କଳହର ଭୟଙ୍କର ପରିଣତି: ସ୍ତ୍ରୀ ଓ ବୋହୂଙ୍କୁ ଛୁରାମାଡ଼

July 9, 2026

ଡେୟାରୀ କ୍ଷେତ୍ରକୁ ମିଳିଲା ଡିଜିଟାଲ୍ ଗତି; ଏକାଧିକ ପୋର୍ଟାଲ ଓ ଏସଓପିର ଉଦ୍‌ଘାଟନ କଲେ କେନ୍ଦ୍ର ମନ୍ତ୍ରୀ

July 9, 2026

ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତ

July 9, 2026

ନାଇଜର’ର ୧୫ତମ ସମାବର୍ତ୍ତନ ଉତ୍ସବ: ଯୋଗଦେଲେ ଉପରାଷ୍ଟ୍ରପତି

July 9, 2026

ଆଉ ଏକ ସିରିଜ୍ ହାରିଲା ଭାରତ: ଶେଷ ODI ୧ ୱିକେଟ୍ ରେ ଜିତିଲା ଶ୍ରୀଲଙ୍କା 

July 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.