ପାରାଦୀପ: ପିଲା ଚୋର ସନ୍ଦେହରେ ଫାଇନାନ୍ସ କମ୍ପାନୀ ମ୍ୟାନେଜରକୁ ନିସ୍ତୁକ ମାଡ଼ର ଅଭିଯୋଗ ହୋଇଛି। ପିଲା ଚୋର ସନ୍ଦେହରେ ଗ୍ରାମବାସୀ ନିସ୍ତୁକ ମାଡ଼ ମରିଛନ୍ତି। ଋଣ କିସ୍ତି ଆଦାୟ କରିବାକୁ ଯାଇଥିବାବେଳେ ଆକ୍ରମଣର ଶିକାର ହୋଇଛନ୍ତି ମ୍ୟାନେଜର । ମହିଳା ଜଣକ କିସ୍ତି ଯୋଗାଡ କରୁଥିବାବେଳେ ମ୍ୟାନେଜରଜଣକ ବାହାରେ ଅପେକ୍ଷା କରିଥିଲେ। ପରେ ମହିଳାଙ୍କ ୪ ବର୍ଷର ଝିଅକୁ ଚକୋଲେଟ ଦେବାକୁ କହି ବାଇକରେ ନେଇଥିଲେ । ଅଜଣା ଯୁବକ ପିଲାକୁ ବାଇକରେ ନେଉଥିବାର ଦେଖି ପିଲାଚୋରର ନେଇ ଗୁଜବ ଉଠିବା ପରେ ଲୋକେ ମ୍ୟାନେଜରକୁ ନିସ୍ତୁକ ମାଡ଼ ମାରି ପୋଲିସର ଜିମା ଦେଇଥିଲେ । ତେବେ ଘଟଣା ପଛ ର କାହାଣୀ ଏବେ ବି ସ୍ପଷ୍ଟ ହୋଇନି। ପୋଲିସ ଏଇ ଘଟଣାର ତଦନ୍ତ ଜାରି ରଖିଛି।


