ଢେଙ୍କାନାଳ : ଢେଙ୍କାନାଳ ସାପୁଆ ଡ୍ୟାମରେ ଅଘଟଣ ଘଟିଯାଇଛି । ଡ୍ୟାମ ଭିତରକୁ କାର ଖସିପଡି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଭୁବନେଶ୍ଵରର ପ୍ରସନ୍ନ ମହାରଣା । ବୁଲିବାକୁ ଯାଇଥିବାବେଳେ ଏଇ ଅଘଟଣ ଘଟିଛି । ଭାରସାମ୍ୟ ହରାଇ କାର ଟି ଡ୍ୟାମ ଭିତରକୁ ଖସି ଯାଇଥିଲା । କାର ଭିତରେ ୪ଜଣ ରହିଥିଲେ । ଜଣଙ୍କର ମୃତ୍ୟୁ ହୋଇଥିଆବେଳେ ଅନ୍ୟ ସମସ୍ତଙ୍କୁ ଉଦ୍ଧାର କରାଯାଇ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।


