ସୋର : ଅତିରିକ୍ତ ତହସିଲଦାରଙ୍କ ଗାଡ଼ିକୁ ଧକ୍କା ଦେଲା ବାଲି ବୋଝେଇ ଟ୍ରକ । ବାଲି ଗାଡିକୁ ଗୋଡାଇବା ବେଳେ ଟ୍ରକ ଧକ୍କା ଦେଇଛି । ତେବେ ଅଳ୍ପକେ ବଞ୍ଚି ଯାଇଛନ୍ତି ଅତିରିକ୍ତ ତହସିଲଦାର କୃଷ୍ଣ ମୋହନ ସିଂହ । ମିଳିଥିବା ସୂଚନା ଅନୁସାରେ ଏନଏଚ ୧୬ରେ ଗାଡ଼ି ଯାଞ୍ଚ ବେଳେ ଖସିବାକୁ ଉଦ୍ୟମ କରୁଥିଲା ଟ୍ରକ । ଟ୍ରକ କୁ ପିଛା କରି ଓଭରଟେକ କରିଥିଲା ଅତିରିକ୍ତ ତହସିଲଦାରଙ୍କ ଗାଡ଼ି । ଦ୍ରୁତ ଗତିରେ ଆସୁଥିବା ଟ୍ରକଟି ଅତିରିକ୍ତ ତହସିଲଦାରଙ୍କ ଗାଡ଼ିକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଘଟାଇଥିବା ଗାଡିକୁ ଅଟକ ରଖିଛି ଖନ୍ତପଡ଼ା ପୋଲିସ ।


