Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାଟ୍ରିକ ପରୀକ୍ଷା ଫଳ: ରଣପୁର ବ୍ଲକର ଟପ୍ପର ହେଲେ ପ୍ରତାପ, ଏ-୧ ରେ ଉତ୍ତୀର୍ଣ୍ଣ ହେଲେ ୧୬ ଛାତ୍ରଛାତ୍ରୀ
ଆଜିର ଖବର

ମାଟ୍ରିକ ପରୀକ୍ଷା ଫଳ: ରଣପୁର ବ୍ଲକର ଟପ୍ପର ହେଲେ ପ୍ରତାପ, ଏ-୧ ରେ ଉତ୍ତୀର୍ଣ୍ଣ ହେଲେ ୧୬ ଛାତ୍ରଛାତ୍ରୀ

May 3, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମାଟ୍ରିକ ପରୀକ୍ଷା ଫଳ: ରଣପୁର ବ୍ଲକର ଟପ୍ପର ହେଲେ ପ୍ରତାପ, ଏ-୧ ରେ ଉତ୍ତୀର୍ଣ୍ଣ ହେଲେ ୧୬ ଛାତ୍ରଛାତ୍ରୀ
ମାଟ୍ରିକ ପରୀକ୍ଷା ଫଳ: ରଣପୁର ବ୍ଲକର ଟପ୍ପର ହେଲେ ପ୍ରତାପ, ଏ-୧ ରେ ଉତ୍ତୀର୍ଣ୍ଣ ହେଲେ ୧୬ ଛାତ୍ରଛାତ୍ରୀ

ରଣପୁର: ଚଳିତ ବର୍ଷର ମାଟ୍ରିକ (AHSC) ପରୀକ୍ଷାର ଫଳ ଘୋଷଣା ପରେ ରଣପୁର ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛନ୍ତି। ଏହି ଫଳାଫଳରେ ରଣପୁର ବ୍ଲକର ୧୬ ଜଣ ଛାତ୍ରଛାତ୍ରୀ ଏ-୧ ଗ୍ରେଡ୍ ସହିତ ଶ୍ରେଷ୍ଠ ମାର୍କ ଅର୍ଜନ କରି ବ୍ଲକର ଗୌରବ ବଢ଼ାଇଛନ୍ତି।

ଗୋପାଳପୁରର ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ପ୍ରତାପ କୁମାର ଘଡେଇ ୫୬୧ ନମ୍ବର ରଖି ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ପିମ୍ପଲ ଲାଡୁକେଶ୍ୱର ଉଚ୍ଚ ବିଦ୍ୟାଳୟର ଲିପ୍ସା ପ୍ରିୟଦର୍ଶିନୀ ମହାପାତ୍ର ୫୫୯ ନମ୍ବର ସହିତ ଦ୍ୱିତୀୟ ଏବଂ ଶ୍ରୀ ଅରବିନ୍ଦ ଇଣ୍ଟିଗ୍ରାଲ ଏଡ୍ୟୁକେସନ ସେଣ୍ଟର, ରାଜସୁନାଖଳାର ଶୁଭଶ୍ରୀ ସାମନ୍ତରାୟ ୫୫୮ ନମ୍ବର ରଖି ତୃତୀୟ ସ୍ଥାନ ହାସଲ କରିଛନ୍ତି।

ଏହା ସହିତ ଚମ୍ପାଗଡ଼ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ସୋନାଲି ରାଣୀ ୫୫୫ ନମ୍ବର , ଲୋଧାଚୁଆ ଉଦୟନାଥ ବିଦ୍ୟାପୀଠର ରାଜେନ୍ଦ୍ର କୁମାର ବଳିଆରସିଂହ ୫୫୪ ନମ୍ବର , ଗୋପାଳପୁରର ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟର ଆଶୁତୋଷ ଭୋଳ ୫୫୨ ନମ୍ବର ଓ ସତ୍ୟଜିତ ସାହୁ ୫୪୯ ନମ୍ବର, ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟର ଶୁଭସ୍ମିତା ସୁବୁଦ୍ଧି ୫୪୮ ନମ୍ବର, ଗୋପାଳପୁରର ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟର ମୋନାଲିକା ସାହୁ ୫୪୨ ନମ୍ବର, ତାରିଆ ବାଇଧର ବିଦ୍ୟାପୀଠର ବିଶ୍ୱାସ ବେହେରା ୫୪୨ ନମ୍ବର, ରଣପୁର ବି.ସି. ହାଇସ୍କୁଲର ସାଗରିକା ନାୟକ ୫୪2 ନମ୍ବର, ଚାନ୍ଦପୁର ରାମଚଣ୍ଡୀ ଉଚ୍ଚ ବିଦ୍ୟାଳୟର ଓମ ପ୍ରକାଶ ନାୟକ ୫୪୧ ନମ୍ବର ରଖି ଏ-୧ ଗ୍ରେଡ୍ ହାସଲ କରି ରଣପୁର ବ୍ଲକ ପାଇଁ ଗୌରବ ଅର୍ଜନ କରିଛନ୍ତି ।

ସେହିପରି ମଝିଆଖଣ୍ଡ ରଘୁନାଥ ନୋଡାଲ ଉଚ୍ଚ ବିଦ୍ୟାଳୟର ବର୍ଷା ପ୍ରିୟଦର୍ଶିନୀ ସ୍ୱାଇଁ, ପିମ୍ପଲ ଲାଡୁକେଶ୍ୱର ଉଚ୍ଚ ବିଦ୍ୟାଳୟର ସୁଶ୍ରୀ ପ୍ରିୟଦର୍ଶିନୀ ସାହୁ, ରଣପୁର ବି.ସି. ହାଇସ୍କୁଲର ଓମ ପ୍ରକାଶ ଚୌଧୁରୀ, ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟର ସୁଲଗ୍ନା ପ୍ରଧାନ ୫୪୦ ନମ୍ବର ରଖି ଏ-୧ ଗ୍ରେଡ୍ ହାସଲ କରିଛନ୍ତି।

ଏହି ସଫଳତା ପାଇଁ ରଣପୁର ବ୍ଲକ ଶିକ୍ଷା ବିଭାଗ ଅଧିକାରୀ ପିଣ୍ଟୁ କୁମାର ପ୍ରଧାନ, ସହକାରୀ ବ୍ଲକ ଶିକ୍ଷା ଅଧିକାରିଣୀ ଲକ୍ଷ୍ମୀ ଦେଇ, ଶିକ୍ଷକମଣ୍ଡଳୀ, ଅଭିଭାବକମାନେ ଓ ଶିକ୍ଷା ବିଭାଗର କର୍ମଚାରୀମାନେ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରଣପୁର ବ୍ଲକରେ ଏହି ଫଳାଫଳ ଶିକ୍ଷାର ଉନ୍ନତିରେ ଏକ ନୂତନ ମାଇଲସ୍ଟୋନ୍ ଭାବେ ପରିଗଣିତ ହେଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବରରେ ନିର୍ମାଣ ହେବ ଜନାଶ୍ରୟ ଭବନ, ଏଥିରେ କଣ ହେବ? କିଏ ରହିବ?

June 16, 2026

ନିଟ୍‌ ପୁନଃପରୀକ୍ଷାର ସୁରକ୍ଷା ଏବଂ ଲଜିଷ୍ଟିକ୍ସ ପ୍ରସ୍ତୁତି ଉପରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

June 16, 2026

ବିସ୍ତୃତ ରାଶିଫଳ: ଜୁନ ୧୬ ତାରିଖ ମଙ୍ଗଳବାରରେ ପାଞ୍ଚୋଟି ରାଶିର ଲୋକେ ରୁହନ୍ତୁ ସାବଧାନ

June 16, 2026

ଯୁଦ୍ଧବିରତି ନା ଆତ୍ମସମର୍ପଣ? ଟ୍ରମ୍ପ-ଇରାନ ଚୁକ୍ତିକୁ ନେଇ ବଢ଼ୁଛି ଚର୍ଚ୍ଚା

June 15, 2026
Latest News

ଭୁବନେଶ୍ବରରେ ନିର୍ମାଣ ହେବ ଜନାଶ୍ରୟ ଭବନ, ଏଥିରେ କଣ ହେବ? କିଏ ରହିବ?

June 16, 2026

ନିଟ୍‌ ପୁନଃପରୀକ୍ଷାର ସୁରକ୍ଷା ଏବଂ ଲଜିଷ୍ଟିକ୍ସ ପ୍ରସ୍ତୁତି ଉପରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

June 16, 2026

ସ୍ଲୋଭାକ ଗଣରାଜ୍ୟର ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

June 16, 2026

ବିସ୍ତୃତ ରାଶିଫଳ: ଜୁନ ୧୬ ତାରିଖ ମଙ୍ଗଳବାରରେ ପାଞ୍ଚୋଟି ରାଶିର ଲୋକେ ରୁହନ୍ତୁ ସାବଧାନ

June 16, 2026

ଭାରତ-ସ୍ଲୋଭାକିଆ ମିଳିତ ବିବୃତ୍ତି

June 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.