ଦିଲ୍ଲୀ : ଦିଲ୍ଲୀର ବିବେକ ବିହାର ଅଞ୍ଚଳର ଏକ ଆବାସିକ ବିଲିଡିଂରେ ଆଜି ପ୍ରତ୍ୟୁଷରେ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ୯ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି।
ଭୋର ପ୍ରାୟ ୩ଟା ସମୟରେ ଚାରି ମହଲା କୋଠାର ଦ୍ୱିତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା, ନିଆଁ କୋଠାର ତୃତୀୟ ଏବଂ ଚତୁର୍ଥ ମହଲାକୁ ବ୍ୟାପିଯାଇଥିଲା । ନିଆଁ ଲିଭାଇବା ଏବଂ ଉଦ୍ଧାର କାର୍ଯ୍ୟ କରିବା ପାଇଁ ୧୪ଟି ଦମକଳ ବାହିନୀ ଘଟଣାସ୍ଥଳକୁ ପଠାଯାଇଥିଲା। ଘଟଣାସ୍ଥଳେ ପହଞ୍ଚି ଅଧିକାରୀମାନେ ଜାଣିବାକୁ ପାଇଲେ ଯେ ଅଧିକାରୀମାନେ କହିଛନ୍ତି ଯେ କୋଠାରୁ ୧୨ ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଆହତ ଲୋକଙ୍କୁ ଚିକିତ୍ସା ପାଇଁ ଗୁରୁ ତେଗ ବାହାଦୁର ହସ୍ପିଟାଲକୁ ନିଆଯାଇଛି। ସକାଳ ୬ଟା ସୁଦ୍ଧା ଦୁଇ ଘଣ୍ଟା ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। ଏସି ବ୍ଳାଷ୍ଟ ହୋଇ ନିଆଁ ଲାଗିଥିବାର ଅନୁମାନ କରାଯାଇଛି । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି ।


