ବହୁ ପ୍ରତୀକ୍ଷିତ ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନର ଫଳାଫଳ ଆଜି ଘୋଷଣା କରାଯିବ। ଗୁଜରାଟର ଉମରେଠୀ ଏବଂ ମହାରାଷ୍ଟ୍ରର ବାରାମତୀ ଉପନିର୍ବାଚନ ଫଳାଫଳ ମଧ୍ୟ ଆଜି ଘୋଷଣା କରାଯିବ। ଏଥି ପାଇଁ ଭୋଟ ଗଣତି ସକାଳ ୮ଟାରେ ଆରମ୍ଭ ହୋଇଯାଇଛି। ପ୍ରଥମେ ପୋଷ୍ଟାଲ୍ ବାଲଟ୍ ଗଣନା କରାଯାଉଛି। ପୋଷ୍ଟାଲ ବାଲଟ୍ ଗଣତି ସରିବା ପରେ ଇଭିଏମ୍ଗୁଡ଼ିକ ଖୋଲାଯିବ।
ଆସାମ ବିଧାନସଭା ନିର୍ବାଚନ ଫଳାଫଳର ପ୍ରଥମ ଟ୍ରେଣ୍ଡ ଆସିଛି। ଏଠାରେ, ବିଜେପି ତିନୋଟି ଆସନରେ ଏବଂ କଂଗ୍ରେସ ଗୋଟିଏରେ ଆଗୁଆ ଅଛି।
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ପ୍ରଥମ ଟ୍ରେଣ୍ଡରେ ବିଜେପି ୧୪ ଓ ଟିଏମସି ୧୧ରେ ଆଗୁଆ ଅଛି ।


