Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୩୯୦୦ କୋଟିରୁ ଅଧିକ ନିବେଶ ସହିତ ଦୁଇଟି ଅତିରିକ୍ତ ସେମିକଣ୍ଡକ୍ଟର ପ୍ରକଳ୍ପକୁ ଅନୁମୋଦନ
ଆଜିର ଖବର

୩୯୦୦ କୋଟିରୁ ଅଧିକ ନିବେଶ ସହିତ ଦୁଇଟି ଅତିରିକ୍ତ ସେମିକଣ୍ଡକ୍ଟର ପ୍ରକଳ୍ପକୁ ଅନୁମୋଦନ

May 6, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସେମିକଣ୍ଡକ୍ଟର ପ୍ରକଳ୍ପ
୩୯୦୦ କୋଟିରୁ ଅଧିକ ନିବେଶ ସହିତ ଦୁଇଟି ଅତିରିକ୍ତ ସେମିକଣ୍ଡକ୍ଟର ପ୍ରକଳ୍ପକୁ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ (ଆଇଏସଏମ) ଅଧୀନରେ ଦୁଇଟି ଅତିରିକ୍ତ ସେମିକଣ୍ଡକ୍ଟର ପ୍ରକଳ୍ପକୁ ଅନୁମୋଦନ କରିଛି। ପ୍ରଥମଟି ହେଉଛି GaN (ଗାଲିୟମ୍ ନାଇଟ୍ରାଇଡ୍) ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ ଦେଶର ପ୍ରଥମ ବାଣିଜ୍ୟିକ ମିନି/ମାଇକ୍ରୋ ଏଲଇଡି ଡିସପ୍ଲେ କାରଖାନା ଏବଂ ଦ୍ବିତୀୟଟି ଏକ ସେମିକଣ୍ଡକ୍ଟର ପ୍ୟାକେଜିଂ କାରଖାନା।

ଏହି ଦୁଇଟି ଅନୁମୋଦିତ ପ୍ରସ୍ତାବ ମାଧ୍ୟମରେ ଗୁଜରାଟରେ ପ୍ରାୟ ୩୯୩୬ କୋଟି ଟଙ୍କାର ମୋଟ ନିବେଶ ସହିତ ଦୁଇଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରାଯିବ। ଏଠାରେ  ଦକ୍ଷ ପେସାଦାରମାନଙ୍କ ପାଇଁ ମୋଟ ୨୨୩୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।

ଅନୁମୋଦିତ ପ୍ରସ୍ତାବ ଦୁଇଟିର ବିବରଣୀ:

୧. କ୍ରିଷ୍ଟାଲ ମାଟ୍ରିକ୍ସ ଲିମିଟେଡ୍ (CML) ଗୁଜରାଟର ଧୋଲେରାରେ ମିନି/ମାଇକ୍ରୋ LED ଡିସପ୍ଲେ ମଡ୍ୟୁଲ୍ ନିର୍ମାଣ ନିମନ୍ତେ କମ୍ପାଉଣ୍ଡ ସେମିକଣ୍ଡକ୍ଟର ଉତ୍ପାଦନ ଏବଂ ଏଟିଏମପି (ଆସମ୍ବଲି, ପରୀକ୍ଷଣ, ମାର୍କିଂ ଏବଂ ପ୍ୟାକେଜିଂ) ପାଇଁ ଏକ ସମନ୍ୱିତ କାରଖାନା ପ୍ରତିଷ୍ଠା କରିବ। ଏହି ସମନ୍ୱିତ କେନ୍ଦ୍ର ୬ ସେଣ୍ଟିମିଟର ୱେଫରରେ ଏପିଟାକ୍ସି ସମେତ GaN ଫାଉଣ୍ଡ୍ରି ସେବା ମଧ୍ୟ ପ୍ରଦାନ କରିବ। ମିନି/ମାଇକ୍ରୋ-ଏଲଇଡି ଡିସପ୍ଲେ ପ୍ୟାନେଲ ପାଇଁ ପ୍ରସ୍ତାବିତ ବାର୍ଷିକ ଉତ୍ପାଦନ କ୍ଷମତା ୭୨୦୦୦ ବର୍ଗ ମିଟର ଏବଂ ମିନି/ମାଇକ୍ରୋ-ଏଲଇଡି GaN ଏପିଟାକ୍ସି ୱେଫର ପାଇଁ, ଏହା ୨୪,୦୦୦ ଆରଜିବି ୱେଫର ସେଟ୍ ରହିଛି। ଏଠାରେ ଉତ୍ପାଦନ ହେବାକୁ ଥିବା ବୃହତ ଡିସପ୍ଲେ ଟିଭି, ସାଇନେଜ୍‌ ଓ ବ୍ୟବସାୟିକ ଡିସପ୍ଲେରେ ବ୍ୟବହାର ହେବ। ସେହପରି ମଧ୍ୟମ ଆକାରର ଡିସପ୍ଲେ ଟାବଲେଟ ଓ ସ୍ମାର୍ଟଫୋନରେ ବ୍ୟବହାର ହେବ। ଏହା ସହିତ ଏକ୍ସଟେଣ୍ଡେଡ୍ ରିଆଲିଟି (XR) ଚଷମା ଏବଂ ସ୍ମାର୍ଟୱାଚ୍ ପାଇଁ ମାଇକ୍ରୋ-ଡିସପ୍ଲେରେ ବି ଏହାର ବ୍ୟବହାର ହେବ।

୨. ସୁଚି ସେମିକନ୍ ପ୍ରାଇଭେଟ୍ ଲିମିଟେଡ୍ (SSPL) ଗୁଜୁରାଟର ସୁରଟରେ ଏକ ଆଉଟସୋର୍ସଡ୍ ସେମିକଣ୍ଡକ୍ଟର ଆସେମ୍ବଲି ଏବଂ ଟେଷ୍ଟ (ଓଏସଏଟି) କାରଖାନା ପ୍ରତିଷ୍ଠା କରିବ। ଏହା ଡିସକ୍ରେଟ୍ ସେମିକଣ୍ଡକ୍ଟର ଉତ୍ପାଦନ କରିବ। ସୁଚି ସେମିକନ୍ ର ପ୍ରସ୍ତାବିତ ଉତ୍ପାଦନ କ୍ଷମତା ବାର୍ଷିକ ୧୦୩୩.୨୦ ନିୟୁତ ଚିପ୍ସ। ଏସବୁ ଚିପ୍ସ ପାୱାର ଇଲେକ୍ଟ୍ରୋନିକ୍ସ, ଆନାଲଗ୍ ଆଇସି ଏବଂ ଶିଳ୍ପ ସିଷ୍ଟମରେ ହୋଇଥାଏ ଲାଗିଥାଏ ଯାହାକି ଅଟୋମୋଟିଭ୍, ଇଣ୍ଡଷ୍ଟ୍ରିଆଲ ଅଟୋମେସନ ଏବଂ କଂଜୁମର ଇଲେକ୍ଟ୍ରୋନିକ୍ସ ଭଳି କ୍ଷେତ୍ରରେ ବ୍ୟବହାର  ହୋଇଥାଏ।

ଏହି ଦୁଇଟି ଅନୁମୋଦନ ପ୍ରକଳ୍ପ ସହିତ, ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ ଅଧୀନରେ ଅନୁମୋଦିତ ପ୍ରକଳ୍ପ ସଂଖ୍ୟା ୧୨ରେ ପହଞ୍ଚିବ। ଏସବୁ ପ୍ରକଳ୍ପରେ ମୋଟ ନିବେଶ ପରିମାଣ ୧.୬୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ।

ଏହି ପଦକ୍ଷେପଗୁଡ଼ିକ ଦେଶର ଉଦୀୟମାନ ବିଶ୍ୱସ୍ତରୀୟ ଚିପ୍ ଡିଜାଇନ୍ କ୍ଷମତାରେ ଏକ ପରିପୂରକ ଭୂମିକା ଗ୍ରହଣ କରିବ – ଯାହା ସରକାରଙ୍କ ଦ୍ୱାରା ୩୧୫ଟି ଶିକ୍ଷାନୁଷ୍ଠାନ ଏବଂ ୧୦୪ଟି ଷ୍ଟାର୍ଟଅପକୁ ପ୍ରଦାନ କରାଯାଇଥିବା ଡିଜାଇନ୍ ଭିତ୍ତିଭୂମି ସହାୟତା ମାଧ୍ୟମରେ ଗତି ପାଇଛି।

ଭାରତର ସେମିକଣ୍ଡକ୍ଟର ଇକୋସିଷ୍ଟମର ଗତି ତ୍ୱରାନ୍ୱିତ ହେବାରେ ଲାଗିଛି। ଦଶଟି ଅନୁମୋଦିତ ପ୍ରକଳ୍ପ ପୂର୍ବରୁ କାର୍ଯ୍ୟାନ୍ୱୟନର ବିଭିନ୍ନ ପର୍ଯ୍ୟାୟରେ ଅଛି। ଦୁଇଟି ପ୍ରକଳ୍ପ ଭାରତରୁ ବାଣିଜ୍ୟିକ ରପ୍ତାନି ଆରମ୍ଭ କରିସାରିଛି, ଅନ୍ୟ ଦୁଇଟି ଖୁବଶୀଘ୍ର ବାଣିଜ୍ୟିକ ରପ୍ତାନି ଆରମ୍ଭ କରିବେ ବୋଲି ଆଶା କରାଯାଉଛି।

ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ କ୍ୟାବିନେଟ୍ ଅନୁମୋଦନ ନରେନ୍ଦ୍ର ମୋଦୀ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଆଇସିସି ଟେଷ୍ଟ କ୍ରିକେଟର ନିୟମରେ ପରିବର୍ତ୍ତନ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

June 2, 2026

ଯୋଗ୍ୟ ଋଣଗ୍ରହୀତାଙ୍କ ପାଇଁ ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନା

June 2, 2026

ରାଜଧାନୀ ଦିଲ୍ଲୀରେ ଗୁଳିକାଣ୍ଡ : ନାବାଳକ ଆହତ

June 1, 2026

ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ପକ୍ଷରୁ ବିଶ୍ଵ ଦୁଗ୍ଧ ଦିବସ ପାଳିତ

June 1, 2026
Latest News

ଆଇସିସି ଟେଷ୍ଟ କ୍ରିକେଟର ନିୟମରେ ପରିବର୍ତ୍ତନ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

June 2, 2026

ଯୋଗ୍ୟ ଋଣଗ୍ରହୀତାଙ୍କ ପାଇଁ ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନା

June 2, 2026

ରାଶିଫଳ: ଆଜି ଜୁନ ୨ ତାରିଖ ମଙ୍ଗଳବାରରେ ଚାରୋଟି ରାଶି ପାଇଁ ରହିଛି ବେଶ୍ ଖୁସି ଖବର

June 2, 2026

ରାଜଧାନୀ ଦିଲ୍ଲୀରେ ଗୁଳିକାଣ୍ଡ : ନାବାଳକ ଆହତ

June 1, 2026

ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ପକ୍ଷରୁ ବିଶ୍ଵ ଦୁଗ୍ଧ ଦିବସ ପାଳିତ

June 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.