ଭଞ୍ଜନଗର: ଗଞ୍ଜାମ ଜିଲା ଭଞ୍ଜନଗର ତହସିଲ ଅନ୍ତର୍ଗତ ମୁଦୁଲିପଲ୍ଲୀରେ ବଜ୍ରପାତରେ ଶାଶୁ ବୋହୁଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଶାଶୁ ଶୈଳ ବିଷୋୟୀଏବଂ ବୋହୂ ସନ୍ତୋଷିନୀ ବିଷୋୟୀ। ଘଟଣାରୁ ପ୍ରକାଶ ଯେ, ଗୁରୁବାର ଅପରାହ୍ନରେ ବିଲକୁ ଯାଇ କାମ ସାରି ଘରକୁ ଫେରୁଥିବାବେଳେ ଝଡ ତୋଫାନ ଯୋଗୁଁ ଶାଶୁ ବୋହୁ ଏକ ବାଉଁଶ ବୁଦା ତଳେ ଅଟକି ରହିଥିଲେ। ଠିକ ସେହି ସମୟରେ ବଜ୍ରପାତ ଘଟିଥିଲା। ଫଳରେ ଘଟଣାସ୍ଥଳରେ ଶାଶୁ, ବୋହୁଙ୍କ ମୃତ୍ୟୁ ଘଟିଥିଲା।


