Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନାକଟିଦେଉଳରେ ୧୯୩ କୋଟି ୪୮ଲକ୍ଷର ୪୮ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ କେନ୍ଦ୍ର ମନ୍ତ୍ରୀ
ଆଜିର ଖବର

ନାକଟିଦେଉଳରେ ୧୯୩ କୋଟି ୪୮ଲକ୍ଷର ୪୮ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ କେନ୍ଦ୍ର ମନ୍ତ୍ରୀ

May 10, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନାକଟିଦେଉଳରେ ୧୯୩ କୋଟି ୪୮ଲକ୍ଷର ୪୮ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ କେନ୍ଦ୍ର ମନ୍ତ୍ରୀ
ନାକଟିଦେଉଳରେ ୧୯୩ କୋଟି ୪୮ଲକ୍ଷର ୪୮ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ କେନ୍ଦ୍ର ମନ୍ତ୍ରୀ

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡର ବିକାଶ ଧାରାକୁ ଆଗେଇନେବାକୁ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ନାକଟିଦେଉଳ ବ୍ଲକ ଗସ୍ତରେ ଆସି ନାକଟିଦେଉଳ ମିନିଷ୍ଟେଡିୟମ ଠାରେ ଆୟୋଜିତ ଭଵ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଜନ ସାଧାରଣଙ୍କ ଉଦ୍ଦେଶ୍ୟରେ କେନ୍ଦ୍ରମନ୍ତ୍ରୀ ଉଦବୋଧନ ଦେଇ ନାକଟିଦେଉଳ ବ୍ଲକ ର ବିକାଶ ନିମନ୍ତେ ୧୯୩ କୋଟି ୪୮ ଲକ୍ଷ ଟଙ୍କା ର ୪୮ଟି ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏଥି ମଧ୍ୟ ରେ ୧୭ଟି ପ୍ରକଳ୍ପ ଉଦଘାଟନ କରିବା ସହିତ ୩୧ଟି ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି। ଐତିହାସିକ ଭୀମ ମଣ୍ଡଳୀ କୁ ସ୍ୱତନ୍ତ୍ର ରାସ୍ତା, ବିଶ୍ରାମ ସ୍ଥଳୀ ବ୍ରିଜ,୨ଟି ସ୍ୱାସ୍ଥ୍ୟ କେନ୍ଦ୍ର, ମେଡିକାଲ, କିସିଣ୍ଡା ରେଢ଼ାଖୋଲ ରାସ୍ତା ଭଳି ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ କରିବା ସହିତ ପୂର୍ବରୁ ନିର୍ମାଣ ହୋଇଥିବା ୧୭ଟି ନୂତନ ପ୍ରକଳ୍ପ ର ଉଦଘାଟନ କରି ଥିଲେ। ଏହି କାର୍ଯ୍ୟକ୍ରମ ରେ ମନ୍ତ୍ରୀ ପ୍ରଧାନ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଙ୍କୁ କହିଥିଲେ ଯେ, ଆପଣ ନବୀନ ପଟ୍ଟନାୟକ ଙ୍କୁ କହିବେ ମହିଳା ସଂରକ୍ଷଣ ପାଇଁ ସମର୍ଥନ କରିବେ।

ଏହି କାର୍ଯ୍ୟକ୍ରମ ରେ ସାମ୍ବାଦିକ ମାନଙ୍କୁ ପ୍ରଶାସନ ନିମନ୍ତ୍ରଣ କରିଥିଲେ ମଧ୍ୟ ବସିବା ପାଇଁ ସ୍ଥାନ ଦେଇ ନ ଥିଲା। ଯା’ ଫଳରେ ସାମ୍ବାଦିକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ବହୁ ଏସ ଏସଜି ମହିଳା ଖାଇବାକୁ ନ ପାଇ ଭୋକରେ ଏପଟ ସେପଟ ହେଉଥିଲେ ଏବଂ ପ୍ରଶାସନ କୁ ବହେ ଗାଳିଦେଉଥିବା ଶୁଣିବାକୁ ମିଳୁଥିଲା। ପ୍ରଶାସନର କୌଣସି ପ୍ରକାର ଦାୟିତ୍ୱ ଥିଲା ଭଳିଆ ମନେ ହେଉ ନ ଥିଲା। ଏହି ଭଵ୍ୟ କାର୍ଯ୍ୟକ୍ରମରେ ପଂଚାୟତ ରାଜ, ପାନୀୟ ଜଳ ଓ ଗ୍ରାମ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ

ନାଏକ ଏବଂ ରେଢ଼ାଖୋଲ ବିଧାୟକ ତଥା ବିରୋଧୀ ଦଳ ନେତା ପ୍ରସନ୍ନ ଆଚାର୍ଯ୍ୟ, ସମ୍ବଲପୁର ଜିଲ୍ଲାପାଳ,ସିଧେଶ୍ୱର ବଳିରାମ ବନ୍ଦୋର ଏସପି,ଶ୍ରୀ ଭାମୁ ନାକଟିଦେଉଳ ବ୍ଲକ ଅଧ୍ୟକ୍ଷା ସ୍ଵରପା ରାଣୀ ସାହୁ ରେଢ଼ାଖୋଲ ବ୍ଲକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ ପ୍ରମୁଖ ଦଳୀୟ ନେତା ମାନେ ମଞ୍ଚାସିନ ଥିଲେ।

ଉଦଘାଟନ ଓ ଶିଳାନ୍ୟାସ ନାକଟିଦେଉଳ ରେଢାଖୋଲ ସମ୍ବଲପୁର ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ବୋମା ବିସ୍ଫୋରଣରେ ଯୁବକ ମୃତ

June 2, 2026

ଭାଇର ଟାଙ୍ଗିଆ ଚୋଟରେ ଗଲା ଭାଇର ଜୀବନ

June 2, 2026

ଶିକ୍ଷକ କର୍ମଚାରୀମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରନ୍ତୁ ସରକାର: ସମନ୍ୱୟ ସମିତି

June 2, 2026

୧୪୫ ନିୟୁତ ଟନ୍ ମାଲ ପରିବହନ ଲକ୍ଷ୍ୟ ହାସଲ କଲା ଭାରତୀୟ ରେଳବାଇ

June 2, 2026
Latest News

ବୋମା ବିସ୍ଫୋରଣରେ ଯୁବକ ମୃତ

June 2, 2026

ଭାଇର ଟାଙ୍ଗିଆ ଚୋଟରେ ଗଲା ଭାଇର ଜୀବନ

June 2, 2026

ଶିକ୍ଷକ କର୍ମଚାରୀମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରନ୍ତୁ ସରକାର: ସମନ୍ୱୟ ସମିତି

June 2, 2026

୧୪୫ ନିୟୁତ ଟନ୍ ମାଲ ପରିବହନ ଲକ୍ଷ୍ୟ ହାସଲ କଲା ଭାରତୀୟ ରେଳବାଇ

June 2, 2026

ଚଳିତ ଆଇପିଏଲରେ କିଏ ରହିଲେ ଦମଦାର ଆଉ କିଏ ହେଲେ ଫ୍ଲପ?

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.