Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା ରୋଡ୍ ରେଳଷ୍ଟେସନ ନିରୀକ୍ଷଣ କଲେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ
ଆଜିର ଖବର

ଖୋର୍ଦ୍ଧା ରୋଡ୍ ରେଳଷ୍ଟେସନ ନିରୀକ୍ଷଣ କଲେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ

May 30, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଖୋର୍ଦ୍ଧା ରୋଡ୍ ରେଳଷ୍ଟେସନ ନିରୀକ୍ଷଣ କଲେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ
ଖୋର୍ଦ୍ଧା ରୋଡ୍ ରେଳଷ୍ଟେସନ ନିରୀକ୍ଷଣ କଲେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ

ଭୁବନେଶ୍ୱର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଆଜି ଖୋର୍ଦ୍ଧା ରୋଡ୍ ରେଳଷ୍ଟେସନର ଏକ ବ୍ୟାପକ ନିରୀକ୍ଷଣ କରିଛନ୍ତି। ଯାତ୍ରୀମାନଙ୍କ ସୁବିଧା ସୁଯୋଗ, ସୁରକ୍ଷା ବ୍ୟବସ୍ଥା, ଷ୍ଟେସନର ବିଭିନ୍ନ ସୁବିଧା, ସ୍ୱଚ୍ଛତା ଏବଂ କ୍ୟାଟେରିଂ (ଖାଦ୍ୟପେୟ) ସେବାର ସମୀକ୍ଷା ଉପରେ ଏହି ପରିଦର୍ଶନରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।

ଏହି ପରିଦର୍ଶନ ସମୟରେ ଶ୍ରୀ ଫୁଙ୍କୱାଲ ଷ୍ଟେସନର ବିଭିନ୍ନ ଅଞ୍ଚଳ ଯଥା- ବୁକିଂ ଅଫିସ୍, ଯାତ୍ରୀ ପ୍ରତୀକ୍ଷାଳୟ, ସର୍କୁଲେଟିଂ ଏରିଆ ବା ଚଳପ୍ରଚଳ ଏରିଆ (ଷ୍ଟେସନ ସମ୍ମୁଖ ଭାଗ), ଫୁଟ୍ ଓଭରବ୍ରିଜ୍, ପ୍ଲାଟଫର୍ମ ଏବଂ କ୍ୟାଟେରିଂ ୟୁନିଟ୍ ଗୁଡ଼ିକ ବୁଲି ଦେଖିଥିଲେ। ସେ ସେଠାରେ ଅଧିକାରୀମାନଙ୍କ ସହ ଆଲୋଚନା କରିବା ସହ ଷ୍ଟେସନରେ ଯାତ୍ରୀମାନଙ୍କୁ ଯୋଗାଇ ଦିଆଯାଉଥିବା ସେବାର ଗୁଣବତ୍ତା ସମୀକ୍ଷା କରିଥିଲେ।

ମହାପ୍ରବନ୍ଧକ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ, ସ୍ୱଚ୍ଛତା ଏବଂ ଷ୍ଟେସନ ପରିସରର ରକ୍ଷଣାବେକ୍ଷଣ ସମ୍ପର୍କିତ ବ୍ୟବସ୍ଥାଗୁଡ଼ିକର ସମୀକ୍ଷା କରିଥିଲେ। ଏହାସହ ସେ ଯାତ୍ରୀ ଓ କ୍ୟାଟେରିଂ ଷ୍ଟଲର କର୍ମଚାରୀମାନଙ୍କ ସହ ମଧ୍ୟ କଥା ହୋଇଥିଲେ ଏବଂ ଷ୍ଟେସନରେ ପ୍ରଦାନ କରାଯାଉଥିବା ସେବାର ମାନ ପରଖିଥିଲେ। ସ୍ୱଚ୍ଛତା, ଯାତ୍ରୀ ସୁବିଧା ଏବଂ ଗ୍ରାହକ ସନ୍ତୋଷର ଉଚ୍ଚ ମାନ ବଜାୟ ରଖିବା ଉପରେ ସେ ଗୁରୁତ୍ୱ ଆରୋପ କରିବା ସହ ଯାତ୍ରୀମାନଙ୍କ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସୁରକ୍ଷିତ, ଦକ୍ଷ ଏବଂ ଆରାମଦାୟକ ରେଳ ସେବା ସୁନିଶ୍ଚିତ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା ଏବଂ ଯାତ୍ରୀ ସୁବିଧାଗୁଡ଼ିକର ନିରନ୍ତର ଅନୁଧ୍ୟାନର ଆବଶ୍ୟକତା ଉପରେ ମହାପ୍ରବନ୍ଧକ ଜୋର ଦେଇଥିଲେ। ଯାତ୍ରୀ-କୈନ୍ଦ୍ରିକ ବିକାଶ ଏବଂ ସେବା କ୍ଷେତ୍ରରେ ଶ୍ରେଷ୍ଠତା ଉପରେ ବିଶେଷ ଧ୍ୟାନ ଦେବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଏହି ପରିଦର୍ଶନ ସମୟରେ ଖୋର୍ଦ୍ଧା ରୋଡ୍ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ (ଡିଆରଏମ) ଡି. ସୁନୀଲ ମହାପ୍ରବନ୍ଧକଙ୍କ ସହ ଉପସ୍ଥିତ ଥିଲେ ଏବଂ ବିଭିନ୍ନ ବିକାଶମୂଳକ ଓ ଉନ୍ନତ ପରିଚାଳନା ପାଇଁ ନିଆଯାଉଥିବା ପଦକ୍ଷେପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ।

ଖୋର୍ଦ୍ଧା ରୋଡ୍ ରେଳଷ୍ଟେସନ ପରମେଶ୍ୱର ଫୁଙ୍କୱାଲ ପୂର୍ବତଟ ରେଳପଥ
Share. Facebook Twitter LinkedIn Email WhatsApp Copy Link

Related Posts

ଟାଉନ ଥାନା ପୋଲିସ ପକ୍ଷରୁ ଚଢ଼ାଉ: ୧୪ ସାଇକେଲ ଜବତ, ଅଭିଯୁକ୍ତ ଗିରଫ

May 30, 2026

ବନ୍ଧ ହୁଡ଼ାରୁ ବିଧବା ମହିଳାଙ୍କ ଶବ ଉଦ୍ଧାର

May 30, 2026

ପେଟ୍ରୋଲ ଏବଂ ଡିଜେଲ ଦର ୨୨ ଟଙ୍କା ହ୍ରାସ: ସାଧାରଣ ଜନତାଙ୍କୁ ଆଶ୍ଵସ୍ତି ଦେଲା ସରକାରଙ୍କ ଏହି ନିଷ୍ପତ୍ତି

May 30, 2026

ଭୁବନେଶ୍ୱରର ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ଚାକିରୀରୁ ବରଖାସ୍ତ କଲେ ମୁଖ୍ୟମନ୍ତ୍ରୀ

May 30, 2026
Latest News

ଖୋର୍ଦ୍ଧା ରୋଡ୍ ରେଳଷ୍ଟେସନ ନିରୀକ୍ଷଣ କଲେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ

May 30, 2026

ଟାଉନ ଥାନା ପୋଲିସ ପକ୍ଷରୁ ଚଢ଼ାଉ: ୧୪ ସାଇକେଲ ଜବତ, ଅଭିଯୁକ୍ତ ଗିରଫ

May 30, 2026

ବନ୍ଧ ହୁଡ଼ାରୁ ବିଧବା ମହିଳାଙ୍କ ଶବ ଉଦ୍ଧାର

May 30, 2026

ପେଟ୍ରୋଲ ଏବଂ ଡିଜେଲ ଦର ୨୨ ଟଙ୍କା ହ୍ରାସ: ସାଧାରଣ ଜନତାଙ୍କୁ ଆଶ୍ଵସ୍ତି ଦେଲା ସରକାରଙ୍କ ଏହି ନିଷ୍ପତ୍ତି

May 30, 2026

ଭୁବନେଶ୍ୱରର ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ଚାକିରୀରୁ ବରଖାସ୍ତ କଲେ ମୁଖ୍ୟମନ୍ତ୍ରୀ

May 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.