Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମଦୂରତା ନା ନୂଆ ସମୀକରଣ? ଦିଲ୍ଲୀରେ ନବୀନ ଫ୍ୟାକ୍ଟର
ଆଜିର ଖବର

ସମଦୂରତା ନା ନୂଆ ସମୀକରଣ? ଦିଲ୍ଲୀରେ ନବୀନ ଫ୍ୟାକ୍ଟର

June 5, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭାରତୀୟ ରାଜନୀତିରେ ସ୍ଥାୟୀ ଶତ୍ରୁ କିମ୍ବା ସ୍ଥାୟୀ ମିତ୍ର ବୋଲି କିଛି ନଥାଏ। ସମୟ, ପରିସ୍ଥିତି, ନିର୍ବାଚନୀ ଆବଶ୍ୟକତା ଏବଂ ଶକ୍ତିର ସମୀକରଣ ଅନୁସାରେ ରାଜନୈତିକ ସମ୍ପର୍କର ରୂପ ବଦଳିଯାଏ। ଏବେ ଜାତୀୟ ରାଜନୀତିରେ ସେହିପରି ଏକ ନୂଆ ସମ୍ଭାବନାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରଶ୍ନ ଉଠୁଛି—ଦୀର୍ଘଦିନ ଧରି ‘ସମଦୂରତା’ ନୀତିକୁ ଅନୁସରଣ କରୁଥିବା ବିଜୁ ଜନତା ଦଳ କଣ ଏବେ ଇଣ୍ଡିଆ ମେଣ୍ଟ ଆଡକୁ ଢଳୁଛି?

ଆସନ୍ତା ୮ ତାରିଖରେ ୧୫ରୁ ଅଧିକ ବିରୋଧୀ ଦଳ ଏକାଠି ହୋଇ ଏନଡିଏ ସରକାର ବିରୋଧରେ ରଣନୀତି ପ୍ରସ୍ତୁତ କରିବାକୁ ଯାଉଛନ୍ତି । ଦୀର୍ଘ ଦିନ ପରେ ଇଣ୍ଡିଆ ମେଣ୍ଟର ନେତାମାନେ ଏକ ମଞ୍ଚରେ ଆସିବେ। କିନ୍ତୁ ଏହି ବୈଠକରେ ବିଜେଡିର ଭୂମିକା କ’ଣ ରହିବ, ତାହାକୁ ନେଇ ରାଜନୈତିକ ମହଲରେ ଉତ୍ସୁକତା ବଢ଼ିଛି।

ଗତ କିଛି ମାସରେ ଘଟିଥିବା କିଛି ଘଟଣା ବିଜେଡି ଓ ଇଣ୍ଡିଆ ମେଣ୍ଟ ମଧ୍ୟରେ ନିକଟତା ବଢ଼ୁଥିବାର ସଙ୍କେତ ଦେଇଛି। ମାର୍ଚ୍ଚରେ ରାଜ୍ୟସଭା ନିର୍ବାଚନ ସମୟରେ ବିଜେଡି ଓ କଂଗ୍ରେସ ମଧ୍ୟରେ ପରୋକ୍ଷ ସମନ୍ୱୟ ଦେଖିବାକୁ ମିଳିଥିଲା। ଏହାପରେ ଏପ୍ରିଲରେ ମହିଳା ସଂରକ୍ଷଣ ଏବଂ ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ବିରୋଧରେ ଆୟୋଜିତ ଇଣ୍ଡିଆ ମେଣ୍ଟ ବୈଠକରେ ବିଜେଡିର ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ ଯୋଗ ଦେଇଥିଲେ।

ଏହା ସହିତ ଆଉ ଏକ ରାଜନୈତିକ ସଂଯୋଗ ଆଲୋଚନାର କେନ୍ଦ୍ରବିନ୍ଦୁ ହୋଇଛି। ଇଣ୍ଡିଆ ମେଣ୍ଟର ବୈଠକ ହେବାକୁ ଥିବା ସମୟରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ଦିଲ୍ଲୀରେ ଅବସ୍ଥାନ କରୁଛନ୍ତି। ରାଜନୀତିରେ ସମୟ ଓ ସ୍ଥାନର ମଧ୍ୟ ନିଜସ୍ୱ ଅର୍ଥ ଥାଏ। ତେଣୁ ଏହି ସଂଯୋଗକୁ ନେଇ ବିଭିନ୍ନ ମହଲରେ ନାନା କଳ୍ପନା ଓ ବିଶ୍ଳେଷଣ ଆରମ୍ଭ ହୋଇଛି। ତେଣୁ ରାଜନୈତିକ ମହଲରେ ପ୍ରଶ୍ନ ଉଠୁଛି ବିଜେଡି  ଇଣ୍ଡିଆ ମେଣ୍ଟ ସହ ନୂଆ ସମ୍ପର୍କ ଗଢ଼ିବ, ନା  ପୂର୍ବଭଳି ସମଦୂରତା ନୀତି ଜାରି ରଖିବ?

ପଶ୍ଚିମବଙ୍ଗରେ ନିର୍ବାଚନୀ ଝଟକା ପରେ ମମତା ବାନାର୍ଜୀ ପୁଣିଥରେ ଇଣ୍ଡିଆ ମେଣ୍ଟ ସହ ସକ୍ରିୟ ହେଉଥିବାବେଳେ, ଦକ୍ଷିଣ ଭାରତରେ ଡିଏମକେ ଏହି ବୈଠକରୁ ଦୂରେଇ ରହିପାରେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ, ସାଧାରଣ ନିର୍ବାଚନ ପରେ ଆମ୍ ଆଦମୀ ପାର୍ଟି ମଧ୍ୟ ମେଣ୍ଟ ପ୍ରତି ଉତ୍ସାହ ଦେଖାଉନାହିଁ। ଏଭଳି ପରିସ୍ଥିତିରେ ବିଜେଡି ଭଳି ଏକ ପ୍ରଭାବଶାଳୀ ଆଞ୍ଚଳିକ ଦଳକୁ ସାଙ୍ଗରେ ନେବାକୁ ଇଣ୍ଡିଆ ମେଣ୍ଟର ନେତାମାନେ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି।

କିଛିଦିନ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନବୀନ ପଟ୍ଟନାୟକଙ୍କୁ ଉଦ୍ଦେଶ୍ୟ କରି କହିଥିଲେ ଯେ, “ନବୀନ ଏପଟସେପଟ ନହୋଇ ମୋଦିଙ୍କ ସହ ରୁହନ୍ତୁ।” ଏହି ବୟାନ ପରେ ବିଜେଡିର ଜାତୀୟ ରାଜନୀତିରେ ଭୂମିକାକୁ ନେଇ ଚର୍ଚ୍ଚା ଆହୁରି ଜୋର ଧରିଥିଲା।

ରାଜ୍ୟରେ ବିଜେପି ବିରୋଧରେ ଆକ୍ରମଣାତ୍ମକ ରହୁଥିବା ବିଜେଡି ଦିଲ୍ଲୀରେ ମଧ୍ୟ ସେହି ଆଭିମୁଖ୍ୟ ନେବ କି, ନା କି ପୁଣିଥରେ ସମଦୂରତାର ରାଜନୀତିକୁ ବାଛିବ – ତାହା ଏବେ ଅସ୍ପଷ୍ଟ। ତେବେ ଇଣ୍ଡିଆ ମେଣ୍ଟର ଆଗାମୀ ବୈଠକ ଓ ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଙ୍କେତ ଉପରେ ଏବେ କେବଳ ଓଡ଼ିଶା ନୁହେଁ, ସମଗ୍ର ଦେଶର ନଜର ରହିଛି।

ବିଜେଡି ରାଜନୀତିର ସବୁଠାରୁ ବଡ଼ ବିଶେଷତା ହେଉଛି ସ୍ୱାଧୀନ ଆଞ୍ଚଳିକ ପରିଚୟ। ଦଳଟି ଦୀର୍ଘଦିନ ଧରି ନା ବିଜେପି ସହ ସ୍ଥାୟୀ ଗଠବନ୍ଧନରେ ରହିଛି, ନା କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଶିବିରର ଅଂଶ ହୋଇଛି । ବିଭିନ୍ନ ଜାତୀୟ ପ୍ରସଙ୍ଗରେ ଦଳ ନିଜସ୍ୱ ଅବସ୍ଥାନ ନେଇଆସିଛି।

ତେବେ ଓଡ଼ିଶାରେ କ୍ଷମତା ହରାଇବା ପରେ ବିଜେଡିର ରାଜନୈତିକ ରଣନୀତିରେ କିଛି ପରିବର୍ତ୍ତନ ଆସିପାରେ ବୋଲି ବିଶ୍ଳେଷକମାନେ ମନେ କରୁଛନ୍ତି। ରାଜ୍ୟରେ ବିଜେପି ବିରୋଧରେ ଆକ୍ରମଣାତ୍ମକ ଭୂମିକା ନେଉଥିବା ବିଜେଡି, ଜାତୀୟ ସ୍ତରରେ ମଧ୍ୟ ସେହି ରଣନୀତି ଅନୁସରଣ କରିପାରେ। ତେବେ ସେହି ସମ୍ଭାବନା ଏପର୍ଯ୍ୟନ୍ତ ଅନୁମାନର ସ୍ତରରେ ରହିଛି।

ଆସନ୍ତା ବିରୋଧୀ ବୈଠକ, ଦିଲ୍ଲୀରେ ନବୀନ ପଟ୍ଟନାୟକଙ୍କ ଉପସ୍ଥିତି ଏବଂ ବିଜେଡି ନେତୃତ୍ୱର ପରବର୍ତ୍ତୀ ରାଜନୈତିକ ସଙ୍କେତ ଉପରେ ଏବେ ସମସ୍ତଙ୍କ ନଜର। ବିଜେଡି ଯଦି ଇଣ୍ଡିଆ ମେଣ୍ଟ ସହ ନିକଟତା ବଢ଼ାଏ, ତେବେ ଜାତୀୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହୋଇପାରେ। ଅନ୍ୟପଟେ ଦଳ ଯଦି ପୁଣିଥରେ ସମଦୂରତାର ନୀତିକୁ ବଜାୟ ରଖେ, ତେବେ ତାହା ନବୀନ ପଟ୍ଟନାୟକଙ୍କ ପରିଚିତ ରାଜନୈତିକ ଶୈଳୀର ଅବ୍ୟାହତତା ହେବ।

ବିଜେଡି କଣ ଇଣ୍ଡିଆ ମେଣ୍ଟ ଆଡକୁ ଢଳିବ, ନା ସ୍ୱତନ୍ତ୍ର ରାଜନୈତିକ ପଥକୁ ବାଛିବ ? ଏହାର ଉତ୍ତର ଆଗାମୀ କିଛି ଦିନ ମଧ୍ୟରେ ସ୍ପଷ୍ଟ ହୋଇପାରେ।

BJD INDIAAlliance naveenpattanaik
Share. Facebook Twitter LinkedIn Email WhatsApp Copy Link

Related Posts

ସରକାରୀ ପଦକ୍ଷେପ ସମ୍ପର୍କରେ ସଚେତନତା ବୃଦ୍ଧି ପାଇଁ ଗଣମାଧ୍ୟମ କର୍ମଶାଳା

June 5, 2026

ମାତ୍ର ୨ ଲକ୍ଷ ମୂଳ ମୂଲ୍ୟ ସତ୍ତ୍ୱେ କେଏଲ ରାହୁଲଙ୍କୁ ମିଳିଲେନି କ୍ରେତା: ବିକ୍ରି ହେଲେ ପାଡିକ୍କଲ ଏବଂ ମୟଙ୍କ

June 5, 2026

ପଥଚାରୀ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ

June 5, 2026

ହାଇୱା ଗାଡ଼ି ଧକ୍କାରେ ଦୁଇ ଶଗଡ଼ିଆଙ୍କ ମୃତ୍ୟୁ

June 5, 2026
Latest News

ସମଦୂରତା ନା ନୂଆ ସମୀକରଣ? ଦିଲ୍ଲୀରେ ନବୀନ ଫ୍ୟାକ୍ଟର

June 5, 2026

ସରକାରୀ ପଦକ୍ଷେପ ସମ୍ପର୍କରେ ସଚେତନତା ବୃଦ୍ଧି ପାଇଁ ଗଣମାଧ୍ୟମ କର୍ମଶାଳା

June 5, 2026

ମାତ୍ର ୨ ଲକ୍ଷ ମୂଳ ମୂଲ୍ୟ ସତ୍ତ୍ୱେ କେଏଲ ରାହୁଲଙ୍କୁ ମିଳିଲେନି କ୍ରେତା: ବିକ୍ରି ହେଲେ ପାଡିକ୍କଲ ଏବଂ ମୟଙ୍କ

June 5, 2026

ପଥଚାରୀ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ

June 5, 2026

ହାଇୱା ଗାଡ଼ି ଧକ୍କାରେ ଦୁଇ ଶଗଡ଼ିଆଙ୍କ ମୃତ୍ୟୁ

June 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.