Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟରେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଲା ଏସଆଇଆର
ଆଜିର ଖବର

ରାଜ୍ୟରେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଲା ଏସଆଇଆର

June 13, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏସଆଇଆର
ରାଜ୍ୟରେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଲା ଏସଆଇଆର

ଭୁବନେଶ୍ୱର: ରାଜ୍ୟରେ ଭୋଟର ତାଲିକାର ‘ସ୍ୱତନ୍ତ୍ର ସଘନ ସଂଶୋଧନ’ କାର୍ଯ୍ୟକ୍ରମ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି।
ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟ ପ୍ରାୟ ଶେଷ ହୋଇଥିବାବେଳେ ବର୍ତ୍ତମାନ ପରିଗଣନା ଫର୍ମଗୁଡ଼ିକର ଡିଜିଟାଇଜେସନ୍‌ ଉପରେ ଗୁରୁତ୍ୱ ଦିଆଯାଉଛି।

ବୁଥ୍ ସ୍ତରୀୟ ଅଧିକାରୀ ମାନେ ଘରକୁ ଘର ବୁଲି ପରିଗଣନା ଫର୍ମ ସଂଗ୍ରହ କରିବା ପରେ ସେଗୁଡ଼ିକୁ ଅନଲାଇନ୍ ମାଧ୍ୟମରେ ଡିଜିଟାଇଜ୍ କରୁଛନ୍ତି। ତେଣୁ ଯେଉଁ ଭୋଟରମାନେ ଏପର୍ଯ୍ୟନ୍ତ ନିଜର ପରିଗଣନା ଫର୍ମ ଦାଖଲ କରିନାହାନ୍ତି, ସେମାନେ ତୁରନ୍ତ ନିଜ BLOଙ୍କ ନିକଟରେ ଏହା ଜମା କରିବାକୁ ଅନୁରୋଧ କରାଯାଇଛି।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି (୧୩ ଜୁନ) ସନ୍ଧ୍ୟା ୬ଟା ସୁଦ୍ଧା ରାଜ୍ୟର ମୋଟ ୩ କୋଟି ୨୯ ଲକ୍ଷ ୬୪ ହଜାର ୫୦୧ ଜଣ ଭୋଟରଙ୍କ ନିକଟରେ ପରିଗଣନା ଫର୍ମ ବଣ୍ଟନ କରାଯାଇସାରିଛି, ଯାହା ମୋଟ ଭୋଟରଙ୍କର ୯୮.୬୫ ପ୍ରତିଶତ।

ସେହିପରି, ଏପର୍ଯ୍ୟନ୍ତ ୯୫ ଲକ୍ଷ ୪୧ ହଜାର ୯୨୪ଟି ପରିଗଣନା ଫର୍ମ ସଫଳତାର ସହ ଡିଜିଟାଇଜ୍ କରାଯାଇଛି, ଯାହା ମୋଟ ଭୋଟରଙ୍କର ୨୮.୫୭ ପ୍ରତିଶତ। ଆସନ୍ତା ଦିନଗୁଡ଼ିକରେ ଏହି ଡିଜିଟାଇଜେସନ୍ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରାଯାଉଛି।

ଆସନ୍ତା ୨୮ ଜୁନ ୨୦୨୬ ତାରିଖ ପୂର୍ବରୁ ପରିଗଣନା ଫର୍ମ ବଣ୍ଟନ, ସଂଗ୍ରହ ଏବଂ ଡିଜିଟାଇଜେସନ୍ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ସ୍ଥାନୀୟ ଅଞ୍ଚଳରେ ଘରକୁ ଘର ବୁଲି କାର୍ଯ୍ୟ କରୁଥିବା BLOମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ସମୟସୀମା ପୂର୍ବରୁ ଫର୍ମ ଦାଖଲ କରିବା ପାଇଁ ସମସ୍ତ ଭୋଟରଙ୍କୁ ଅନୁରୋଧ କରାଯାଇଛି।

ନିର୍ଦ୍ଧାରିତ ସମୟ ମଧ୍ୟରେ ପରିଗଣନା ଫର୍ମ ଦାଖଲ ନକଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ସମ୍ପର୍କରେ ନିୟମାନୁସାରେ ଯାଞ୍ଚ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ହେବ। ସେଥିପାଇଁ ସମସ୍ତ ଯୋଗ୍ୟ ଭୋଟରଙ୍କୁ ନିଜର ପରିଗଣନା ଫର୍ମ ଶୀଘ୍ର ଦାଖଲ କରିବାକୁ କୁହାଯାଇଛି।

ଭୋଟରମାନେ ଚାହିଁଲେ ନିର୍ବାଚନ କମିଶନଙ୍କ ୱେବସାଇଟ୍ ରୁ ପରିଗଣନା ଫର୍ମ ଡାଉନଲୋଡ୍ କରି ନିଜେ ଅନଲାଇନ୍‌ରେ ମଧ୍ୟ ଦାଖଲ କରିପାରିବେ। ଭୋଟର ତାଲିକା ସମ୍ବନ୍ଧୀୟ ଯେକୌଣସି ସୂଚନା କିମ୍ବା ସହାୟତା ପାଇଁ ମାଗଣା ହେଲ୍ପଲାଇନ୍ ନମ୍ବର ୧୯୫୦ରେ ଯୋଗାଯୋଗ କରାଯାଇପାରିବ।

ଏହି ସଂଶୋଧନ ପ୍ରକ୍ରିୟାକୁ ଅଧିକ ସୁଦୂରପ୍ରସାରୀ ଓ ସଫଳ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ରାଜ୍ୟର ସମସ୍ତ ବୈଦୁତିକ ଗଣମାଧ୍ୟମ, ପ୍ରିଣ୍ଟ ମିଡ଼ିଆ (ଖବରକାଗଜ), ରେଡ଼ିଓ ଏବଂ ସିନେମା ହଲ୍ ଗୁଡ଼ିକରେ ଏସଆଇଆର  ସମ୍ପର୍କିତ ସଚେତନତା ବିଜ୍ଞାପନ ଓ ସୂଚନା ପ୍ରସାରଣ କରାଯାଉଛି।

ଗଣତନ୍ତ୍ରର ଏହି ମହତ୍ୱପୂର୍ଣ୍ଣ ପ୍ରକ୍ରିୟାରେ ସମସ୍ତ ଯୋଗ୍ୟ ଭୋଟରଙ୍କ ଅଂଶଗ୍ରହଣ ସୁନିଶ୍ଚିତ କରିବା ସହ ଭୋଟର ତାଲିକାକୁ ସଠିକ୍, ଅଦ୍ୟତନ ଓ ତ୍ରୁଟିମୁକ୍ତ ରଖିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ।

ଏସଆଇଆର ଚୂଡାନ୍ତ ପର୍ଯ୍ୟାୟ ପରିଗଣନା ଫର୍ମ ବଣ୍ଟନ ସ୍ୱତନ୍ତ୍ର ସଘନ ସଂଶୋଧନ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ପ୍ରକାଶ ପାଇବ NEET PG 2026 ଆଡମିଟ୍ କାର୍ଡ!: ଜାଣନ୍ତୁ କିପରି କରିବେ ଡାଉନଲୋଡ୍?

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026

ବିଜେପି ଛାଡିଲେ ମାଲାୟଲମ ଅଭିନେତା: ଟିଭିକେରେ ଯୋଗଦେବା ପାଇଁ କଲେ ଘୋଷଣା

August 24, 2026

ଦକ୍ଷିଣ ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ସ୍ୱତନ୍ତ୍ର ପ୍ୟାକେଜ୍ ଓ ବୈଠକ ଦାବି କଲେ ​ବ୍ରହ୍ମପୁର ସାଂସଦ

August 24, 2026
Latest News

ଆଜି ପ୍ରକାଶ ପାଇବ NEET PG 2026 ଆଡମିଟ୍ କାର୍ଡ!: ଜାଣନ୍ତୁ କିପରି କରିବେ ଡାଉନଲୋଡ୍?

August 24, 2026

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026

ବିଜେପି ଛାଡିଲେ ମାଲାୟଲମ ଅଭିନେତା: ଟିଭିକେରେ ଯୋଗଦେବା ପାଇଁ କଲେ ଘୋଷଣା

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.