ନୟାଗଡ: ଶରଣକୁଳ ଥାନା ଆଇଆଇସିଙ୍କୁ ବଦଳି । ମହିଳାଙ୍କୁ ପ୍ରେମ ନିବେଦନ କରି ହରଡଘଣାରେ ପଡିଛନ୍ତି ଶରଣକୂଳ ଥାନା ଆଇଆଇସି ସୁଜିତ ଦାସ । ଦୁଷ୍କର୍ମ ଅଭିଯୋଗ ପରେ ନିରପେକ୍ଷ ତଦନ୍ତ ପାଇଁ ନୟାଗଡ ଶରଣକୂଳ ଥାନା ଅଧିକାରୀ ସୁଜିତ ଦାସଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ରାଜ୍ୟ ପୋଲିସ୍ ମୁଖ୍ୟାଳୟ ତରଫରୁ ବଦଳି ନିର୍ଦ୍ଦେଶ ହୋଇଛି । ଜାମୁସାହି ଗ୍ରାମର ଜଣେ ମହିଳାଙ୍କ ଅଭିଯୋଗ ଆଧାରରେ ଆଇଆଇସିଙ୍କୁ ବିରୋଧରେ ମାମଲା ରୁଜୁ ସହ ବଦଳି ହୋଇଛି । ତଦନ୍ତ ପ୍ରକ୍ରିୟାର ସ୍ୱଚ୍ଛତା ଓ ନିରପେକ୍ଷତାକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ମୁଖ୍ୟାଳୟ ତରଫରୁ ଥାନା ଅଧିକାରୀଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ଡ଼ିଏସପି ସଙ୍ଘମିତ୍ର ନାୟକଙ୍କୁ ଏହି ମାମଲାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।


