Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁରୀରେ ନିର୍ମାଣ ହେବ ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର
ଆଜିର ଖବର

ପୁରୀରେ ନିର୍ମାଣ ହେବ ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର

June 26, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Puri to Get 1,000-Seat Convention Centre
Puri to Get 1,000-Seat Convention Centre

ପୁରୀ: ପବିତ୍ର ଶ୍ରୀକ୍ଷେତ୍ର ପୁରୀର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଏକ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର। ପୁରୀକୁ ସମ୍ମିଳନୀ, ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରଦର୍ଶନୀ ଏବଂ ବୃହତ ଜନସମାବେଶ ପାଇଁ ଏକ ପ୍ରମୁଖ ସ୍ଥଳ ଭାବେ ଗଢ଼ିତୋଳିବା ଲକ୍ଷ୍ୟରେ ସେଠାରେ ୧୦୦୦ ଆସନ ବିଶିଷ୍ଟ ଏକ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର  ନିର୍ମାଣ କରାଯିବ।

ବିଭାଗ ପକ୍ଷରୁ “ବିକଶିତ ଓଡ଼ିଶା ପାଇଁ ଜନ ଭାଗିଦାରୀ: ସଶକ୍ତ ନାଗରିକ – ସମାବେଶୀ ସହର – ସ୍ଥାୟୀ ସହରାଞ୍ଚଳ ଭବିଷ୍ୟତ” ଆଭିମୁଖ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ  ଅବସରରେ ମନ୍ତ୍ରୀ ଏହି ଘୋଷଣା କରିଛନ୍ତି।

ପ୍ରସ୍ତାବିତ ପ୍ରକଳ୍ପକୁ ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ଏବଂ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରିବା ଭଳି ସ୍ଥାନ  ଭାବେ ପରିକଳ୍ପନା କରାଯାଇଛି। ଏଠାରେ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମିଳନୀ, ଶିକ୍ଷାଗତ ତଥା ବୃତ୍ତିଗତ ଆଲୋଚନାଚକ୍ର, ସାଂସ୍କୃତିକ ମହୋତ୍ସବ, ସରକାରୀ କାର୍ଯ୍ୟକ୍ରମ ଏବଂ ସାମାଜିକ ସମାବେଶ ଆଦି ଆୟୋଜନ କରାଯାଇପାରିବ। ଏହି ପ୍ରକଳ୍ପ ଦ୍ୱାରା ପୁରୀରେ ଏକ ବୃହତ ଓ ଆଧୁନିକ ପ୍ରେକ୍ଷାଳୟର ବହୁ ପ୍ରତୀକ୍ଷିତ ଆବଶ୍ୟକତା ପୂରଣ ହେବ ବୋଲି ଆଶା କରାଯାଉଛି।

ଭାରତର ଅନ୍ୟତମ ତୀର୍ଥ କ୍ଷେତ୍ର ତଥା ଏକ ପ୍ରମୁଖ ବିଶ୍ୱ ପର୍ଯ୍ୟଟନ ସ୍ଥଳୀ ଭାବେ ପୁରୀର ସ୍ୱତନ୍ତ୍ର ପରିଚୟକୁ ରେଖାଙ୍କିତ କରି ଡଃ ମହାପାତ୍ର କହିଛନ୍ତି ଯେ, ସହରର ବର୍ଦ୍ଧିତ ଆବଶ୍ୟକତାକୁ ପୂରଣ କରିବା ଏବଂ ସହରାଞ୍ଚଳ ଭିତ୍ତିଭୂମି ତଥା ଜନସାଧାରଣଙ୍କ ସୁବିଧା ସୁଯୋଗକୁ ସୁଦୃଢ଼ କରିବା ଦିଗରେ ଏହି ସମ୍ମିଳନୀ କକ୍ଷ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହି ପ୍ରକଳ୍ପର ଶୀଘ୍ର ରୂପାୟନ ପାଇଁ ଆବଶ୍ୟକ ପ୍ରଶାସନିକ ପ୍ରକ୍ରିୟା ଏବଂ ପ୍ରାଥମିକ ପ୍ରସ୍ତୁତି କାର୍ଯ୍ୟକୁ ପ୍ରାଥମିକତା ଭିତ୍ତିରେ ଆରମ୍ଭ କରିବାକୁ ମନ୍ତ୍ରୀ, ପୁରୀ ମହାନଗର ନିଗମର କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମନ୍ତ୍ରୀ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ଓଡ଼ିଶାର ବିଭିନ୍ନ ପୌରସଂସ୍ଥା  ଗୁଡ଼ିକରେ ପର୍ଯ୍ୟାୟକ୍ରମେ ଏଭଳି ବହୁମୁଖୀ ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଏକ ବ୍ୟାପକ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି । ଏହି ପଦକ୍ଷେପ ସହରାଞ୍ଚଳର ସୁବିଧା ସୁଯୋଗକୁ ସୁଦୃଢ଼ କରିବ, ଗୋଷ୍ଠି ସହଭାଗିତାକୁ ପ୍ରୋତ୍ସାହିତ କରିବ ଏବଂ ଦ୍ରୁତ ଗତିରେ ବଢ଼ୁଥିବା ସହରାଞ୍ଚଳ ଜନସଂଖ୍ୟାର ଆବଶ୍ୟକତାକୁ ପୂରଣ କରିବ।

ଏହି ସମାରୋହରେ ଉପସ୍ଥିତ ଥିବା ଜନପ୍ରତିନିଧି, ନାଗରିକ ଏବଂ ବିଭିନ୍ନ ଅଂଶୀଦାରମାନେ ଏହି ଘୋଷଣାକୁ ସ୍ୱାଗତ କରିବା ସହ ପ୍ରସ୍ତାବିତ ସମ୍ମିଳନୀ କକ୍ଷ ଶ୍ରୀକ୍ଷେତ୍ରର ରୂପରେଖରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ ବୋଲି ମତବ୍ୟକ୍ତ କରିଛନ୍ତି।

ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ଏକ ପ୍ରମୁଖ ଜନ କଲ୍ୟାଣକାରୀ ଭିତ୍ତିଭୂମି ଭାବେ ଉଭା ହେବ, ଯାହା ପୁରୀର ସାଂସ୍କୃତିକ, ଆଧ୍ୟାତ୍ମିକ ଏବଂ ପର୍ଯ୍ୟଟନ ଗୌରବକୁ ଆହୁରି ବଢ଼ାଇବ। ଏହାସହ ଓଡ଼ିଶାର ସ୍ଥାୟୀ, ସମାବେଶୀ ଏବଂ ନାଗରିକ-କୈନ୍ଦ୍ରିକ ସହରୀ ବିକାଶର ପରିକଳ୍ପନାକୁ ସାକାର କରିବାରେ ବିଶେଷ ସହାୟକ ହେବ।

Convention Centre Puri ପୁରୀ ବହୁମୁଖୀ ସମ୍ମିଳନୀ କେନ୍ଦ୍ର ଶ୍ରୀକ୍ଷେତ୍ର ପୁରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀଜଗନ୍ନାଥ ମନ୍ଦିରର ଡିଜିଟାଲ୍ ହୁଣ୍ଡି “ସମର୍ପଣ” ୱେବ୍ ପୋର୍ଟାଲର ଶୁଭ ଉନ୍ମୋଚନ

July 16, 2026

ଶିକ୍ଷକ ନିଯୁକ୍ତିରେ ବିଳମ୍ବକୁ ନେଇ ସରକାରଙ୍କୁ ଘେରିଲା ସମନ୍ୱୟ ସମିତି

July 16, 2026

ମୋଟରସାଇକେଲ ଦୁର୍ଘଟଣାରେ ଯୁବକ ମୃତ: ଜଣେ ଆହତ

July 16, 2026

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଶ୍ରୀ ଜିଉଙ୍କ ଅପେକ୍ଷାରେ ତିନି ରଥ

July 16, 2026
Latest News

ମୋବାଇଲ୍ ଫୋନ୍ ନିର୍ମାଣ ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରି

July 16, 2026

ଶ୍ରୀଜଗନ୍ନାଥ ମନ୍ଦିରର ଡିଜିଟାଲ୍ ହୁଣ୍ଡି “ସମର୍ପଣ” ୱେବ୍ ପୋର୍ଟାଲର ଶୁଭ ଉନ୍ମୋଚନ

July 16, 2026

ଶିକ୍ଷକ ନିଯୁକ୍ତିରେ ବିଳମ୍ବକୁ ନେଇ ସରକାରଙ୍କୁ ଘେରିଲା ସମନ୍ୱୟ ସମିତି

July 16, 2026

ମୋଟରସାଇକେଲ ଦୁର୍ଘଟଣାରେ ଯୁବକ ମୃତ: ଜଣେ ଆହତ

July 16, 2026

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଶ୍ରୀ ଜିଉଙ୍କ ଅପେକ୍ଷାରେ ତିନି ରଥ

July 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.