Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜନକଲ୍ୟାଣମୂଳକ ଯୋଜନା ଉପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା
ଆଜିର ଖବର

ଜନକଲ୍ୟାଣମୂଳକ ଯୋଜନା ଉପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା

July 3, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜନକଲ୍ୟାଣମୂଳକ ଯୋଜନା ଉପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା
ଜନକଲ୍ୟାଣମୂଳକ ଯୋଜନା ଉପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା

ନୂଆଦିଲ୍ଲୀ: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ରାଞ୍ଚି ପକ୍ଷରୁ ଆଜି ଜାମସେଦପୁରଠାରେ ‘ବର୍ତ୍ତାଳାପ–୨୦୨୬’ ଗଣମାଧ୍ୟମ କର୍ମଶାଳା ଆୟୋଜିତ ହୋଇଯାଇଛି। ‘ବିଶ୍ୱାସର ୧୨ ବର୍ଷ: ବିକାଶ, ଲୋକକଲ୍ୟାଣ, କୃଷକ ସଶକ୍ତିକରଣ ଓ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ ବିଷୟବସ୍ତୁକୁ କେନ୍ଦ୍ର କରି ଆୟୋଜିତ ଏହି କର୍ମଶାଳାରେ ଜାମସେଦପୁର ଏବଂ ଆଖପାଖ ଅଞ୍ଚଳର ପ୍ରାୟ ୭୦ ଜଣ ଗଣମାଧ୍ୟମ ପ୍ରତିନିଧି ଅଂଶଗ୍ରହଣ କରିଥିଲେ।

କର୍ମଶାଳାର ମୂଳ ଉଦ୍ଦେଶ୍ୟ ଥିଲା କେନ୍ଦ୍ର ସରକାରଙ୍କ ଜନକଲ୍ୟାଣମୂଳକ ଯୋଜନା, କୃଷକ-କୈନ୍ଦ୍ରିକ ପଦକ୍ଷେପ ଏବଂ ‘ବିକଶିତ ଭାରତ–୨୦୪୭’ର ପରିକଳ୍ପନା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ତଥ୍ୟଭିତ୍ତିକ ଓ ଗଠନମୂଳକ ସଂଳାପ ସ୍ଥାପନ କରିବା।

ଉଦ୍‌ଘାଟନୀ ଅଧିବେଶନରେ ପିଆଇବି ରାଞ୍ଚି ଓ ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର କହିଥିଲେ, ସରକାର ଓ ଗଣମାଧ୍ୟମ ମଧ୍ୟରେ ନିରନ୍ତର, ସ୍ୱଚ୍ଛ ଓ ଅର୍ଥପୂର୍ଣ୍ଣ ବାର୍ତ୍ତାଳାପ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିଥାଏ। ସେ ‘ବର୍ତ୍ତାଳାପ’ ପଦକ୍ଷେପର ଉଦ୍ଦେଶ୍ୟ ଓ ପ୍ରାସଙ୍ଗିକତା ବ୍ୟାଖ୍ୟା କରିବା ସହ ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ସଠିକ୍ ଓ ପ୍ରାମାଣିକ ସୂଚନା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବାରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।

ପିଆଇବି ରାଞ୍ଚିର ମିଡିଆ ଓ କମ୍ୟୁନିକେସନ୍ ଅଫିସର ଶ୍ରୀ ରାଜେଶ କୁମାର ସିହ୍ନା ବିଗତ ୧୨ ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରମୁଖ ସଫଳତା ଓ ଜନକଲ୍ୟାଣମୂଳକ ଯୋଜନା ମାଧ୍ୟମରେ ସାଧାରଣ ନାଗରିକଙ୍କ ଜୀବନରେ ଆସିଥିବା ସକାରାତ୍ମକ ପରିବର୍ତ୍ତନ ସମ୍ପର୍କରେ ଉପସ୍ଥାପନା କରିଥିଲେ।

ବୈଷୟିକ ଅଧିବେଶନରେ ଦୂରଦର୍ଶନ ନ୍ୟୁଜ୍, ଝାଡ଼ଖଣ୍ଡର ୟୁନିଟ୍ ମୁଖ୍ୟ ତଥା ସହକାରୀ ନିର୍ଦ୍ଦେଶକ ଶ୍ରୀ ଦିବାକର କୁମାର ‘ଡ୍ରୋନ୍ ଦିଦି’, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଏବଂ ଆଧୁନିକ କୃଷି ପ୍ରଯୁକ୍ତିବିଦ୍ୟା ପରି ପଦକ୍ଷେପ କୃଷକମାନଙ୍କୁ ସଶକ୍ତ କରିବାରେ କିପରି ସହାୟକ ହେଉଛି, ସେ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ପୂର୍ବ ସିଂହଭୂମର ବରିଷ୍ଠ କୃଷି ବୈଜ୍ଞାନିକ (କୃଷି ଇଞ୍ଜିନିୟରିଂ) ଶ୍ରୀ ସୁରେନ୍ଦ୍ର ସିଂହ ମୁଣ୍ଡା ବୈଜ୍ଞାନିକ ପଦ୍ଧତିରେ ଚାଷ, ଉନ୍ନତ କୃଷି ପ୍ରଯୁକ୍ତି ଏବଂ ଆଧୁନିକ କୃଷି ପରିଚାଳନା ମାଧ୍ୟମରେ କୃଷକଙ୍କ ଆୟ ବୃଦ୍ଧି ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ମତ ରଖିଥିଲେ।

ପିଆଇବି ରାଞ୍ଚିର କାର୍ଯ୍ୟାଳୟ ମୁଖ୍ୟ ଗୌରବ କୁମାର ପୁଷ୍କର ସାମ୍ବାଦିକ କଲ୍ୟାଣ ଯୋଜନା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ବରିଷ୍ଠ ସାମ୍ବାଦିକ ବଲବୀର ଦତ୍ତ ‘ବିକଶିତ ଭାରତ–୨୦୪୭’ର ଲକ୍ଷ୍ୟ ପୂରଣରେ ସକାରାତ୍ମକ, ଦାୟିତ୍ୱବାନ ଓ ଗଠନମୂଳକ ଗଣମାଧ୍ୟମର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ।  ଜିଲ୍ଲା ଜନସମ୍ପର୍କ ଅଧିକାରୀ ପଞ୍ଚାନନ ଓରାଓଁ କୃଷକ କଲ୍ୟାଣକାରୀ ଯୋଜନା ଉପରେ ନିଜର ମତ ରଖିଥିଲେ। ପ୍ରଶ୍ନ-ଉତ୍ତର ଅଧିବେଶନ ପରେ ଧନ୍ୟବାଦ ଅର୍ପଣ ସହ କର୍ମଶାଳା ଶେଷ ହୋଇଥିଲା। ପିଆଇବି ରାଞ୍ଚିର ୟଙ୍ଗ୍‍ ପ୍ରଫେସନାଲ ଶିବାନୀ କୁମାରୀ କେଶରୀ ପିଆଇବିର କାର୍ଯ୍ୟକାରିତା ଉପରେ ଏକ ଉପସ୍ଥାପନା କରିଥିଲେ। ସୂଚନା ସହାୟକ ପ୍ରିନ୍ସ କୁମାର, ୟଙ୍ଗ୍‍ ପ୍ରଫେସନାଲ ଶିଭେନ୍ଦ୍ର ନାଥ ତିୱାରୀ ଏବଂ ପିଆଇବି ରାଞ୍ଚିର ଅନ୍ୟ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।

ଗଣମାଧ୍ୟମ କର୍ମଶାଳା ଗଣମାଧ୍ୟମ ପ୍ରତିନିଧି ଜନକଲ୍ୟାଣମୂଳକ ଯୋଜନା ଜାମସେଦପୁର
Share. Facebook Twitter LinkedIn Email WhatsApp Copy Link

Related Posts

ସମୁଦ୍ର ଜୁଆର ଯୋଗୁଁ ବିପଦରେ ପୋଡ଼ମ୍ପେଟା ଗ୍ରାମ: ବିପନ୍ନଙ୍କୁ ତୁରନ୍ତ ସହାୟତା ଓ ସ୍ଥାୟୀ ଥଇଥାନ ଦାବି

July 3, 2026

ଭୁବନେଶ୍ବରରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ,ଏଥିରେ…

July 3, 2026

ଉର୍ଜ୍ଜା ସ୍ଥିରତା ସମ୍ପର୍କରେ ଭାରତ ଓ ଜାପାନ ମଧ୍ୟରେ ମିଳିତ ଘୋଷଣାନାମା

July 3, 2026

Steel Import Issues: ଇସ୍ପାତ ମନ୍ତ୍ରଣାଳୟ ଆୟୋଜନ କରିବ ଓପନ ହାଉସ ଆଲୋଚନା

July 3, 2026
Latest News

ଜନକଲ୍ୟାଣମୂଳକ ଯୋଜନା ଉପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା

July 3, 2026

ସମୁଦ୍ର ଜୁଆର ଯୋଗୁଁ ବିପଦରେ ପୋଡ଼ମ୍ପେଟା ଗ୍ରାମ: ବିପନ୍ନଙ୍କୁ ତୁରନ୍ତ ସହାୟତା ଓ ସ୍ଥାୟୀ ଥଇଥାନ ଦାବି

July 3, 2026

ଭୁବନେଶ୍ବରରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ,ଏଥିରେ…

July 3, 2026

ଉର୍ଜ୍ଜା ସ୍ଥିରତା ସମ୍ପର୍କରେ ଭାରତ ଓ ଜାପାନ ମଧ୍ୟରେ ମିଳିତ ଘୋଷଣାନାମା

July 3, 2026

Steel Import Issues: ଇସ୍ପାତ ମନ୍ତ୍ରଣାଳୟ ଆୟୋଜନ କରିବ ଓପନ ହାଉସ ଆଲୋଚନା

July 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.