Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରେମରେ ବୟସ ବାଧା ନୁହେଁ! ୬୧ ବର୍ଷରେ ଗୌରୀଙ୍କୁ ଜୀବନସାଥୀ କଲେ ଆମିର ଖାନ
ଆଜିର ଖବର

ପ୍ରେମରେ ବୟସ ବାଧା ନୁହେଁ! ୬୧ ବର୍ଷରେ ଗୌରୀଙ୍କୁ ଜୀବନସାଥୀ କଲେ ଆମିର ଖାନ

July 6, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ବଲିଉଡ୍‌ର ‘ମିଷ୍ଟର ପରଫେକ୍ସନିଷ୍ଟ’ ଆମିର ଖାନ ନିଜ ବ୍ୟକ୍ତିଗତ ଜୀବନରେ ପୁଣି ଥରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି। ୬୧ ବର୍ଷ ବୟସରେ ସେ ତାଙ୍କ ଦୀର୍ଘଦିନର ସାଥୀ ଗୌରୀ ସ୍ପ୍ରେଟଙ୍କୁ ଏକ ସରଳ ଓ ବ୍ୟକ୍ତିଗତ ସମାରୋହରେ ବିବାହ କରିଛନ୍ତି। ଉଭୟେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ପାଲି ହିଲ୍‌ରେ ଥିବା ଆମିରଙ୍କ ବାସଭବନରେ ସ୍ପେଶାଲ୍ ମ୍ୟାରେଜ୍ ଆକ୍ଟ ଅନୁଯାୟୀ ପଞ୍ଜିକୃତ ବିବାହ କରିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ରବିବାର ଦିନ ପ୍ରାୟ ୧୨ଟା ୪୫ ମିନିଟ୍‌ରେ ଉଭୟ ବିବାହ ପଞ୍ଜିକରଣ ଦଲିଲରେ ସ୍ୱାକ୍ଷର କରିଥିଲେ। ଏହି ଅବସରରେ ଆମିରଙ୍କ ପୁଅ ଆଜାଦ ଏବଂ ଗୌରୀଙ୍କ ପୂର୍ବ ବିବାହର ପୁଅ ସାକ୍ଷୀ ଭାବେ ଉପସ୍ଥିତ ଥିଲେ। ପରିବାର ସଦସ୍ୟଙ୍କ ସହ କିଛି ଘନିଷ୍ଠ ବନ୍ଧୁ ମଧ୍ୟ ଏହି ଅନ୍ତରଙ୍ଗ ସମାରୋହରେ ଯୋଗ ଦେଇଥିଲେ। ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଶିଳ୍ପପତି ମୁକେଶ ଅମ୍ବାନୀ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକରଙ୍କ ସମେତ କିଛି ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

ଆମିର ଖାନଙ୍କ ବ୍ୟକ୍ତିଗତ ଜୀବନ ସବୁବେଳେ ଚର୍ଚ୍ଚାରେ ରହିଛି। ପ୍ରଥମେ ସେ ରୀନା ଦତ୍ତଙ୍କୁ ବିବାହ କରିଥିଲେ। ଏହି ବିବାହରୁ ତାଙ୍କର ଦୁଇ ସନ୍ତାନ ଜୁନୈଦ ଓ ଇରା ଖାନ ଅଛନ୍ତି। ପ୍ରାୟ ୧୫ ବର୍ଷର ଦାମ୍ପତ୍ୟ ଜୀବନ ପରେ ଉଭୟଙ୍କ ବିଚ୍ଛେଦ ହୋଇଥିଲା।

ପରେ ଆମିର ଚଳଚ୍ଚିତ୍ର ନିର୍ଦ୍ଦେଶକ କିରଣ ରାଓଙ୍କୁ ବିବାହ କରିଥିଲେ। ଏହି ଦମ୍ପତିଙ୍କର ପୁଅ ଆଜାଦ ଅଛନ୍ତି। ୨୦୨୧ରେ ଦୁହେଁ ଅଲଗା ହେବାର ଘୋଷଣା କରିଥିଲେ ମଧ୍ୟ ପୁଅର ଲାଳନପାଳନ ଓ ପେସାଗତ କାର୍ଯ୍ୟରେ ପରସ୍ପରକୁ ସହଯୋଗ କରିଆସୁଛନ୍ତି।

ଆମିର ଓ ଗୌରୀ ପ୍ରାୟ ୨୫ ବର୍ଷ ଧରି ପରସ୍ପରକୁ ଜାଣିଥିବାବେଳେ, ଗତ ଦୁଇ ବର୍ଷ ଧରି ସେମାନେ ସମ୍ପର୍କରେ ଥିଲେ। ଗୌରୀ ସ୍ପ୍ରେଟ ଜଣେ ଉଦ୍ୟୋଗୀ ହେବା ସହ ପୂର୍ବ ବିବାହରୁ ତାଙ୍କର ଏକ ପୁଅ ମଧ୍ୟ ଅଛି। ଏହି ବିବାହକୁ ଆମିରଙ୍କ ଜୀବନର ନୂଆ ଆରମ୍ଭ ବୋଲି ଦେଖାଯାଉଛି।

aamirkhan marriage
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ଥଳଭାଗ ଅତିକ୍ରମ କଲା ଅବପାତ

July 6, 2026

ଭିଜିଲାନ୍ସ ଜାଲରେ ସରପଞ୍ଚ

July 5, 2026

ବାରଙ୍ଗରେ ସିରିଜ୍ ମନ୍ଦିର ଚୋରି

July 5, 2026

ସେଲଫି ହେଲା କାଳ : ମହାନଦୀରେ ଭାସିଗଲେ ୩ ଯୁବକ

July 5, 2026
Latest News

ପ୍ରେମରେ ବୟସ ବାଧା ନୁହେଁ! ୬୧ ବର୍ଷରେ ଗୌରୀଙ୍କୁ ଜୀବନସାଥୀ କଲେ ଆମିର ଖାନ

July 6, 2026

ସ୍ଥଳଭାଗ ଅତିକ୍ରମ କଲା ଅବପାତ

July 6, 2026

ଭିଜିଲାନ୍ସ ଜାଲରେ ସରପଞ୍ଚ

July 5, 2026

ବାରଙ୍ଗରେ ସିରିଜ୍ ମନ୍ଦିର ଚୋରି

July 5, 2026

ସେଲଫି ହେଲା କାଳ : ମହାନଦୀରେ ଭାସିଗଲେ ୩ ଯୁବକ

July 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.