Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜୟଲକ୍ଷ୍ମୀଙ୍କ ଗଳ୍ପପୁସ୍ତକ “କେରାଏ ଦୁବ ଅରାଏ ଆକାଶ” ଉନ୍ମୋଚିତ
ଆଜିର ଖବର

ବିଜୟଲକ୍ଷ୍ମୀଙ୍କ ଗଳ୍ପପୁସ୍ତକ “କେରାଏ ଦୁବ ଅରାଏ ଆକାଶ” ଉନ୍ମୋଚିତ

July 14, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜୟଲକ୍ଷ୍ମୀଙ୍କ ଗଳ୍ପପୁସ୍ତକ "କେରାଏ ଦୁବ ଅରାଏ ଆକାଶ" ଉନ୍ମୋଚିତ
ବିଜୟଲକ୍ଷ୍ମୀଙ୍କ ଗଳ୍ପପୁସ୍ତକ "କେରାଏ ଦୁବ ଅରାଏ ଆକାଶ" ଉନ୍ମୋଚିତ

ବାଣପୁର: ସକଳ କଥା କବିତା ଭାଷା ସାହିତ୍ୟର ସ୍ରଷ୍ଟା ଜଗତର ନାଥ ଜଗନ୍ନାଥଙ୍କ ପବିତ୍ର ନେତ୍ରୋତ୍ସବ ନବଯୌବନ ଦର୍ଶନ ସହିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୂଣ୍ୟତିଥିର ମାହେନ୍ଦ୍ର ବେଳାରେ ବାଣୀକ୍ଷେତ୍ର ବାଣପୁରର ଅନନ୍ୟ ସାରସ୍ଵତ ପ୍ରତିଭା ବିଜୟ ଲକ୍ଷ୍ମୀ ପଟ୍ଟନାୟକଙ୍କ ରଚିତ ଗଳ୍ପ ସଂକଳନ “କେରାଏ ଘାସ ଅରାଏ ଆକାଶ” ଉନ୍ମୋଚିତ ହୋଇଯାଇଛି। ଗାଳ୍ପିକା ଶ୍ରୀମତୀ ପଟ୍ଟନାୟକଙ୍କ ଉପସ୍ଥିତିରେ ଓଡ଼ିଆ ଭାଷା ସାହିତ୍ୟର ବିଶିଷ୍ଟ କଥାକାର, ମିନିଗଳ୍ପର ରଚୟିତା କବି ଶିବ ମିଶ୍ର, କବି ପତ୍ନୀ ନମିତା ମିଶ୍ର, ବିଶିଷ୍ଟ ଔପନ୍ୟାସିକ, ଗାଳ୍ପିକ କବି ପୁରୁଷୋତ୍ତମ ମହାପାତ୍ର, ଚ଼ିଲିକା ସାହିତ୍ୟ ସମାଜର ସଭାପତି କବି ବାଳମୁକୁନ୍ଦଦାସଙ୍କ କରକମଳରେ ସଂକଳନଟି ଉନ୍ମୋଚିତ ହୋଇଥିଲା।

ଖୋରଧା ଜିଲ୍ଲା ବାଣପୁର ନିକଟବର୍ତ୍ତୀ ଅଖ୍ୟାତପଲ୍ଲୀ ବାଲେଡିହ ଗ୍ରାମରେ ଜନ୍ମିତ ଶ୍ରୀମତୀ ପଟ୍ଟନାୟକ ଗୋଦାବରୀଶ ବିଦ୍ୟାପୀଠରେ ଅଧ୍ୟୟନ କାଳରୁ ହିଁ ତାଙ୍କ କବି ପ୍ରତିଭାର ଉନ୍ମେଷ ଘଟିଥିଲା। ମହାବିଦ୍ୟାଳୟ ଅଧ୍ୟୟନ କାଳରେ ତାଙ୍କ କବିତା ଗଳ୍ପ ବିଭିନ୍ନପତ୍ର ପତ୍ରିକାରେ ପ୍ରକାଶିତ ହୋଇ ପାଠକୀୟ ଆଦୃତ୍ତି ଲାଭ କରିଥିଲା। ତା ପରଠାରୁ ସେ ଆଉ ପଛକୁ ଫେରିନାହାନ୍ତି।

ଶିକ୍ଷକତାକୁ ପେଶା କରି ସାହିତ୍ୟ ନିଶାରେ ମସ୍ ଗୁଲ୍ ଥିଲେ ଶ୍ରୀମତୀ ପଟ୍ଟନାୟକ। ଚ଼ିଲିକା ସାହିତ୍ୟ ସମାଜର ସଭ୍ୟା ଥାଇ ସାହିତ୍ୟ ସମାଜର ପ୍ରକାଶିତ “କଲ୍ଲୋଳ” ପତ୍ରିକା ସହିତ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପ୍ରକାଶିତ ପତ୍ର ପତ୍ରିକା ଏବଂ ଦୈନିକ ସମ୍ବାଦପତ୍ରର ରବିବାସରୀୟ ସାହିତ୍ୟ ପୃଷ୍ଠାରେ ତାଙ୍କ ରଚିତ କବିତା ଗଳ୍ପ ଗୁଡ଼ିକ ହିଁ ତାଙ୍କୁ ଓଡ଼ିଶାର ପାଠକ ଲେଖକ ମହଲରେ ବେଶ୍ ପରିଚିତ କରାଇପାରିଥିଲା।

ଓଡ଼ିଶାର ସାରସ୍ଵତ ପରିମଣ୍ଡଳରେ ଶ୍ରୀମତୀ ବିଜୟଲକ୍ଷ୍ମୀ ପଟ୍ଟନାୟକ ଏକ ମୁଗ୍ଧ ଉଚ୍ଚାରଣ। ଗଳ୍ପ, କବିତା ଓ ଜୀବନୀ ମାଧ୍ୟମରେ ସେ ସୃଷ୍ଟି କରିପାରିଛନ୍ତି ବିଶେଷ ପରିଚ଼ୟ। ଗୋଦାବରୀଶ ମିଶ୍ର ଗୋଦାବରୀଶ ମହାପାତ୍ର, କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ସହିତ ଏମାଟିର ଅନ୍ୟାନ୍ୟସାରସ୍ବତ ସାଧକଙ୍କ ସାହିତ୍ୟ ସର୍ଜନାର ପ୍ରଭାବ ତାଙ୍କୁ ପ୍ରଭାବିତ କରିଛି। ପ୍ରକୃତିର ମନୋରମ ଉପହାର ସ୍ରୋତସ୍ବିନୀ ଶାଳିଆ, ଉତ୍ତୁଙ୍ଗ ପାହାଡ଼ ଶୋଲରୀ ଭାଲେରୀ ଘଣ୍ଟଶିଳା, ମାମୁଁ ଭଣଞ୍ଜା ଓ ନୀଳରଙ୍ଗୀ ଚିଲିକାର କଳକଳ ନିନାଦିତ ଲହରୀ ମାଳାରୁ ସଂଗୃହୀତ ଶବ୍ଦର ସମ୍ଭାର ତାଙ୍କ ଗଳ୍ପର ସମ୍ପଦ।

ମାନବିକ ମୂଲ୍ୟବୋଧ ସମ୍ବଳିତ ସାଂପ୍ରତିକ ସମସ୍ୟା ବହୁଳ ସମାଜରେ ନିଜେ ଭୋଗିଥିବା ଜୀବନ ଓ ସମୟର ନିଚ୍ଛକ ଘଟଣାବଳୀ ସହିତ ପରିଚିତ ପୃଥିବୀର ଚିତ୍ର ଓ ଚ଼ରିତ୍ରଙ୍କୁ ନେଇ ଚିତ୍ରିତ ତାଙ୍କ ଗଳ୍ପଗୁଡ଼ିକ ନିଶ୍ଚୟ ପାଠକଙ୍କୁ ବାନ୍ଧି ରଖିବ କିଛି ମୂହୁର୍ତ୍ତପାଇଁ। ପୂର୍ବରୁ ତାଙ୍କ ରଚିତ “ଭିନ୍ନ ଏକ କୁରୁକ୍ଷେତ୍ର” ଗଳ୍ପ ସଂକଳନ, ପିଲାଙ୍କ ଚେତନାନନ୍ଦ ଓ ଅମୃତମୟୀ ମା ପରି ଗୁରୁଜୀ ଗୁରୁମା’ଙ୍କ ଆତ୍ମଜୀବନୀ ତାଙ୍କୁ ବିପୁଳ ସମ୍ମାନ ଓ ସ୍ବୀକୃତୀ ଆଣି ଦେଇଛି। ଏ ବହିଟି ମଧ୍ୟ ପାଠକଙ୍କ ମନକୁ ନିଶ୍ଚୟ ଛୁଇଁବ ବୋଲି ଆଶା ଓ ବିଶ୍ୱାସ।

କେରାଏ ଦୁବ ଅରାଏ ଆକାଶ ନବଯୌବନ ଦର୍ଶନ ବିଜୟଲକ୍ଷ୍ମୀଙ୍କ ଗଳ୍ପପୁସ୍ତକ
Share. Facebook Twitter LinkedIn Email WhatsApp Copy Link

Related Posts

​ଜମ୍ମୁ-କଶ୍ମୀରରେ ଗଞ୍ଜାମ ପର୍ଯ୍ୟଟକଙ୍କ ମୃତ୍ୟୁ: ମୃତଦେହ ଫେରାଇ ଆଣିବା ପାଇଁ ବ୍ରହ୍ମପୁର ସାଂସଦଙ୍କ ପ୍ରୟାସ

September 2, 2026

“ଧନ୍ୟବାଦ, ଭାରତ”: ବନ୍ୟା ସହାୟତା ପାଇଁ ସଂସଦରେ କହିଲେ ନେପାଳ ପ୍ରଧାନମନ୍ତ୍ରୀ

September 2, 2026

ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୭କୁ ଘୁଞ୍ଚିଲା ଶୁଣାଣି

September 2, 2026

୭ ଦିନ ପରେ ନେପାଳ ବନ୍ୟା ସ୍ଥିତି: ୧୧୨୭ ମୃତ, ୪୮୫୮ ନିଖୋଜ

September 2, 2026
Latest News

​ଜମ୍ମୁ-କଶ୍ମୀରରେ ଗଞ୍ଜାମ ପର୍ଯ୍ୟଟକଙ୍କ ମୃତ୍ୟୁ: ମୃତଦେହ ଫେରାଇ ଆଣିବା ପାଇଁ ବ୍ରହ୍ମପୁର ସାଂସଦଙ୍କ ପ୍ରୟାସ

September 2, 2026

“ଧନ୍ୟବାଦ, ଭାରତ”: ବନ୍ୟା ସହାୟତା ପାଇଁ ସଂସଦରେ କହିଲେ ନେପାଳ ପ୍ରଧାନମନ୍ତ୍ରୀ

September 2, 2026

ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୭କୁ ଘୁଞ୍ଚିଲା ଶୁଣାଣି

September 2, 2026

୭ ଦିନ ପରେ ନେପାଳ ବନ୍ୟା ସ୍ଥିତି: ୧୧୨୭ ମୃତ, ୪୮୫୮ ନିଖୋଜ

September 2, 2026

​ଗଞ୍ଜାମ ଜିଲ୍ଲାର ୧୨ଟି ଉଚ୍ଚ ବିଦ୍ୟାଳୟକୁ +୨ ବିଦ୍ୟାଳୟର ମାନ୍ୟତା: ସାଧୁବାଦ ଜଣାଇଲେ ସାଂସଦ

September 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.