Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାରଳାଖେମୁଣ୍ଡି ରେଳ ଷ୍ଟେସନର ନବକଳେବର: ଆସନ୍ତାକାଲି ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ
ଆଜିର ଖବର

ପାରଳାଖେମୁଣ୍ଡି ରେଳ ଷ୍ଟେସନର ନବକଳେବର: ଆସନ୍ତାକାଲି ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

July 16, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପାରଳାଖେମୁଣ୍ଡି ରେଳ ଷ୍ଟେସନ
ପାରଳାଖେମୁଣ୍ଡି ରେଳ ଷ୍ଟେସନର ନବକଳେବର: ଆସନ୍ତାକାଲି ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ସାକାର ହେବାକୁ ଯାଉଛି। ଦକ୍ଷିଣ ଓଡ଼ିଶାର ପ୍ରମୁଖ ରେଳ କେନ୍ଦ୍ର ପାରଳାଖେମୁଣ୍ଡି ଷ୍ଟେସନର କାୟାକଳ୍ପ ବଦଳି ଯାଇଛି। କେନ୍ଦ୍ର ସରକାରଙ୍କ ‘ଅମୃତ ଭାରତ ଷ୍ଟେସନ ଯୋଜନା’ରେ ପ୍ରାୟ ୧୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ଷ୍ଟେସନର ସମସ୍ତ କାର୍ଯ୍ୟ ଶେଷ ହୋଇଛି।

ଏହି ନୂତନ ଷ୍ଟେସନର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଏହାର ଭବ୍ୟ ସ୍ଥାପତ୍ୟ। ପାରଳାଖେମୁଣ୍ଡିର ପ୍ରସିଦ୍ଧ ଗଜପତି ରାଜପ୍ରାସାଦର ମଡେଲ୍‌ରେ ଏହି ନୂଆ ଷ୍ଟେସନ ଗୃହକୁ ତିଆରି କରାଯାଇଛି, ଯାହା ଅଞ୍ଚଳର ରାଜକୀୟ ଇତିହାସକୁ ମନେ ପକାଇ ଦେଉଛି। ଷ୍ଟେସନ ଭିତରେ ବିଭିନ୍ନ ଚିତ୍ରକଳା ମାଧ୍ୟମରେ ସ୍ଥାନୀୟ ସଂସ୍କୃତିକୁ ସୁନ୍ଦର ଭାବେ ଦେଖାଯାଇଛି।

ଯାତ୍ରୀଙ୍କ ସୁବିଧା ପାଇଁ ଏଠାରେ ବିମାନବନ୍ଦର ଭଳି ବ୍ୟବସ୍ଥା କରାଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ୧୨ ମିଟର ଚଉଡ଼ାର ବିଶାଳ ପାଦଚଲା ଓଭରବ୍ରିଜ୍, ଆଧୁନିକ ପ୍ଲାଟଫର୍ମ ଶେଡ୍, ଆରାମଦାୟକ ପ୍ରଶସ୍ତ ଅପେକ୍ଷା ଗୃହ ଏବଂ ଖାଦ୍ୟପେୟ କେନ୍ଦ୍ର ସ୍ଥାପନ କରାଯାଇଛି। ସ୍ଥାନୀୟ କଳାକୃତିର ପ୍ରଚାର ପାଇଁ ଏଠାରେ ‘ୱାନ୍ ଷ୍ଟେସନ୍ ୱାନ୍ ପ୍ରୋଡକ୍ଟ’ ଷ୍ଟଲ୍ ମଧ୍ୟ ଖୋଲିଛି। ଯାତ୍ରୀଙ୍କ ସୁରକ୍ଷା ଲାଗି ସାରା ଷ୍ଟେସନରେ ସିସିଟିଭି କ୍ୟାମେରା ଓ ଅଗ୍ନିଶମ ବ୍ୟବସ୍ଥା ସହ ଟ୍ରେନ୍ ଚଳାଚଳ ସୂଚନା ପାଇଁ ଡିଜିଟାଲ୍ ବୋର୍ଡ ଲଗାଯାଇଛି।

ବିଶେଷ କରି ଭିନ୍ନକ୍ଷମ ବା ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ଷ୍ଟେସନକୁ ସମ୍ପୂର୍ଣ୍ଣ ସୁଗମ୍ୟ କରାଯାଇଛି। ସେମାନଙ୍କ ପାଇଁ ଲିଫ୍ଟ, ବ୍ରେଲି ମ୍ୟାପ୍, ସ୍ୱତନ୍ତ୍ର ଶୌଚାଳୟ ଏବଂ କମ୍ ଉଚ୍ଚତାର ଟିକେଟ୍ କାଉଣ୍ଟର କରାଯାଇଛି। ଏହା ସହିତ ପରିବେଶ ସୁରକ୍ଷା ପାଇଁ ସୌର ଶକ୍ତି ଏବଂ ବର୍ଷା ଜଳ ସଂରକ୍ଷଣର ବ୍ୟବସ୍ଥା ମଧ୍ୟ ରହିଛି। ସାରା ଓଡ଼ିଶାରେ ଚିହ୍ନଟ ହୋଇଥିବା ୫୯ଟି ଅମୃତ ଭାରତ ଷ୍ଟେସନ ମଧ୍ୟରୁ ପାରଳାଖେମୁଣ୍ଡିର ଏହି ନୂଆ ରୂପ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ପାରଳାଖେମୁଣ୍ଡି ରେଳ ଷ୍ଟେସନ ହେଉଛି ଓଡ଼ିଶାର ସେହି ୫୯ଟି ରେଳ ଷ୍ଟେସନ ମଧ୍ୟରୁ ଅନ୍ୟତମ, ଯାହାକୁ ‘ଅମୃତ ଭାରତ ଷ୍ଟେସନ ଯୋଜନା’ ଅଧୀନରେ କରାଯାଉଛି ଏବଂ ଏହା ସେହି ଷ୍ଟେସନଗୁଡ଼ିକ ମଧ୍ୟରୁ ଗୋଟିଏ, ଯାହାକୁ ୧୭ ଜୁଲାଇ ୨୦୨୬ରେ ମାନ୍ୟବର ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବେ।

ଅତ୍ୟାଧୁନିକ ଷ୍ଟେସନ ଅମୃତ ଭାରତ ଷ୍ଟେସନ ଯୋଜନା ଗଜପତି ଜିଲ୍ଲା ଦକ୍ଷିଣ ଓଡ଼ିଶା ପାରଳାଖେମୁଣ୍ଡି ରେଳ ଷ୍ଟେସନ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ତାଳଚେର ଅମୃତ ଭାରତ ଷ୍ଟେସନ: ଆଧୁନିକତା ଏବଂ ପରମ୍ପରାର ମିଳନ

July 16, 2026

ଘିଡିଘିଡି ନାଦରେ ଗଡିଲା ରଥ,ଘଣ୍ଟାଏ ବିଳମ୍ବରେ ଆରମ୍ଭ ହେଲା ରଥଟଣା, ବର୍ଷା ସତ୍ବେ ବଡଦାଣ୍ଡ ଲୋକାରଣ୍ୟ

July 16, 2026

ବିହାର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୧୦ ଟି ସ୍କୁଲରେ JEE ଏବଂ NEET ପାଇଁ ମାଗଣା କୋଚିଂ

July 16, 2026

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଖେଳୁନାହାନ୍ତି କେଏଲ ରାହୁଲ: ଜାଣନ୍ତୁ କାରଣ

July 16, 2026
Latest News

ପାରଳାଖେମୁଣ୍ଡି ରେଳ ଷ୍ଟେସନର ନବକଳେବର: ଆସନ୍ତାକାଲି ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

July 16, 2026

ତାଳଚେର ଅମୃତ ଭାରତ ଷ୍ଟେସନ: ଆଧୁନିକତା ଏବଂ ପରମ୍ପରାର ମିଳନ

July 16, 2026

ଘିଡିଘିଡି ନାଦରେ ଗଡିଲା ରଥ,ଘଣ୍ଟାଏ ବିଳମ୍ବରେ ଆରମ୍ଭ ହେଲା ରଥଟଣା, ବର୍ଷା ସତ୍ବେ ବଡଦାଣ୍ଡ ଲୋକାରଣ୍ୟ

July 16, 2026

ବିହାର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୧୦ ଟି ସ୍କୁଲରେ JEE ଏବଂ NEET ପାଇଁ ମାଗଣା କୋଚିଂ

July 16, 2026

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଖେଳୁନାହାନ୍ତି କେଏଲ ରାହୁଲ: ଜାଣନ୍ତୁ କାରଣ

July 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.