Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାପାନ ତତ୍ତୋରି ପ୍ରଦେଶର ବରିଷ୍ଠ ପ୍ରତିନିଧି ଦଳଙ୍କ ସହ ଆଲୋଚନା କଲେ ମୁଖ୍ୟ ଶାସନ ସଚିବ
ଆଜିର ଖବର

ଜାପାନ ତତ୍ତୋରି ପ୍ରଦେଶର ବରିଷ୍ଠ ପ୍ରତିନିଧି ଦଳଙ୍କ ସହ ଆଲୋଚନା କଲେ ମୁଖ୍ୟ ଶାସନ ସଚିବ

July 30, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
Anu Garg Holds Meeting with Delegation from Japan's Tottori Prefecture
Anu Garg Holds Meeting with Delegation from Japan's Tottori Prefecture

ଭୁବନେଶ୍ଵର: ଓଡ଼ିଶା ଓ ଜାପାନ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଜାପାନ ତତ୍ତୋରି ପ୍ରଦେଶ (ପ୍ରିଫେକ୍ଚର) ର ମୁଖ୍ୟ ଶାସନ ସଚିବ ତୋଶିକି ଏଣ୍ଡୋଙ୍କ ନେତୃତ୍ୱରେ ଓଡ଼ିଶା ଆସିଥିବା ୧୩ ଜଣିଆ ପ୍ରତିନିଧି ଦଳଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଥିଲେ। ଏହି ବୈଠକରେ ପୁଞ୍ଜିନିବେଶ, ଶିଳ୍ପ ବିକାଶ, ମାନବ ସମ୍ବଳ, ଶିକ୍ଷା, ପର୍ଯ୍ୟଟନ, ସଂସ୍କୃତି, ପ୍ରଯୁକ୍ତି ବିଦ୍ୟା ଆଦି କ୍ଷେତ୍ରରେ ଦୀର୍ଘମିଆଦି ସହଯୋଗ ସଂପର୍କରେ ବିଭିନ୍ନ ସମ୍ଭାବନା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ଶ୍ରୀମତୀ ଗର୍ଗ ବୈଠକରେ ଯୋଗଦେଇଥିବା ତତ୍ତୋରି ପ୍ରଦେଶର ବରିଷ୍ଠ ପ୍ରତିନିଧିମାନଙ୍କୁ ପ୍ରାଚୀନ ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟିକ ପରମ୍ପରା ଓ ବୌଦ୍ଧ ଐତିହ୍ୟ ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ, ଓଡ଼ିଶା ଓ ଜାପାନ ମଧ୍ୟରେ ଶତାବ୍ଦୀ ପୁରୁଣା ଐତିହାସିକ ଓ ସାଂସ୍କୃତିକ ସମ୍ପର୍କ ରହିଆସିଛି। ଉଭୟ ଦେଶ ମଧ୍ୟରେ ବଢୁଥିବା ବାଣିଜ୍ୟିକ ସମ୍ପର୍କ ସମ୍ବନ୍ଧରେ ଉଲ୍ଲେଖ କରି ସେ ଜାପାନର କମ୍ପାନୀମାନଙ୍କୁ ଓଡ଼ିଶାରେ ସବୁଜ ଶକ୍ତି, ଉନ୍ନତ ପ୍ରଯୁକ୍ତି ଓ ଗବେଷଣା, ଦକ୍ଷତା ବିକାଶ, ‘ସ୍କିଲ୍ଡ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମ, ଓଡ଼ିଶାର ସୁଦୀର୍ଘ ସାମୁଦ୍ରିକ ବେଳାଭୂମିର ବିକାଶ, ନୀଳ ଅର୍ଥନୀତି କ୍ଷେତ୍ରରେ ଦୂର ଓ ଗଭୀର ସମୁଦ୍ରରେ ମତ୍ସ୍ୟ ସମ୍ପଦର ସଦୁପଯୋଗକୁ ପ୍ରୋତ୍ସାହନ, କ୍ଷୁଦ୍ର, ମଧ୍ୟମ ଓ ବୃହତ୍ ଶିଳ୍ପ କ୍ଷେତ୍ର ଆଦିରେ ପୁଞ୍ଜିନିବେଶ ପାଇଁ ଆହ୍ୱାନ ଦେଇଥିଲେ।

ବୈଠକରେ ଓଡ଼ିଶାର ଶିଳ୍ପ, ଗୃହ ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ସ୍ୱାଗତ ଅଭିଭାଷଣ ପ୍ରଦାନ କରି କହିଥିଲେ ଯେ, ଓଡ଼ିଶା ଓ ତତ୍ତୋରି ପ୍ରଦେଶ ଉଭୟ ସ୍ଥାୟୀ ବିକାଶ, ନବସୃଜନ ଓ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧିର ସମାନ ଦୃଷ୍ଟିଭଙ୍ଗୀ ରଖିଛନ୍ତି। ଏହି ସହଯୋଗ ଉଭୟ ପ୍ରଦେଶର ଦୀର୍ଘସ୍ଥାୟୀ ବିକାଶରେ ସହାୟକ ହେବ। ସେ ଓଡ଼ିଶାର ଶିଳ୍ପାୟନ, ବନ୍ଦରଭିତ୍ତିକ ଅର୍ଥନୀତି, ଖଣିଜ ସମ୍ପଦ, ସବୁଜ ଶକ୍ତି, ଦକ୍ଷ ମାନବ ସମ୍ବଳ, ନିବେଶକ ଅନୁକୂଳ ନୀତି ଓ ସହଜ ବ୍ୟବସାୟ ପରିବେଶ ସମ୍ପର୍କରେ ଅବଗତ କରିଥିଲେ। ଜାପାନର ଉନ୍ନତ ପ୍ରଯୁକ୍ତି ବିଦ୍ୟା, ନିର୍ଭୁଲ ଇଞ୍ଜିନିୟରିଂ ଓ ନବସୃଜନ କ୍ଷମତା ସହ ଓଡ଼ିଶାର ସମ୍ପଦ ଓ ସାମର୍ଥ୍ୟର ସମନ୍ୱୟ ବିଶ୍ୱସ୍ତରୀୟ ଉତ୍ପାଦନ ଓ ସ୍ଥାୟୀ ଶିଳ୍ପ ବିକାଶର ନୂଆ ସୁଯୋଗ ସୃଷ୍ଟି କରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

ବୈଠକରେ ଓଡ଼ିଶା ସରକାର ଓ ପ୍ରିଫେକ୍ଚର ମଧ୍ୟରେ ପ୍ରସ୍ତାବିତ ମୈତ୍ରୀ ଚୁକ୍ତି( ଫ୍ରେଣ୍ଡସିପ୍ ଏଗ୍ରିମେଣ୍ଟ) ସଂପର୍କରେ ଆଲୋଚନା କରାଯାଇଥିଲା। ଏହି ପ୍ରସ୍ତାବିତ ସହଯୋଗ ଅଧୀନରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବ୍ୟବସାୟ, ଉଭୟ ରାଜ୍ୟର ଦକ୍ଷ ମାନବ ସମ୍ବଳର ଆଦାନ-ପ୍ରଦାନ, ରୋଜଗାର ସୁଯୋଗ ସୃଷ୍ଟି , ଛାତ୍ରଛାତ୍ରୀ ବିନିମୟ କାର୍ଯ୍ୟକ୍ରମ ଏବଂ ଶିକ୍ଷାଗତ ସହଯୋଗକୁ ପ୍ରୋତ୍ସାହନ,ଉଭୟ ରାଜ୍ୟର ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ରର ସୁଯୋଗ ଓ ସୂଚନା ବିନିମୟକୁ ସୁଦୃଢ କରିବ। ଆଗାମୀ ନଭେମ୍ବର ମାସରେ ତତ୍ତୋରି ପ୍ରଦେଶର ରାଜ୍ୟପାଳ ଓଡ଼ିଶା ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିବା ସଂପର୍କରେ ବୈଠକରେ ସୂଚନା ଦିଆଯାଇଥିଲା।

ତତ୍ତୋରି ପ୍ରିଫେକ୍ଚରର ମୁଖ୍ୟ ଶାସନ ସଚିବ ଏହି ଦୂରଦୃଷ୍ଟିସମ୍ପନ୍ନ ପ୍ରସ୍ତାବକୁ ସ୍ୱାଗତ କରି କହିଥିଲେ ଯେ, ଏହି ସହଯୋଗ ଭାରତ–ଜାପାନ ବନ୍ଧୁତ୍ୱକୁ ଆହୁରି ସୁଦୃଢ଼ କରିବ ଏବଂ ଓଡ଼ିଶା ଓ ତତ୍ତୋରି ପ୍ରଦେଶର ସହଯୋଗମୂଳକ ବିକାଶକୁ ତ୍ୱରାନ୍ୱିତ କରିବ । ସେ ମଧ୍ୟ ଶିଳ୍ପ, ଶିକ୍ଷା, ପର୍ଯ୍ୟଟନ, ସଂସ୍କୃତି ଓ ମାନବ ସମ୍ବଳ କ୍ଷେତ୍ରରେ ଓଡ଼ିଶା ସହ ଦୀର୍ଘମିଆଦି ସହଯୋଗ ସ୍ଥାପନ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ।

ପର୍ଯ୍ୟଟନ କ୍ଷେତ୍ରରେ ବୌଦ୍ଧ ଐତିହ୍ୟକୁ ଆଧାର କରି ଉଭୟ ପ୍ରଦେଶ ମଧ୍ୟରେ ଅଭିଜ୍ଞତା ବିନିମୟ, ପ୍ରୋତ୍ସାହନ ଏବଂ ପରସ୍ପର ପ୍ରତିନିଧି ଦଳ ଗସ୍ତ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ସାଂସ୍କୃତିକ ସହଯୋଗ କ୍ଷେତ୍ରରେ ଓଡ଼ିଶାର ସଂସ୍କୃତିକୁ ଜାପାନରେ ଏବଂ ଜାପାନର ସ୍ଥାନୀୟ ସଂସ୍କୃତିକୁ ଓଡ଼ିଶାରେ ପ୍ରୋତ୍ସାହିତ କରିବା, ସାଂସ୍କୃତିକ ଉତ୍ସବ, ଭାଷା ଶିକ୍ଷା, ସାଂସ୍କୃତିକ ପ୍ରଦର୍ଶନୀ ଓ ଏନଜିଓ ସହଯୋଗ ଭଳି ବିଭିନ୍ନ ପଦକ୍ଷେପ ଉପରେ ବିଚାର ବିମର୍ଶ କରାଯାଇଥିଲା। ଏହି ସହଯୋଗକୁ ସୁଚାରୁ ଭାବେ ଆଗେଇ ନେବା ପାଇଁ ନିୟମିତ ସରକାରୀ ଆଦାନ-ପ୍ରଦାନ, ସମନ୍ୱୟ ବ୍ୟବସ୍ଥା ଏବଂ ଯୁଗ୍ମ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ଉପରେ ଉଭୟ ପକ୍ଷ ସହମତି ପ୍ରକାଶ କରିଥିଲେ । ବୈଠକ ଶେଷରେ ଉଭୟ ପକ୍ଷ ପାରସ୍ପରିକ ସହଯୋଗର ବିଭିନ୍ନ କ୍ଷେତ୍ରକୁ ଚୂଡ଼ାନ୍ତ ରୂପ ଦେଇ ଏକ କାର୍ଯ୍ୟକ୍ଷମ ରୋଡମ୍ୟାପ୍ ପ୍ରସ୍ତୁତ କରିବା ଏବଂ ଓଡ଼ିଶା-ତତ୍ତୋରି ସହଭାଗିତାକୁ ନୂତନ ଉଚ୍ଚତାକୁ ନେବା ପାଇଁ ସହମତି ପ୍ରକାଶ ପାଇଥିଲା।

ବୈଠକରେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ, ସଂସ୍କୃତି ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, କ୍ରୀଡ଼ା, ଏମଏସଏମଇ ଆଦି ବିଭାଗର ସଚିବବୃନ୍ଦ, ଇପିକଲର ପରିଚାଳନା ନିର୍ଦ୍ଦେଶକ ପ୍ରମୁଖ ଯୋଗଦେଇଥିବା ବେଳେ ଅନୁରୂପ ଭାବେ ତତ୍ତୋରି ପ୍ରଦେଶର ପର୍ଯ୍ୟଟନ ଓ ଆଦାନ-ପ୍ରଦାନ ବ୍ୟୁରୋର ମହାନିର୍ଦ୍ଦେଶକ, ବାଣିଜ୍ୟ ଓ ଲଜିଷ୍ଟିକ୍ସ ବିଭାଗର ନିର୍ଦ୍ଦେଶକ, କଲ୍ୟାଣ ବିଭାଗର ନିର୍ଦ୍ଦେଶକ, ବାଣିଜ୍ୟ ବିଭାଗର ନିଯୁକ୍ତି ନୀତି ବିଭାଗ ନିର୍ଦ୍ଦେଶକ, ନିଯୁକ୍ତି ସହାୟତା ସେବାର ନିର୍ଦ୍ଦେଶକ, ୱାଇସିପି ଇଣ୍ଟରନ୍ୟାସନାଲ୍ ବି.ଭି. କମ୍ପାନୀର ନିର୍ଦ୍ଦେଶକ ଏବଂ କମ୍ପାନୀର ଆନ୍ତର୍ଜାତିକ ସମ୍ପର୍କ ସଂଯୋଜକ ପ୍ରମୁଖ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ସମ୍ଭାବ୍ୟ ସହଯୋଗ ନେଇ ଆଲୋଚନା କରିଥିଲେ।

ପ୍ରକାଶ ଥାଉକି, ତତ୍ତୋରି ପ୍ରଦେଶର ପ୍ରତିନିଧିମାନେ ସେମାନଙ୍କର ତିନି ଦିନିଆ ଓଡ଼ିଶା ଗସ୍ତ ଅବସରରେ ଭୁବନେଶ୍ୱର ସ୍ଥିତ ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ର ସମେତ କେତେକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଏବଂ ବିଭିନ୍ନ ବିଭାଗ ପରିଦର୍ଶନ କରି ସମ୍ଭାବ୍ୟ ସହଯୋଗ ସଂପର୍କରେ ଆଲୋଚନା କରିବେ।

Anu GArg japan Tottori Prefecture ଅନୁ ଗର୍ଗ ଉଚ୍ଚସ୍ତରୀୟ ବୈଠକ ଜାପାନ ତତ୍ତୋରି ପ୍ରଦେଶ ମୁଖ୍ୟ ଶାସନ ସଚିବ
Share. Facebook Twitter LinkedIn Email WhatsApp Copy Link

Related Posts

ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପକ୍ଷରୁ ଅନ୍ତର୍ଜାତୀୟ ବାଘ ଦିବସ କାର୍ଯ୍ୟକ୍ରମ

July 30, 2026

ବନ୍ୟା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

July 30, 2026

ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ତୃତୀୟ ମେଧା ତାଲିକା ପ୍ରକାଶିତ

July 30, 2026

ଆଜି କେଉଁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକିବ: ପଢନ୍ତୁ ଆଜିର ରାଶିଫଳ

July 30, 2026
Latest News

ଜାପାନ ତତ୍ତୋରି ପ୍ରଦେଶର ବରିଷ୍ଠ ପ୍ରତିନିଧି ଦଳଙ୍କ ସହ ଆଲୋଚନା କଲେ ମୁଖ୍ୟ ଶାସନ ସଚିବ

July 30, 2026

ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପକ୍ଷରୁ ଅନ୍ତର୍ଜାତୀୟ ବାଘ ଦିବସ କାର୍ଯ୍ୟକ୍ରମ

July 30, 2026

ବନ୍ୟା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

July 30, 2026

ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ତୃତୀୟ ମେଧା ତାଲିକା ପ୍ରକାଶିତ

July 30, 2026

ଆଜି କେଉଁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକିବ: ପଢନ୍ତୁ ଆଜିର ରାଶିଫଳ

July 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.