Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ତୃତୀୟ ମେଧା ତାଲିକା ପ୍ରକାଶିତ
ଆଜିର ଖବର

ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ତୃତୀୟ ମେଧା ତାଲିକା ପ୍ରକାଶିତ

July 30, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଉଚ୍ଚଶିକ୍ଷା ବିଭାଗ
Odisha Releases Third Merit List for UG Admissions

ଭୁବନେଶ୍ଵର: ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ତୃତୀୟ ମେଧା ତାଲିକା ଆଜି ପ୍ରକାଶିତ ହୋଇଛି, ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ସର୍ବମୋଟ ୨,୮୭,୫୧୯ଟି ସିଟ୍ ରହିଛି। ସ୍ନାତକ ପାଠ୍ୟକ୍ରମ ଫେଜ-୧ ଆଡ଼ମିଶନରେ ୨,୮୭,୫୧୯ଟି ସିଟ୍ ପାଇଁ ୨,୩୭,୨୦୦ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ପ୍ରଥମ ମେଧା ତାଲିକା ପ୍ରକାଶିତ ହେବା ପରେ ୮୮,୪୮୦ଜଣ ଛାତ୍ରଛାତ୍ରୀ ଏବଂ ଦ୍ଵିତୀୟ ମେଧା ତାଲିକା ପ୍ରକାଶିତ ହେବା ପରେ ୩୦,୧୫୦ ଜଣ ଛାତ୍ରଛାତ୍ରୀ ଆଡ଼ମିଶନ ନେଇଛନ୍ତି। ଏପର୍ଯ୍ୟନ୍ତ ସର୍ବମୋଟ୍ ୧,୧୮,୬୩୦ଜଣ ଛାତ୍ରଛାତ୍ରୀ ଆଡ଼ମିଶନ ନେଇଛନ୍ତି।

ବୁଧବାର ପ୍ରକାଶିତ ହୋଇଥିବା ତୃତୀୟ ମେଧା ତାଲିକାରେ ୫୩,୬୫୬ ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ଚୟନିତ ହୋଇଛନ୍ତି। ୨୧,୮୭୯ ଜଣ ପୁରୁଷ, ୩୧,୭୭୩ ଜଣ ମହିଳା ଏବଂ ୪ ଜଣ ଟ୍ରାନ୍ସଜେଣ୍ଡର ତୃତୀୟ ମେଧା ତାଲିକାରେ ଚୟନିତ ହୋଇଛନ୍ତି।

ସର୍ବାଧିକ କଟଅଫ୍ ମାର୍କ (ତୃତୀୟ ମେଧା ତାଲିକା)

ତୃତୀୟ ମେଧା ତାଲିକାରେ କଳାରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଇଂରାଜୀ ବିଷୟ ପାଇଁ ୯୪.୮୦% କଟଅଫ୍ ମାର୍କ ରହିଛି। ବିଜ୍ଞାନରେ ଫିଜିକାଲ ସାଇନ୍ସରେ ପଦାର୍ଥ ବିଜ୍ଞାନ (ଫିଜିକ୍ସ) ବିଷୟ ପାଇଁ ରେଭେନ୍ସା ବିଶ୍ୱବିଦ୍ୟାଳୟର କଟଅଫ୍ ମାର୍କ

୯୫.୬୭% ରହିଛି।ବାୟୋଲୋଜିକାଲ ସାଇନ୍ସରେ ପ୍ରାଣୀ ବିଜ୍ଞାନ (ଜୁଲୋଜି) ବିଷୟ ପାଇଁ ବକ୍ସି ଜଗବନ୍ଧୁ ବିଦ୍ୟାଧର (ସ୍ୱୟଂଶାସିତ) ମହାବିଦ୍ୟାଳୟର କଟଅଫ୍ ମାର୍କ ୯୩.୫୦% ରହିଛି। ବାଣିଜ୍ୟରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ପାଇଁ ୯୧.୮୩% କଟଅଫ୍ ମାର୍କ ରହିଛି। ଶାସ୍ତ୍ରୀ ଷ୍ଟ୍ରିମରେ ସଂସ୍କୃତ (ଡ଼ିଗ୍ରୀ) ମହାବିଦ୍ୟାଳୟ, ବଡ଼କିଆ ପାଇଁ ୫୮.୨୯% କଟଅଫ୍ ମାର୍କ ରହିଛି। ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ କମ୍ପ୍ୟୁଟର ସାଇନ୍ସ ବିଷୟ ପାଇଁ ବକ୍ସି ଜଗବନ୍ଧୁ ବିଦ୍ୟାଧର (ସ୍ୱୟଂ ଶାସିତ) ମହାବିଦ୍ୟାଳୟର କଟଅଫ୍ ମାର୍କ ୯୨% ରହିଛି। ଲ’ (ଆଇନ) ପାଠ୍ୟକ୍ରମରେ ୫ ବର୍ଷିଆ ଇଣ୍ଟିଗ୍ରେଟେଡ଼ ବିଏ. ଏଲଏଲବି ପାଠ୍ୟକ୍ରମ ପାଇଁ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର କଟଅଫ୍ ମାର୍କ ୮୬.୫୦% ରହିଛି।

ତୃତୀୟ ମେଧା ତାଲିକାରେ ଚୟନିତ ହୋଇଥିବା ଛାତ୍ରଛାତ୍ରୀମାନେ ୧ ଅଗଷ୍ଟ ସୁଦ୍ଧା ନିଜର ଆଡ଼ମିଶନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Third Merit List UG Admissions ଉଚ୍ଚଶିକ୍ଷା ବିଭାଗ ମେଧା ତାଲିକା ପ୍ରକାଶିତ ସ୍ନାତକ ପାଠ୍ୟକ୍ରମ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି କେଉଁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକିବ: ପଢନ୍ତୁ ଆଜିର ରାଶିଫଳ

July 30, 2026

ଗୁଣାତ୍ମକ ଅନୁବାଦ ଓ ବହୁଭାଷୀ ଯୋଗାଯୋଗ ସୁଦୃଢ଼ୀକରଣ ଉପରେ ପିଆଇବିର ଗୁରୁତ୍ୱ

July 29, 2026

ବାଙ୍କିପୁର ଉପନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ଦଳର ୨୦ ନେତା ଗିରଫ

July 29, 2026

ରଥଯାତ୍ରାରେ ପ୍ରାୟ ୧୩ ଲକ୍ଷ ଭକ୍ତଙ୍କୁ ସଫଳତାର ସହ ପରିଚାଳନା କଲା ପୂର୍ବତଟ ରେଳପଥ

July 29, 2026
Latest News

ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ତୃତୀୟ ମେଧା ତାଲିକା ପ୍ରକାଶିତ

July 30, 2026

ଆଜି କେଉଁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକିବ: ପଢନ୍ତୁ ଆଜିର ରାଶିଫଳ

July 30, 2026

ଗୁଣାତ୍ମକ ଅନୁବାଦ ଓ ବହୁଭାଷୀ ଯୋଗାଯୋଗ ସୁଦୃଢ଼ୀକରଣ ଉପରେ ପିଆଇବିର ଗୁରୁତ୍ୱ

July 29, 2026

ବାଙ୍କିପୁର ଉପନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ଦଳର ୨୦ ନେତା ଗିରଫ

July 29, 2026

ରଥଯାତ୍ରାରେ ପ୍ରାୟ ୧୩ ଲକ୍ଷ ଭକ୍ତଙ୍କୁ ସଫଳତାର ସହ ପରିଚାଳନା କଲା ପୂର୍ବତଟ ରେଳପଥ

July 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.