Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାତୀୟ ସ୍ତରରେ ପୁଣି ପ୍ରଥମ ସ୍ଥାନ ଅଧିକାର କଲା ଓମ୍ଫେଡ୍
ଆଜିର ଖବର

ଜାତୀୟ ସ୍ତରରେ ପୁଣି ପ୍ରଥମ ସ୍ଥାନ ଅଧିକାର କଲା ଓମ୍ଫେଡ୍

July 30, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜାତୀୟ ସ୍ତରରେ ପୁଣି ପ୍ରଥମ ସ୍ଥାନ ଅଧିକାର କଲା ଓମ୍ଫେଡ୍
ଜାତୀୟ ସ୍ତରରେ ପୁଣି ପ୍ରଥମ ସ୍ଥାନ ଅଧିକାର କଲା ଓମ୍ଫେଡ୍

ଭୁବନେଶ୍ୱର: ଜାତୀୟ ସ୍ତରରେ ପୁଣି ଓମ୍ଫେଡକୁ ମିଳିଲା ସଫଳତା। ନୂଆଦିଲ୍ଲୀ ପ୍ରଗତି ମୈଦାନସ୍ଥିତ ଭାରତ ମଣ୍ଡପମ୍ ଠାରେ ଅନୁଷ୍ଠିତ ଇଣ୍ଡିଆନ ଡେରୀ ଇଣ୍ଡଷ୍ଟ୍ରୀ ଆଣ୍ଡ ଫିସେରୀଜ୍ ଏକ୍ସପୋ (Indian dairy Industry & Fisheries Expo), ଇଣ୍ଟରନାସନାଲ ଏଗ୍ରୀକଲଚର, ହର୍ଟି ଆଣ୍ଡ ଅର୍ଗାନିକ ଏକ୍ସପୋ (International Agriculture, Horti & Organic Expo) ଏବଂ ଗଭର୍ଣ୍ଣମେଣ୍ଟ ଆଚିଭମେଣ୍ଟସ ଆଣ୍ଡ ସ୍କିମସ୍ ଏକ୍ସପୋ(Government Achivements & Schemes Expo)ରେ ସମଗ୍ର ଦେଶରୁ ସରକାରୀ, ବେସରକାରୀ, ଘରୋଇ ଏବଂ ସମବାୟ ସଂସ୍ଥାର ଶହ ଶହ ଷ୍ଟଲ ଖୋଲିଥିଲା। ଏଥିରେ ଓଡିଶାରୁ ଓମ୍ଫେଡ୍ ର ମଧ୍ୟ ଷ୍ଟଲ ଖୋଲାଯାଇଥିଲା। ଓମ୍ଫେଡର ଉତ୍ପାଦ, ଶୁଦ୍ଧତା, ଗୁଣବତ୍ତା, ସ୍ୱାଦ ସହ ଦୁଗ୍ଧ କ୍ରୟ ଓ ବକାଶ ପାଇଁ ଦେଶର ପ୍ରଥମ ପୁରଷ୍କାର ପାଇଛି।

ଏନ୍ଏନ୍ଏସ୍ ମିଡିଆ ଗୃପ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡେରୀ କ୍ଷେତ୍ରରେ କାର୍ଯ୍ୟକରୁଥିବା ଦେଶର ବିଭିନ୍ନ ପ୍ରାନ୍ତରୁ ସରକାରୀ, ବେସରକାରୀ, ଘରୋଇ ଓ ସମବାୟ ସମିତିମାନେ ଯୋଗଦେଇଥିଲେ। ଜୁଲାଇ 25 ରୁ 27 ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଏକ୍ସପୋରେ ଓମ୍ଫେଡ୍ ପକ୍ଷରୁ ଏକ ଷ୍ଟଲ ଖୋଲାଯାଇଥିଲା। ଏହି ଷ୍ଟଲରେ ଓମ୍ଫେଡ୍, ଘିଅ, ଏ2 ଘିଅ, ଏ2 କ୍ଷୀର, ବିଭିନ୍ନ ଫ୍ଲେଭରର ଟେଟ୍ରା ପ୍ୟାକ୍ ଲସି ଓ କ୍ଷୀର, ଫ୍ଲେଭର ମିଲ୍କ, ଆଦି ବିଭିନ୍ନ ଉତ୍ପାଦ ପ୍ରଦର୍ଶନ ଓ ବିକ୍ରୟ କରାଯାଇଥିଲା। ସମଗ୍ର ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ଡେରୀ ସଂଗଠନ ଓ ସେମାନଙ୍କର ଉତ୍ପାଦ ମଧ୍ୟରେ ଓମ୍ଫେଡର ଉତ୍ପାଦ, ଗୁଣବତ୍ତା ଏବଂ ଶୁଦ୍ଧତା ସହ ଦୁଗ୍ଧ କ୍ରୟ ଓ ଦୁଗ୍ଧ ବିକାଶକୁ ମଧ୍ୟ ବିଚାରକୁ ନିଆଯାଇଥିଲା। ଓମ୍ଫେଡ୍ ଷ୍ଟଲରେ ଓଡିଶା ଲୋକଙ୍କ ସହ ଅନ୍ୟରାଜ୍ୟ ଲୋକ ଓ ଛାତ୍ରଛାତ୍ରୀଙ୍କର ପ୍ରବଳ ଭିଡ ଜମିଥିଲା। ଓମ୍ଫେଡର ଉତ୍ପାଦ, ଶୁଦ୍ଧତା, ଗୁଣବତ୍ତା, ସ୍ୱାଦ, ଆଦିଦିଗକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଉଛି ବୋଲି କହିଛନ୍ତି ଓମ୍ଫେଡର ପରିଚାଳନା ନିର୍ଦେଶକ ବିଜୟ ଅମୃତା କୁଲାଙ୍ଗେ। ସେଥିପାଇଁ ଓମ୍ଫେଡ୍ ଆଜି ଜାତୀୟସ୍ତରରେ ସମସ୍ତଙ୍କ ପ୍ରଶଂସା ଭାଜନ ହୋଇପାରିଛି। ଓମ୍ଫେଡ୍ ପକ୍ଷରୁ ଟି ଏସ୍ ଡି ଏଣ୍ଟରପ୍ରାଇଜେସ୍ ଏହି ଷ୍ଟଲ ପରିଚାଳନା କରିବା ସହ ଲୋକମାନଙ୍କୁ ଉତ୍ପାଦଗୁଡିକର ଗୁଣବତ୍ତା, ସ୍ୱାଦ ଏବଂ ଅନ୍ୟାନ୍ୟ ଉପାଦେୟତା ସଂପର୍କରେ ଅବଗତ କରାଇଥିଲେ।

ଅନ୍ୟପକ୍ଷରେ ପ୍ରାୟ ଏକ ବର୍ଷ ପୂର୍ବେ ଦିଲ୍ଲୀର ଓଡିଶା ଭବନ ପରିସରରେ ଖୋଲିଥିବା ଓମ୍ଫେଡ୍ ଷ୍ଟଲ, ଏବେ ତାର କାୟା ବିସ୍ତାର କରୁଛି। ଏଠାରେ ଏକ ଷ୍ଟଲ ଖୋଲିବା ପରେ ଏବେ ବିଭିନ୍ନ ସ୍ଥାନକୁ ଓମ୍ଫେଡ୍ ଉତ୍ପାଦ ପଠାଇବା ପାଇଁ ନିୟମିତ ଅର୍ଡର ମଧ୍ୟ ଆସୁଛି। ଖାସ୍ କରି ଦିଲ୍ଲୀର ବିଭିନ୍ନ ସ୍ଥାନରେ ଥିବା ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପାଇଁ ଘିଅର ଚାହିଦା ବୃଦ୍ଧି ପାଇଥିବା ବେଳେ ଓମ୍ଫେଡର ଅନ୍ୟାନ୍ୟ ଉତ୍ପାଦର ମଧ୍ୟ ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାଲେ ଲାଗିଛି। ମୁଖ୍ୟତଃ ହସଖସ୍ ଜଗନ୍ନାଥ ମନ୍ଦିର, ନୋଇଡା ଜଗନ୍ନାଥ ମନ୍ଦିର ସହ ଅଧିକାଂଶ ଜଗନ୍ନାଥଙ୍କ ମନ୍ଦିରକୁ ଘିଅ ଓ ଅନ୍ୟାନ୍ୟ ଉତ୍ପାଦ ଯାଉଅଛି। ଲୋକମାନେ ମଧ୍ୟ ଆଗ୍ରହର ସହ ଓମ୍ଫେଡ୍ ଉତ୍ପାଦ ନେଉଛନ୍ତି।

ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓମ୍ଫେଡକୁ ମିଲ୍କ ପ୍ରୋକ୍ୟୁରମେଣ୍ଟ ଆଣ୍ଡ ଡେରୀ ଡେଭଲପମେଣ୍ଟ (Milk Procurement & Dairy Development) ପାଇଁ ଏହି ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଛି। ଏକ୍ସପୋ ଆୟୋଜକ ଏନ୍ଏନ୍ଏସ୍ ମିଡିଆ ଗୃପ ମୁଖ୍ୟଙ୍କଠାରୁ ଓମ୍ଫେଡର ପ୍ରତିନିଧି ଭାବେ ଟି ଏସ୍ ଡି ଏଣ୍ଟରପ୍ରାଇଜେସ୍ ପରିଚାଳକ ଶ୍ରୀମତୀ ସ୍ନେହା ସୁନ୍ଦରାୟ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ଓମ୍‌ଫେଡ୍‌ ଦୁଗ୍ଧ କ୍ରୟ ଦେଶରେ ପ୍ରଥମ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ପ୍ରିନ୍ସ ରହିମ୍ ଆଗା ଖାନ୍ ପଞ୍ଚମ

September 11, 2026

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026
Latest News

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ପ୍ରିନ୍ସ ରହିମ୍ ଆଗା ଖାନ୍ ପଞ୍ଚମ

September 11, 2026

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.