Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅତ୍ୟାଧୁନିକ ମେଗର R30 ଭ୍ୟାନ୍-ମାଉଣ୍ଟେଡ୍ କେବୁଲ୍ ଫଲ୍ଟ ଲୋକେସନ୍ ର  ଶୁଭାରମ୍ଭ
ଆଜିର ଖବର

ଅତ୍ୟାଧୁନିକ ମେଗର R30 ଭ୍ୟାନ୍-ମାଉଣ୍ଟେଡ୍ କେବୁଲ୍ ଫଲ୍ଟ ଲୋକେସନ୍ ର  ଶୁଭାରମ୍ଭ

July 31, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Deputy CM Launches Advanced Megger R30 Cable Fault Detection System
Deputy CM Launches Advanced Megger R30 Cable Fault Detection System

ଭୁବନେଶ୍ଵର: ରାଜ୍ୟର ବିଦ୍ୟୁତ ସଂଚାର ବ୍ୟବସ୍ଥାକୁ ଅଧିକ ଆଧୁନିକ, ନିର୍ଭରଯୋଗ୍ୟ ଓ କାର୍ଯ୍ୟକ୍ଷମ କରିବା ଦିଗରେ ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ୍ ଲିମିଟେଡ୍ (OPTCL) ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ଆଜି ଖାରବେଳ ଭବନ ପରିସରରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓପିଟିସିଏଲ୍ର ନୂତନ Megger R30 Van-Mounted Cable Fault Locator and Testing Systemର ଶୁଭ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ ଏବଂ ଓପିଟିସିଏଲ୍ର ଅଧ୍ୟକ୍ଷ-ପରିଚାଳନା ନିର୍ଦ୍ଦେଶକ ଭାସ୍କର ଜ୍ୟୋତି ଶର୍ମା ଉପସ୍ଥିତ ଥିଲେ।

ଶୁଭାରମ୍ଭ ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ଯେ, ଏହି ଅତ୍ୟାଧୁନିକ ଉପକରଣର ବ୍ୟବହାର ଫଳରେ କେବୁଲ୍ ତ୍ରୁଟି ଖୋଜିବା ଏବଂ ମରାମତି ପାଇଁ ଲାଗୁଥିବା ସମୟ ଯଥେଷ୍ଟ ହ୍ରାସ ପାଇବ। ଫଳସ୍ୱରୂପ, ବିଦ୍ୟୁତ ସରବରାହରେ ବାଧା ସୃଷ୍ଟି ହେଲେ ତାହାକୁ ଶୀଘ୍ର ପୁନଃସ୍ଥାପନ କରାଯାଇପାରିବ, ଯାହା ରାଜ୍ୟର ବିଦ୍ୟୁତ ସଂଚାର ବ୍ୟବସ୍ଥାର ନିର୍ଭରଯୋଗ୍ୟତା, ସ୍ଥିରତା ଏବଂ କାର୍ଯ୍ୟଦକ୍ଷତାକୁ ଆହୁରି ବୃଦ୍ଧି କରିବ।ଭୂତଳ ବିଦ୍ୟୁତ କେବୁଲ୍ର ରକ୍ଷଣାବେକ୍ଷଣ ଏବଂ ତ୍ରୁଟି ଚିହ୍ନଟ କ୍ଷମତାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଓପିଟିସିଏଲ ଏହି ବିଶ୍ୱସ୍ତରୀୟ Megger R30 Cable Fault Location System କୁ ୯. ୮ କୋଟି ଟଙ୍କାରେ କ୍ରୟ କରିଛି। ଏହା ଏକ ଭ୍ୟାନ୍-ମାଉଣ୍ଟେଡ୍ ଅତ୍ୟାଧୁନିକ ବ୍ୟବସ୍ଥା, ଯାହା ଭୂତଳ ବିଦ୍ୟୁତ କେବୁଲ୍ର ତ୍ରୁଟିକୁ ଶୀଘ୍ର, ସଠିକ୍ ଏବଂ ନିରାପଦ ଭାବରେ ଚିହ୍ନଟ କରିବାରେ ସକ୍ଷମ।ଏହି ବ୍ୟବସ୍ଥାରେ Time Domain Reflectometry (TDR), Arc Reflection Method (ARM), Surge Pinpointing ଏବଂ Sheath Fault Testing ପରି ଅତ୍ୟାଧୁନିକ ପ୍ରଯୁକ୍ତି ସମ୍ମିଳିତ ରହିଛି। ଏହା ଉଚ୍ଚ ଭୋଲ୍ଟେଜ୍ ଭୂତଳ କେବୁଲ୍ର ତ୍ରୁଟିକୁ ଅତ୍ୟନ୍ତ କମ୍ ସମୟ ମଧ୍ୟରେ ସଠିକ୍ ଭାବରେ ଚିହ୍ନଟ କରି ମରାମତି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ।Megger R30 ଭ୍ୟାନ୍-ମାଉଣ୍ଟେଡ୍ କେବୁଲ୍ ଫଲ୍ଟ ଲୋକେସନ୍ ଏବଂ ଟେଷ୍ଟିଂ ସିଷ୍ଟମ୍ର ସଂଯୋଜନ ହେଉଛି ଓପିଟିସିଏଲ ଦ୍ୱାରା ଆଧୁନିକ ପରୀକ୍ଷଣ ଓ ଡାୟାଗ୍ନୋଷ୍ଟିକ୍ ପ୍ରଯୁକ୍ତିକୁ ଗ୍ରହଣ କରି ବିଦ୍ୟୁତ ସଂଚାର କ୍ଷେତ୍ରରେ ବୈଷୟିକ ଉତ୍କର୍ଷତା ହାସଲ କରିବାର ଆଉ ଏକ ପଦକ୍ଷେପ।

ଏହା ମାଧ୍ୟମରେ ରାଜ୍ୟର ବିଦ୍ୟୁତ ସଂଚାର ବ୍ୟବସ୍ଥା ଅଧିକ ସୁରକ୍ଷିତ, ନିର୍ଭରଯୋଗ୍ୟ ଏବଂ କାର୍ଯ୍ୟକ୍ଷମ ହେବା ସହିତ ଉପଭୋକ୍ତାଙ୍କୁ ଉନ୍ନତମାନର ବିଦ୍ୟୁତ ସେବା ପ୍ରଦାନରେ ସହାୟକ ହେବ।ଏହି ପଦକ୍ଷେପ ସ୍ମାର୍ଟ, ସ୍ଥିର ଓ ଭବିଷ୍ୟତମୁଖୀ ବିଦ୍ୟୁତ ସଂଚାର ଭିତ୍ତିଭୂମି ଗଠନ ପାଇଁ ଓପିଟିସିଏଲର ନିରନ୍ତର ପ୍ରୟାସର ଏକ ଉଲ୍ଲେଖନୀୟ ନିଦର୍ଶନ।

Deputy CM Launches Megger R30 ଟେଷ୍ଟିଂ ସିଷ୍ଟମ୍ ଭ୍ୟାନ୍-ମାଉଣ୍ଟେଡ୍ କେବୁଲ୍ ଫଲ୍ଟ ଲୋକେସନ୍
Share. Facebook Twitter LinkedIn Email WhatsApp Copy Link

Related Posts

ଦେବୀ ନଦୀ ପୋଲ ଉପରେ ସ୍କୁଟି ରଖି ନଦୀକୁ ଡେଇଁଲେ ଯୁବକ

August 28, 2026

ନେପାଳ ପ୍ରଳୟ : ଆଉ ତିନି ଓଡ଼ିଆ ନିଖୋଜ

August 28, 2026

ସମୂହ ଛୁଟିରେ ରେଭେନ୍ସା ଅଧ୍ୟାପକ

August 28, 2026

ହୀରାକୁଦର ୧୬ ଗେଟ୍‌ ଖୋଲିବା ପରେ ବଢ଼ିଲା ବନ୍ୟା ଆଶଙ୍କା

August 28, 2026
Latest News

ଯଦି ଏବେ ନିର୍ବାଚନ ହୁଏ…,କିଏ ପିନ୍ଧିବ ମୁକୁଟ?: ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ସର୍ଭେ

August 28, 2026

ସୋନିଆ ଗାନ୍ଧୀଙ୍କ ପୁସ୍ତକ ପ୍ରକାଶ କରିବାକୁ ମନା କଲା ପେଙ୍ଗୁଇନ୍: ଜାଣନ୍ତୁ କାରଣ

August 28, 2026

ଦେବୀ ନଦୀ ପୋଲ ଉପରେ ସ୍କୁଟି ରଖି ନଦୀକୁ ଡେଇଁଲେ ଯୁବକ

August 28, 2026

ନେପାଳ ପ୍ରଳୟ : ଆଉ ତିନି ଓଡ଼ିଆ ନିଖୋଜ

August 28, 2026

ସମୂହ ଛୁଟିରେ ରେଭେନ୍ସା ଅଧ୍ୟାପକ

August 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.