Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାଂସଦ ଦିଲ୍ଲୀପ ରାୟଙ୍କ ସଂସଦରେ ପ୍ରଶ୍ନ, ଓଡ଼ିଶାରେ କେତେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାର୍ଯ୍ୟକ୍ଷମ ଅଛି?
ଆଜିର ଖବର

ସାଂସଦ ଦିଲ୍ଲୀପ ରାୟଙ୍କ ସଂସଦରେ ପ୍ରଶ୍ନ, ଓଡ଼ିଶାରେ କେତେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାର୍ଯ୍ୟକ୍ଷମ ଅଛି?

August 4, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସାଂସଦ ଦିଲ୍ଲୀପ ରାୟ
ସାଂସଦ ଦିଲ୍ଲୀପ ରାୟଙ୍କ ସଂସଦରେ ପ୍ରଶ୍ନ, ଓଡ଼ିଶାରେ କେତେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାର୍ଯ୍ୟକ୍ଷମ ଅଛି?

ନୂଆଦିଲ୍ଳୀ/ଭୁବନେଶ୍ୱର: ଜାତୀୟ ସ୍ୱାସ୍ଥ୍ୟ ମିଶନ ଯୋଜନାରେ କେନ୍ଦ୍ର ସରକାର ଓଡ଼ିଶାର ୪୨୨ଟି ଆୟୁଷ ଡିସ୍‍ପେନ୍ସରୀକୁ ୱେଲ୍‍ନେସ୍‍ ସେଣ୍ଟର ଭାବେ ବିକାଶ କରିବା ସହିତ ଏଗୁଡ଼ିକୁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ପରିଣତ କରିଛନ୍ତି । ଏ ସମସ୍ତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକ୍ଷମ ରହିଛି । ସାଂସଦ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟସଭାରେ ଏହି ତଥ୍ୟ ଦେଇଛନ୍ତି ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ।

ଓଡ଼ିଶାରେ ଆୟୁର୍ବେଦିକ ଚିକିତ୍ସାର ବିକାଶ ଏବଂ ଲୋକଙ୍କ ହାତ ପାଆନ୍ତାରେ ଏହି ପ୍ରାଚୀନ ତଥା ପାରମ୍ପରିକ ଚିକିତ୍ସା ପଦ୍ଧତିକୁ ବିଜ୍ଞାନ ସମ୍ମତ ଭାବେ ପହଞ୍ଚାଇବା ସଂକ୍ରାନ୍ତରେ ଶ୍ରୀ ରାୟ ସଂସଦରେ ପ୍ରଶ୍ନ ଉଠାଇଥିଲେ। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଜନସ୍ୱାସ୍ଥ୍ୟ ରାଜ୍ୟ ସରକାରମାନଙ୍କ ବ୍ୟାପାର ହୋଇଥିବାବେଳେ ଏହାର ବିକାଶ ଦିଗରେ କେନ୍ଦ୍ର ସରକାର ସହଯୋଗ କରିଥାନ୍ତି । ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ଜାତୀୟ ଆୟୁଷ ମିଶନ ଭଳି କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାମାନ କାର୍ଯ୍ୟକାରୀ କରିଥାନ୍ତି।

ଏହି କ୍ରମରେ ଓଡ଼ିଶାର ୨୯ଟି ଜିଲ୍ଲାର ୪୨୨ଟି ଆୟୁଷ ଡିସ୍‍ପେନ୍ସରୀକୁ ଆୟୁଷ ସ୍ୱାସ୍ଥ୍ୟ ଓ ନିରାମୟ କେନ୍ଦ୍ର ଭାବେ କେନ୍ଦ୍ରୀୟ ଯୋଜନାରେ ଉନ୍ନତି କରାଯାଇଛି। ଏଗୁଡ଼ିକ ଏବେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଭାବେ ପରିଚିତ। ଏଥିମଧ୍ୟରେ ଅନେକ ଆୟୁର୍ବେଦିକ ଡିସ୍‍ପେନ୍ସରୀ ମଧ୍ୟ ରହିଛି। ସୁନ୍ଦରଗଡ଼ ଜିଲ୍ଲାରେ ଏବେ ୧୩ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାର୍ଯ୍ୟକ୍ଷମ ରହିଛି। ଦେବଗଡ଼ ଜିଲ୍ଲାକୁ ଛାଡ଼ିଦେଇ ରାଜ୍ୟର ଅନ୍ୟ ୨୯ଟି ଜିଲ୍ଲାରେ ଏଭଳି ଆରୋଗ୍ୟ ମନ୍ଦିରମାନ ରହିଛି ।

ରୋଗ ଚିକିତ୍ସା ଏବେ ଏକ ବ୍ୟୟବହୁଳ ବ୍ୟାପାର ହୋଇଥିବାବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପାଇଁ ବିଭିନ୍ନ ଯୋଜନାରେ ବ୍ୟାପକ ଆର୍ଥିକ ସହାୟତା ଦେଉଥିବା ଉଲ୍ଲେଖ କରି ଶ୍ରୀ ରାୟ କହିଛନ୍ତି ଯେ ପ୍ରତି ଗାଁର ଲୋକଙ୍କ ପାଖରେ ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ଚିକିତ୍ସା ସୁବିଧା ପହଞ୍ôଚପାରିଲେ ସ୍ୱଳ୍ପ ଖର୍ଚ୍ଚରେ ଲୋକେ ପାଶ୍ୱର୍ପ୍ରତିକ୍ରିୟା ବିହୀନ ପାରମ୍ପରିକ ଉପଚାର କରି ସୁସ୍ଥ ରହିପାରିବେ। ଓଡ଼ିଶାରେ ଲୋକଙ୍କ ବାଡ଼ିବଗିଚାଠାରୁ ଆରମ୍ଭ କରି ବଣଜଙ୍ଗଲରେ ବିରଳ ଔଷଧୀୟ ବୃକ୍ଷଲତାମାନ ରହିଥିବାରୁ ଆୟୁର୍ବେଦ ଚିକିତ୍ସା ଉପରେ ଅଧିକ ଗବେଷଣା ଓ ତା’ର ପ୍ରୟୋଗ ଲାଗି ଶ୍ରୀ ରାୟ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସାଂସଦ ଦିଲ୍ଲୀପ ରାୟ
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରଜମୋହନ ରାମ ହେଲେ ଓଡ଼ିଶା ରାଜ୍ୟପାଳ

October 12, 2026

ପୁଞ୍ଚରେ ଅନୁପ୍ରବେଶ ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୪ ଆତଙ୍କବାଦୀ ନିହତ

October 12, 2026

ସେନା ପାଇଁ ‘ଭାରତ ରାଇସ’ର ଶୁଭାରମ୍ଭ: ଲଜିଷ୍ଟିକ୍ସ ବ୍ୟବସ୍ଥାକୁ ମଜବୁତ କରିବାକୁ FCI ସହ ଚୁକ୍ତି

October 12, 2026

BIMSTEC ଗୃହମନ୍ତ୍ରୀ ବୈଠକ ପାଇଁ ପ୍ରସ୍ତୁତ ଦିଲ୍ଲୀ: ଆତଙ୍କବାଦ ବିରୋଧରେ ଏକଜୁଟ୍ ହେବେ ସଦସ୍ୟ ରାଷ୍ଟ୍ର

October 12, 2026
Latest News

ବ୍ରଜମୋହନ ରାମ ହେଲେ ଓଡ଼ିଶା ରାଜ୍ୟପାଳ

October 12, 2026

ପୁଞ୍ଚରେ ଅନୁପ୍ରବେଶ ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୪ ଆତଙ୍କବାଦୀ ନିହତ

October 12, 2026

ସେନା ପାଇଁ ‘ଭାରତ ରାଇସ’ର ଶୁଭାରମ୍ଭ: ଲଜିଷ୍ଟିକ୍ସ ବ୍ୟବସ୍ଥାକୁ ମଜବୁତ କରିବାକୁ FCI ସହ ଚୁକ୍ତି

October 12, 2026

BIMSTEC ଗୃହମନ୍ତ୍ରୀ ବୈଠକ ପାଇଁ ପ୍ରସ୍ତୁତ ଦିଲ୍ଲୀ: ଆତଙ୍କବାଦ ବିରୋଧରେ ଏକଜୁଟ୍ ହେବେ ସଦସ୍ୟ ରାଷ୍ଟ୍ର

October 12, 2026

ପ୍ରେମ ପରେ ପ୍ରତାରଣା ଅଭିଯୋଗ : ବଳାତ୍କାର ଅଭିଯୋଗରେ ଜେଲ୍ ଗଲା ଅଭିଯୁକ୍ତ

October 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.