Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବରିଷ୍ଠ ଅଧିକାରୀବୃନ୍ଦଙ୍କ ସହିତ ଉଚ୍ଚସ୍ତରୀୟ ବୈଠକ କଲେ ରାଜସ୍ୱ ମନ୍ତ୍ରୀ
ଆଜିର ଖବର

ବରିଷ୍ଠ ଅଧିକାରୀବୃନ୍ଦଙ୍କ ସହିତ ଉଚ୍ଚସ୍ତରୀୟ ବୈଠକ କଲେ ରାଜସ୍ୱ ମନ୍ତ୍ରୀ

August 7, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
Suresh Pujari Reviews Flood Situation with OSDMA
Suresh Pujari Reviews Flood Situation with OSDMA

ଭୁବନେଶ୍ୱର: ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କର ବରିଷ୍ଠ ଅଧିକାରୀବୃନ୍ଦଙ୍କ ସହିତ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ସାମ୍ପ୍ରତିକ ବନ୍ୟା ପରିସ୍ଥିତିର ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ସହିତ ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମି ସୁଦୃଢ଼ କରିବା ନିମନ୍ତେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ ଉପରେ ମନ୍ତ୍ରୀ ଗୁରୁତ୍ଵାରୋପ କରିଛନ୍ତି। ସେହିପରି ବିଭିନ୍ନ ସ୍ଥାନରେ ବହୁମୁଖୀ ଆଶ୍ରୟସ୍ଥଳୀ ନିର୍ମାଣ ତ୍ୱରାନ୍ୱିତ କରିବା ନିମନ୍ତେ ମନ୍ତ୍ରୀ ଶ୍ରୀ ପୂଜାରୀ ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ବନ୍ୟା ପରେ ପରେ କ୍ଷୟକ୍ଷତି ଆକଳନ ତ୍ୱରାନ୍ୱିତ ହେବା ସହ ବିଭିନ୍ନ ସ୍ଥାନରୁ କ୍ଷୟକ୍ଷତି ସମ୍ପର୍କିତ ରିପୋର୍ଟ ରାଜ୍ୟସରକାରଙ୍କ ନିକଟକୁ ଆସୁଛି। ରାଜସ୍ୱ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବନ୍ୟା ଜଳ ଛାଡ଼ିବାର ୭୨ଘଣ୍ଟା ମଧ୍ୟରେ କ୍ଷୟକ୍ଷତି ଆକଳନ ଅବ୍ୟାହତ ରହିଛି। ଇତିମଧ୍ୟରେ ପ୍ରଭାବିତ ୨୨ଟି ଜିଲ୍ଲାକୁ ସମୁଦାୟ ୧୧୦ କୋଟିର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ତନ୍ମଧ୍ୟରେ ବାଲେଶ୍ୱର ଜିଲ୍ଲାକୁ ୨୨.୦୩ କୋଟି, ଯାଜପୁର ଜିଲ୍ଲାକୁ ୨୦.୨୦ କୋଟି, ଭଦ୍ରକ ଜିଲ୍ଲାକୁ ୨୦.୧୨ କୋଟି, ଜଗତସିଂହପୁର ଜିଲ୍ଲାକୁ ୮.୧୮ କୋଟି, କେନ୍ଦୁଝର ଜିଲ୍ଲାକୁ ୬.୧୧ କୋଟି, ସମ୍ବଲପୁର ଜିଲ୍ଲାକୁ ୫.୫୬ କୋଟି, କେନ୍ଦ୍ରାପଡ଼ା ଜିଲ୍ଲାକୁ ୫.୦୪ କୋଟି, ମୟୁରଭଞ୍ଜ ଜିଲ୍ଲାକୁ ୫.୦୨ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି।

ମନ୍ତ୍ରୀ କହିଛନ୍ତି ଯେ, ଗତ ବର୍ଷ ଜୁଲାଇ ମାସ ଅପେକ୍ଷା ଚଳିତ ବର୍ଷ ଜୁଲାଇ ମାସରେ ୬୫% ଅଧିକ ବୃଷ୍ଟିପାତ ହୋଇଥିବା ବେଳେ କେତେକ ସ୍ଥାନରେ ୯୭% ପର୍ଯ୍ୟନ୍ତ ଅଧିକ ବୃଷ୍ଟିପାତ ମଧ୍ଯ ହୋଇଛି। ଏହା ଭିତରେ ବିଭିନ୍ନ ନଦୀର ବନ୍ୟାଜଳ ହ୍ରାସ ପାଇଥିଲା ବେଳେ ଅନେକ ସ୍ଥାନରେ ସମ୍ପୂର୍ଣ୍ଣ ହ୍ରାସ ହୋଇ ନାହିଁ। ବିଭିନ୍ନ ଜିଲ୍ଲାରେ ସାମ୍ପ୍ରତିକ ବନ୍ୟା ଜନିତ ଭିତ୍ତିଭୂମି କ୍ଷୟକ୍ଷତି ଆକଳନ ଚାଲିଥିବା ବେଳେ ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଆସନ୍ତାକାଲି ସନ୍ଧ୍ୟାରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀବୃନ୍ଦଙ୍କ ସହ ପ୍ରଭାବିତ ଅଞ୍ଚଳର ଜିଲ୍ଲା ପ୍ରଶାସନ, ବିଡିଓ, ତହସିଲଦାରମାନଙ୍କ ସହ ରାଜସ୍ୱ ମନ୍ତ୍ରୀ ବୈଠକରେ ଆଲୋଚନା କରିବେ। ବନ୍ୟାର ପ୍ରକୋପ ହ୍ରାସ, ବିଭିନ୍ନ ସ୍ଥାନରେ ସୃଷ୍ଟ ଘାଈର ମରାମତି, ନଦୀଶଯ୍ୟା ସଫା ଏବଂ ଗଭୀର କରିବା ଆଦି ସମ୍ପର୍କରେ ଆଲୋଚନା କରାଯିବ।

ରାଜ୍ୟସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀଗଣ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ ବିଭିନ୍ନ ପ୍ରଭାବିତ ଜିଲ୍ଲାମାନଙ୍କୁ ଗସ୍ତ କରି କ୍ଷେତ୍ରସ୍ତରରେ ବନ୍ୟା ପରିଚାଳନା ଏବଂ କ୍ଷୟକ୍ଷତି ଆକଳନ ସମ୍ପର୍କରେ ତଦାରଖ କରି ରିପୋର୍ଟ ପ୍ରଦାନ କରିଛନ୍ତି। ତଦନୁସାରେ ଆବଶ୍ୟକ କ୍ଷତିପୂରଣ ପ୍ରଦାନ ତ୍ୱରାନିତ କରାଯିବାକୁ ନିଷ୍ପତ୍ତି ହୋଇଛି। ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, ପାଣିପାଗ ଏବଂ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ ମାଧ୍ୟମରେ ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମି ସୁଦୃଢ଼ କରିବା ନିମନ୍ତେ ରାଜ୍ୟସରକାର ଉଦ୍ୟମରତ ଅଛନ୍ତି। ବର୍ତ୍ତମାନ ପ୍ରାୟ ୫୭୩ କିମିର ଉପକୂଳ ଅଞ୍ଚଳରେ ୧୨୨ଟି ଟାୱାର୍ ଅବସ୍ଥାପିତ ଥିବା ବେଳେ ତାହାର ଆଧୁନିକୀକରଣ ସହ ପ୍ରତ୍ୟେକ ଟାୱାରରେ ୩୬୦ ଡିଗ୍ରୀ କ୍ୟାମେରା ଲଗାଯିବାକୁ ନିଷ୍ପତ୍ତି ହୋଇଛି।

ସାଟେଲାଇଟ୍ ଟେଲି କମ୍ୟୁନିକେସନ୍ ସିଷ୍ଟମ୍ ଦ୍ଵାରା ଏହି ସବୁ ଟାୱାର ଗୁଡ଼ିକର ସାମର୍ଥ୍ୟ ବୃଦ୍ଧି ସହ ସମସ୍ତ ୩୧୪ଟି ବ୍ଲକରେ ଆଧୁନିକ ବ୍ୟବସ୍ଥା ସହ ମୁଖ୍ୟ କଣ୍ଟ୍ରୋଲ ରୁମରୁ ଆଗାମୀ ଦିନରେ ଉଚ୍ଚଗତିଶୀଳ ବ୍ୟବସ୍ଥା ସ୍ଥାପନ କରି ସୂଚନା ଆଦାନପ୍ରଦାନ ଆହୁରି ସୁଦୃଢ଼ କରିବା ନିମନ୍ତେ ରାଜ୍ୟସରକାରଙ୍କ ପକ୍ଷରୁ ପଦକ୍ଷେପମାନ ହାତକୁ ନିଆଯାଇଛି। ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦ ଗୋଆ ଏବଂ କେରଳ ରାଜ୍ୟ ଗସ୍ତ କରି ସେଠାକାର ପୂର୍ବ ସୂଚନା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଅବଗତ ହୋଇଛନ୍ତି।

ସେହିପରି ସମ୍ବଲପୁରଠାରେ ଡପଲର୍ ରାଡାର୍ ଏହା ମଧ୍ୟରେ କ୍ରିୟାଶୀଳ ହୋଇଥିବା ବେଳେ ଖୁବ୍ ଶୀଘ୍ର ବାଲେଶ୍ୱର ଏବଂ ଭୁବନେଶ୍ୱରର ରାଡାର୍ କାର୍ଯ୍ୟକ୍ଷମ କରାଯିବ। ଗୋପାଳପୁର ଏବଂ ପାରାଦୀପଠାରେ ମଧ୍ଯ ପୂର୍ବରୁ ଥିବା ରାଡାରର ଆବଶ୍ୟକ ମରାମତି ମଧ୍ଯ କରାଯାଉଛି । ପୁରୀରେ ମଧ୍ଯ ନୂତନ ରାଡାର ସ୍ଥାପନ କରାଯିବା ନିମନ୍ତେ ନିଷ୍ପତ୍ତି ହୋଇଛି।

ମନ୍ତ୍ରୀ କହିଛନ୍ତି, ଏ ସମସ୍ତ ଡପଲର୍ ରାଡାର୍ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ପାଣିପାଗ ପୂର୍ବାନୁମାନ ଆହୁରି ଶାଣିତ ଏବଂ ନିର୍ଭୁଲ୍ ହେବ। ରାଜ୍ୟର ବିପର୍ଯ୍ୟୟ ମୁକାବିଲା ଭିତ୍ତିଭୂମିକୁ ଏହା ଆହୁରି ସୁଦୃଢ଼ କରିବ। ଏଥିସହିତ ସାମ୍ପ୍ରତିକ ବନ୍ୟା ପରିସ୍ଥିତିର ସମୀକ୍ଷା କରାଯାଇ ଆଗାମୀ ଦିନରେ ଜଳଭଣ୍ଡାର ମାନଙ୍କରେ ଜଳ ସଂରକ୍ଷଣ, ବିଭିନ୍ନ ନଦୀର ଜଳ ଆବଣ୍ଟନ ଏବଂ ଜଳ ନିଷ୍କାସନ ବ୍ୟବସ୍ଥାର ସୁପରିଚାଳନା କରାଯିବାକୁ ନିଷ୍ପତ୍ତି ହୋଇଛି। ବିଭିନ୍ନ ପାର୍ଶ୍ଵବର୍ତ୍ତୀ ରାଜ୍ୟମାନଙ୍କ ସହିତ ସମନ୍ଵୟ ରକ୍ଷା କରି କମ୍ପୁଟରାଇଜଡ୍ ବ୍ୟବସ୍ଥା ମାଧ୍ୟମରେ ବିଭିନ୍ନ ନଦୀ ମାନଙ୍କର ଜଳ ନିୟନ୍ତ୍ରଣ କରାଯିବ।

ସେହିପରି ବଜ୍ରପାତ ଜନିତ ସମସ୍ୟାକୁ ଦୃଷ୍ଟିରେ ରଖି ମନ୍ତ୍ରୀ କହିଥିଲେ ଯେ, ବଜ୍ରପାତ ମୃତ୍ୟୁକୁ ରୋକିବା ନିମନ୍ତେ ଜଙ୍ଗଲ ବିଭାଗକୁ ସମସ୍ତ ଚାଷଜମିରେ ତାଳଗଛ ଲଗାଇବା ନିମନ୍ତେ ୩୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ଲଗାଣ ବର୍ଷାରେ ସହରାଞ୍ଚଳ ଜଳବନ୍ଦୀ ସମସ୍ୟା ନିମନ୍ତେ ଅତ୍ୟାଧୁନିକ ଜ୍ଞାନକୌଶଳ ଆପଣାଇବା ନିମନ୍ତେ ଆଲୋଚନା ଚାଲିଛି। ଭୁବନେଶ୍ୱର ମହାନଗର ନିଗମ ଆଇଆଇଟି ରୁର୍କୀ ସହ ଏଥିନିମନ୍ତେ ଅନୁବନ୍ଧିତ ହୋଇ କାର୍ଯ୍ୟ ଆରମ୍ଭ କରିଛନ୍ତି। ସୁଦୃଢ଼ ଭିତ୍ତିଭୂମି ବିକାଶ ଦ୍ଵାରା ସଫଳତାର ସହ ବିପର୍ଯ୍ୟୟ ମୁକାବିଲା ଏବଂ ପ୍ରତିଟି ଧନଜୀବନର ସୁରକ୍ଷା ନିମନ୍ତେ ରାଜ୍ୟସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହିତ କାର୍ଯ୍ୟ କରୁଛନ୍ତି।

Flood Situation OSDMA Suresh Pujari ରାଜସ୍ୱ ମନ୍ତ୍ରୀ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସୁରେଶ ପୂଜାରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଏଣିକି ମୁଖ୍ୟରାସ୍ତା କଡରେ ନିର୍ମାଣ ହେବ ଯାତ୍ରୀ ସୁବିଧା କେନ୍ଦ୍ର, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଲେ ସମୀକ୍ଷା

August 7, 2026

‘ଅଗ୍ନି-୪’ ବାଲିଷ୍ଟିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

August 7, 2026

ଆଜି ସମସ୍ତ ଜିଲ୍ଲାଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ଦାବିପତ୍ର ପ୍ରଦାନ: ସମନ୍ୱୟ ସମିତି

August 7, 2026

ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଛତିଶଗଡ଼ର ରାଜ୍ୟପାଳ

August 7, 2026
Latest News

ବରିଷ୍ଠ ଅଧିକାରୀବୃନ୍ଦଙ୍କ ସହିତ ଉଚ୍ଚସ୍ତରୀୟ ବୈଠକ କଲେ ରାଜସ୍ୱ ମନ୍ତ୍ରୀ

August 7, 2026

ଏଣିକି ମୁଖ୍ୟରାସ୍ତା କଡରେ ନିର୍ମାଣ ହେବ ଯାତ୍ରୀ ସୁବିଧା କେନ୍ଦ୍ର, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଲେ ସମୀକ୍ଷା

August 7, 2026

‘ଅଗ୍ନି-୪’ ବାଲିଷ୍ଟିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

August 7, 2026

ଆଜି ସମସ୍ତ ଜିଲ୍ଲାଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ଦାବିପତ୍ର ପ୍ରଦାନ: ସମନ୍ୱୟ ସମିତି

August 7, 2026

ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଛତିଶଗଡ଼ର ରାଜ୍ୟପାଳ

August 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.