ଭୁବନେଶ୍ୱର: ଚର୍ଚ୍ଚିତ GRP କନଷ୍ଟେବଳ ସୌମ୍ୟ ରଞ୍ଜନ ମହାପାତ୍ର ହତ୍ୟା ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ପ୍ରମାଣ ଅଭାବ ଦର୍ଶାଇ ସେମାନଙ୍କୁ ଜାମିନ ମିଳିଥିବା ଜଣାପଡ଼ିଛି।
ଏହି ମାମଲାରେ ପୂର୍ବରୁ ମୋଟ ୨୦ ଜଣଙ୍କୁ ଗିରଫ କରାଯାଇଥିଲା। ତଦନ୍ତ ସମୟରେ ପ୍ରମାଣ ଅଭାବକୁ ଦୃଷ୍ଟିରେ ରଖି କ୍ରାଇମବ୍ରାଞ୍ଚ ୯ ଜଣଙ୍କ ନାମ ଚାର୍ଜସିଟ୍ରୁ ବାଦ ଦେଇଥିଲା। ଏବେ ୬ ଜଣଙ୍କୁ କୋର୍ଟ ଜାମିନ ଦେବା ପରେ ମାମଲାର ତଦନ୍ତ ଓ ଆଇନଗତ ପ୍ରକ୍ରିୟା ଜାରି ରହିଛି।
ଅନ୍ୟପଟେ, ଘଟଣାରେ ସମ୍ପୃକ୍ତ ଆଉ ୫ରୁ ୬ ଜଣ ଅଭିଯୁକ୍ତ ଏବେ ମଧ୍ୟ ଫେରାର ଥିବା ସୂଚନା ମିଳିଛି। ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ତଦନ୍ତ ଜୋରଦାର କରାଯାଇଛି।


