Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କ୍ରାନ୍ତି ଦିବସରେ ରଣପୁରରେ ଦେଶପ୍ରେମର ମହାସମାଗମ
ଆଜିର ଖବର

କ୍ରାନ୍ତି ଦିବସରେ ରଣପୁରରେ ଦେଶପ୍ରେମର ମହାସମାଗମ

August 10, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
କ୍ରାନ୍ତି ଦିବସରେ ରଣପୁରରେ ଦେଶପ୍ରେମର ମହାସମାଗମ
କ୍ରାନ୍ତି ଦିବସରେ ରଣପୁରରେ ଦେଶପ୍ରେମର ମହାସମାଗମ

ରଣପୁର: କ୍ରାନ୍ତି ଦିବସ ଅବସରରେ ଭାରତ ସରକାରଙ୍କ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନ୍ତର୍ଗତ ରବିବାର ରଣପୁର ଏନ୍‌ଏସି ପକ୍ଷରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଅପରାହ୍ନ ୩ଟା ୩୦ମିନିଟରେ ବସ୍‌ଷ୍ଟାଣ୍ଡ ଛକରୁ ବାହାରିଥିବା ଏହି ଶୋଭାଯାତ୍ରାରେ ୧୨୦ ମିଟର ଲମ୍ବା ବିଶାଳ ତ୍ରିରଙ୍ଗା ସମସ୍ତଙ୍କ ମୁଖ୍ୟ ଆକର୍ଷଣ ପାଲଟିଥିଲା। ହଜାର ହଜାର ଦେଶପ୍ରେମୀ ହାତରେ ତ୍ରିରଙ୍ଗା ଧରି ‘ଭାରତ ମାତା କୀ ଜୟ’ ଧ୍ୱନିରେ ସମଗ୍ର ରଣପୁରକୁ ପ୍ରକମ୍ପିତ କରିଥିଲେ।

ଶୋଭାଯାତ୍ରା ପଞ୍ଚୁଦୋଳ ପଡ଼ିଆ ନିକଟରେ ଥିବା ଶହୀଦ ରଘୁ–ଦିବାକରଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିବା ପରେ ଶହୀଦମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ଦେଶର ସ୍ୱାଧୀନତା ପାଇଁ ଜୀବନ ବଳିଦାନ କରିଥିବା ବୀର ସହିଦମାନଙ୍କ ସ୍ମୃତିରେ ପରିବେଶ ଭାବପ୍ରବଣ ହୋଇଉଠିଥିଲା। ତ୍ରିରଙ୍ଗାର ଗର୍ବ, ଶହୀଦଙ୍କ ପ୍ରତି ଶ୍ରଦ୍ଧା ଓ ଦେଶପ୍ରେମର ଉତ୍ସାହରେ ରଣପୁର ପାଲଟିଥିଲା ଏକ ମିନି ଭାରତର ଚିତ୍ର।

ଏହି ଭବ୍ୟ କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ, ପୁରୀ ଲୋକସଭା ସାଂସଦ ଡ଼. ସମ୍ବିତ ପାତ୍ର, ରଣପୁର ଏନ୍‌ଏସି ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ବ୍ଲକ ଉପାଧ୍ୟକ୍ଷ ପ୍ରଭାତ ଦଳବେହେରା, ସମାଜସେବୀ ପ୍ରିୟବ୍ରତ ପ୍ରହରାଜ, ପରେଶ ମିଶ୍ର, ସ୍ୱରାଜ ମହାନ୍ତି, ତହସିଲଦାର ଆର୍ଯ୍ୟକୁମାର ସର୍ବଦମନ, ବିଡିଓ ମନୋଜ କୁମାର ନାୟକ, ଏନ୍‌ଏସି ନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ର ଏବଂ ରଣପୁର ଥାନା ଅଧିକାରୀ ଆଶିଷ ଦେବ ସାହୁଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧି ଯୋଗଦେଇଥିଲେ।

କାଉନସିଲର, ସରପଞ୍ଚ, ସମିତି ସଭ୍ୟ, ଅଙ୍ଗନୱାଡି ଓ ଆଶାକର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ରଣପୁର ମହାବିଦ୍ୟାଳୟ ଏବଂ ପିଏମ୍‌ଶ୍ରୀ ବି.ସି. ହାଇସ୍କୁଲର ଏନ୍‌ସିସି କ୍ୟାଡେଟ୍‌ଙ୍କ ସମେତ ହଜାର ହଜାର ପୁରୁଷ ଓ ମହିଳା ଉତ୍ସାହର ସହ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

କ୍ରାନ୍ତି ଦିବସ ତ୍ରିରଙ୍ଗା ଶୋଭାଯାତ୍ରା ଦେଶପ୍ରେମର ମହାସମାଗମ ଭାରତ ମାତା କୀ ଜୟ ରଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

୨୩ କିମି ବେଗରେ ମାଡ଼ି ଆସୁଛି ବାତ୍ୟା ମୁରାସୁ, କାଲି ଭୀଷଣ ବାତ୍ୟା ଆଶଙ୍କା

November 1, 2026

ଆଜି ଗ୍ଲେନ ଫିଲିପ୍ସ ଟାର୍ଗେଟରେ ୩ ବଡ଼ ରେକର୍ଡ: ଶତକର ହେବେ ନୂଆ ବାଦଶାହ

November 1, 2026

INDIA ମେଣ୍ଟ ରାଲି ପୂର୍ବରୁ କଡା ସୁରକ୍ଷା: ୪୦୦୦ ପୁଲିସ, CAPFର ୨୭୦ କମ୍ପାନୀ ମୁତୟନ

November 1, 2026

ଭୁବନେଶ୍ୱରରେ ଭୟଙ୍କର ସିରିଜ୍ ଦୁର୍ଘଟଣା: ଜୀବନ ନେଲା ଦ୍ରୁତଗାମୀ ବସ୍, ୨ ମୃତ; ଏକାଧିକ ଆହତ

November 1, 2026
Latest News

୨୩ କିମି ବେଗରେ ମାଡ଼ି ଆସୁଛି ବାତ୍ୟା ମୁରାସୁ, କାଲି ଭୀଷଣ ବାତ୍ୟା ଆଶଙ୍କା

November 1, 2026

ଆଜି ଗ୍ଲେନ ଫିଲିପ୍ସ ଟାର୍ଗେଟରେ ୩ ବଡ଼ ରେକର୍ଡ: ଶତକର ହେବେ ନୂଆ ବାଦଶାହ

November 1, 2026

INDIA ମେଣ୍ଟ ରାଲି ପୂର୍ବରୁ କଡା ସୁରକ୍ଷା: ୪୦୦୦ ପୁଲିସ, CAPFର ୨୭୦ କମ୍ପାନୀ ମୁତୟନ

November 1, 2026

ଭୁବନେଶ୍ୱରରେ ଭୟଙ୍କର ସିରିଜ୍ ଦୁର୍ଘଟଣା: ଜୀବନ ନେଲା ଦ୍ରୁତଗାମୀ ବସ୍, ୨ ମୃତ; ଏକାଧିକ ଆହତ

November 1, 2026

ଦୀପାବଳି ପୂର୍ବରୁ ମହଙ୍ଗା ମାଡ଼! ବଢ଼ିଲା CNG ଦର

November 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.