Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଲ୍ଲାପାଳଙ୍କ ଅଫିସ୍‌ରେ କୀଟନାଶକ ପିଇଲେ ବ୍ୟକ୍ତି
ଆଜିର ଖବର

ଜିଲ୍ଲାପାଳଙ୍କ ଅଫିସ୍‌ରେ କୀଟନାଶକ ପିଇଲେ ବ୍ୟକ୍ତି

August 12, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଛତ୍ରପୁର: ଜମିଜମା ଓ କ୍ଷତିପୂରଣ ସମ୍ପର୍କିତ ମାମଲାରେ ନ୍ୟାୟ ନମିଳିବା ଅଭିଯୋଗ କରି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜଣେ ବ୍ୟକ୍ତି କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଛତ୍ରପୁର ଉପଖଣ୍ଡ ହସ୍ପିଟାଲରୁ ବ୍ରହ୍ମପୁର ଏମ୍‌କେସିଜିକୁ ସ୍ଥାନାନ୍ତର କରାଯାଇଛି।

ଆହତ ବ୍ୟକ୍ତି ହେଲେ ବୁଗୁଡ଼ା ବ୍ଲକ ଗୌଡ଼ସିଙ୍ଗିପୁର ଗାଁର ଜଗବନ୍ଧୁ ପ୍ରଧାନ। ଜମିଜମା ଓ କ୍ଷତିପୂରଣ ସମ୍ପର୍କିତ ଏକ ମାମଲାରେ ଜଣେ ରାଜସ୍ବ ନିରୀକ୍ଷକ ତାଙ୍କୁ ହଇରାଣ କରୁଥିବା ସେ ଅଭିଯୋଗ କରିଆସୁଥିଲେ। ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସମେତ ବିଭିନ୍ନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ।

ମଙ୍ଗଳବାର ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଦିନତମାମ ଧାରଣା ଦେଇଥିଲେ। ତେବେ କୌଣସି ଅଧିକାରୀ ତାଙ୍କୁ ଭେଟିନଥିବା ଅଭିଯୋଗ କରି ସନ୍ଧ୍ୟା ପ୍ରାୟ ୭ଟାରେ ସେ ବ୍ୟାଗ୍‌ରୁ କୀଟନାଶକ ବାହାର କରି ପିଇ ଦେଇଥିଲେ।

ଘଟଣା ପରେ କାର୍ଯ୍ୟାଳୟର କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ଛତ୍ରପୁର ହସ୍ପିଟାଲକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍‌କେସିଜିକୁ ପଠାଯାଇଛି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ଆତ୍ମହତ୍ୟା ଉଦ୍ୟମ ଜିଲ୍ଲାପାଳ
Share. Facebook Twitter LinkedIn Email WhatsApp Copy Link

Related Posts

କୋଶଳ ଆନ୍ଧ୍ର କଲଚରାଲ ଆସୋସିଏସନ୍ ର ୨୩ତମ ବାର୍ଷିକ ଉତ୍ସବରେ ଯୋଗ ଦେଲେ ରାଜ୍ୟପାଳ

October 12, 2026

ଆଜି ଅକ୍ଟୋବର ୧୨ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ଖରାପ ଖବର

October 12, 2026

ମୋଦୀଙ୍କ ମଞ୍ଚରେ ବିଜୟଙ୍କ ପୋଷ୍ଟର, ‘ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ୨୦୨୯’ ସ୍ଲୋଗାନକୁ ନେଇ ଚର୍ଚ୍ଚା

October 12, 2026

ରାହୁଲ-ଖାର୍ଗେଙ୍କୁ CJIଙ୍କ ଝଟକା! ‘ଭୋଟ ଚୋରି’ ଅଭିଯୋଗ ଶୁଣିବାକୁ କାହିଁକି ମନା କଲେ ଜଷ୍ଟିସ ସୂର୍ଯ୍ୟକାନ୍ତ?

October 12, 2026
Latest News

କୋଶଳ ଆନ୍ଧ୍ର କଲଚରାଲ ଆସୋସିଏସନ୍ ର ୨୩ତମ ବାର୍ଷିକ ଉତ୍ସବରେ ଯୋଗ ଦେଲେ ରାଜ୍ୟପାଳ

October 12, 2026

ଆଜି ଅକ୍ଟୋବର ୧୨ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ଖରାପ ଖବର

October 12, 2026

ମୋଦୀଙ୍କ ମଞ୍ଚରେ ବିଜୟଙ୍କ ପୋଷ୍ଟର, ‘ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ୨୦୨୯’ ସ୍ଲୋଗାନକୁ ନେଇ ଚର୍ଚ୍ଚା

October 12, 2026

ରାହୁଲ-ଖାର୍ଗେଙ୍କୁ CJIଙ୍କ ଝଟକା! ‘ଭୋଟ ଚୋରି’ ଅଭିଯୋଗ ଶୁଣିବାକୁ କାହିଁକି ମନା କଲେ ଜଷ୍ଟିସ ସୂର୍ଯ୍ୟକାନ୍ତ?

October 12, 2026

ଦଶାହ ଭୋଜି ଖାଇ ସ୍ୱାମୀ-ସ୍ତ୍ରୀ ମୃତ, ଅନାଥ ହେଲେ ଦୁଇ ଶିଶୁ

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.