ନୂଆଦିଲ୍ଲୀ: ଦୀର୍ଘ ବର୍ଷ ଧରି ଭାରତର ଦର୍ଶକଙ୍କୁ ଖବର ପରିବେଷଣ କରିଆସୁଥିବା NDTV 24×7 ଶେଷରେ ତାହାର ବ୍ରାଣ୍ଡ ନାମରେ ପରିବର୍ତ୍ତନ କରିଛି। ଏହି ପ୍ରତିଷ୍ଠିତ ଚ୍ୟାନେଲ ବା ମିଡିଆ କଂପାନୀ ପ୍ରଖ୍ୟାତ ସାମ୍ବାଦିକ ପ୍ରଣୟ ରାୟଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇଥିଲା। ପରେ ଏହାକୁ ଆଦାନୀ ମିଡିଆ ଗ୍ରୁପ କିଣି ନେଇଛି। ଫଳରେ ଏହି ନୂଆ ଗ୍ରୁପ ଏହି ଚ୍ୟାନେଲର ନାମରେ ଆଂଶିକ ପରିବର୍ତ୍ତନ କରିଛି। ବର୍ତ୍ତମାନ ଏହାର ନାମ କେବଳ NDTV ରଖାଯାଇଛି।
ଗତକାଲି ସ୍ବାଧୀନତା ଦିବସରେ ଏହି ନୂଆ ବ୍ରାଣ୍ଡର ଉନମୋଚନ କରାଯାଇଛି। ତେବେ ଏହି ନୂଆ ବ୍ରାଣ୍ଡର ନୂଆ ସ୍ଲୋଗାନ ମଧ୍ୟ ରଖାଯାଇଛି, ତାହା ହେଲା When It Really Matters। NDTV ବର୍ତ୍ତମାନ ବହୁମୁଖି ମିଡିଆ କଂପାନୀ ଭାବେ ପରିଚିତ ହୋଇଆସିଛି। ବର୍ତ୍ତମାନ ଏହାର ଛଅଟି ଚ୍ୟାନେଲ ଥିବା ବେଳେ ୱେବସାଇଟ, ମୋବାଇଲ ଆପ୍, କନେକ୍ଟଟ ଟିଭି ପ୍ରମୁଖ କାର୍ଯ୍ୟ କରୁଛି। ବର୍ତ୍ତମାନ ଏହି ସବୁ ମିଡିଆ ଶାଖା ତାହାର ନାମ ପରିବର୍ତ୍ତନ କରି କେବଳ NDTV ରଖାଯାଇଛି।


