Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଣ ଅନୁମୋଦିତ ଖାଦ୍ୟ ଓ ପାନୀୟ ବିକ୍ରି ନେଇ ଆଇଆରସିଟିସିର ଚଢ଼ଉ ଜୋରଦାର
ଆଜିର ଖବର

ଅଣ ଅନୁମୋଦିତ ଖାଦ୍ୟ ଓ ପାନୀୟ ବିକ୍ରି ନେଇ ଆଇଆରସିଟିସିର ଚଢ଼ଉ ଜୋରଦାର

August 18, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
Indian Railways
ଅଣ ଅନୁମୋଦିତ ଖାଦ୍ୟ ଓ ପାନୀୟ ବିକ୍ରି ନେଇ ଆଇଆରସିଟିସିର ଚଢ଼ଉ ଜୋରଦାର

ନୂଆଦିଲ୍ଲୀ: ବିଭିନ୍ନ ପ୍ଲାଟଫର୍ମ ଏବଂ ରେଳ ଭିତରେ ସ୍ୱଚ୍ଛ ଏବଂ ସତେଜ ଅନୁମୋଦିତ ଖାଦ୍ୟ ଓ ପାନୀୟ ଯୋଗାଣକୁ ନିଶ୍ଚିତ କରିବା ପାଇଁ ଇଣ୍ଡିଆନ୍ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜମ୍ କୋର୍ପୋରେସନ୍ (ଆଇଆରସିଟିସି) ପକ୍ଷରୁ ଜୋରଦାର ଚଢ଼ଉ ଆରମ୍ଭ ହୋଇଛି। ବିଭାଗ ପକ୍ଷରୁ ଗଠନ କରାଯାଇଥିବା ସ୍ୱତନ୍ତ୍ର ଦ୍ରୁତ କ୍ରିୟାନୁଷ୍ଠାନ ଟିମ୍‍ (କ୍ୟୁଆର୍‍ଟି) ଏହି ଚଢ଼ଉ କରି ଅଣଅନୁମୋଦିତ ଖାଦ୍ୟ ଓ ପାନୀୟ ସାମଗ୍ରୀକୁ ଜବତ କରୁଛନ୍ତି। ବିଶେଷକରି ବିଭିନ୍ନ ଷ୍ଟେସନରେ ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ଷ୍ଟଲଗୁଡ଼ିକରେ ଏହି ଚଢ଼ଉ କରାଯାଇ ଯାତ୍ରୀମାନଙ୍କ ପାଇଁ ଅନୁମୋଦିତ ମାନକର ଖାଦ୍ୟ ଓ ପାନୀୟ ସାମଗ୍ରୀ ନିଶ୍ଚିତ କରାଯାଉଛି।

ଯାଞ୍ଚ ସମୟରେ, କ୍ୟାଟରିଂ ୟୁନିଟ୍ ଗୁଡ଼ିକରେ ଲାଇସେନ୍ସ, ପ୍ରାଧିକରଣ, ସ୍ୱଚ୍ଛତା ଏବଂ ଖାଦ୍ୟ ସୁରକ୍ଷା ଆବଶ୍ୟକତାର ପାଳନକୁ ବ୍ୟାପକ ଭାବରେ ଯାଞ୍ଚ କରାଯାଉଛି। କ୍ୟୁଆରଟି ଟିମ୍ ଦ୍ୱାରା ନିକଟରେ କରାଯାଇଥିବା କେତେକ ଯାଞ୍ଚର ବିବରଣୀ ନିମ୍ନରେ ଦିଆଗଲା:-

ଉତ୍ତର ଜୋନ୍ –

ଲକ୍ଷ୍ନୌ ଅଞ୍ଚଳ ତାରିଖ: – ୨୮.୦୭.୨୦୨୬ ରୁ ୦୮.୦୮.୨୦୨୬

ଅନୁମୋଦିତ ହୋଇନଥିବା ପ୍ୟାକ ହୋଇଥିବା ପାନୀୟ  ଜଳର ବିକ୍ରି ଏବଂ ଗଚ୍ଛିତ ରଖିବା ଯାଞ୍ଚ କରିବା ପାଇଁ ଆଇଆରସିଟିସି ଅଧିକାରୀମାନେ ଲକ୍ଷ୍ନୌ ବାଣିଜ୍ୟ ବିଭାଗ ସହିତ ୨୮.୦୭.୨୦୨୬ ରୁ ୦୮.୦୮.୨୦୨୬ ପର୍ଯ୍ୟନ୍ତ ଲକ୍ଷ୍ନୌ ଅଞ୍ଚଳର ଷ୍ଟେସନ୍ ଗୁଡ଼ିକରେ ଏକ ବ୍ୟାପକ ଯାଞ୍ଚ ଅଭିଯାନ ଚଲାଇଥିଲେ।

ଏହି ଅଭିଯାନ ସମୟରେ ୧୧୭ ଟି ଟ୍ରେନ୍ ଯାଞ୍ଚ କରାଯାଇଥିଲା ଏବଂ ଅନୁମୋଦିତ ହୋଇନଥିବା ବ୍ରାଣ୍ଡର ୫,୨୪୧ ଟି ପାନୀୟ ଜଳ ପ୍ୟାକ ଜବତ କରାଯାଇଥିଲା।

ଚଣ୍ଡିଗଡ଼ ଅଞ୍ଚଳ ତାରିଖ: – ୧୦.୦୮.୨୦୨୬

ସେହିପରି ଆମ୍ବାଲା, ଲୁଧିଆନା, ଅମୃତସର, କାଟରା ଏବଂ ଜମ୍ମୁ ସମେତ ବିଭିନ୍ନ ଷ୍ଟେସନରେ ଟ୍ରେନଗୁଡ଼ିକର ନିୟମିତ ଯାଞ୍ଚ କରିଛି ଆଇଆରସିଟିସିର ସ୍ୱତନ୍ତ୍ର ଦଳ। ଏହି ଅଭିଯାନ ସମୟରେ ମୋଟ ୫୧ ଟି ଟ୍ରେନ୍ ଯାଞ୍ଚ କରାଯାଇଥିଲା ଏବଂ ୩୧୦୮ ଟି ଅନୁମୋଦିତ ହୋଇନଥିବା  ପାନୀୟ ଜଳ ପ୍ୟାକ ଜବତ କରାଯାଇଥିଲା। ଅଗଷ୍ଟ ୧୦ରେ ହୋଇଥିବା ଦୁଇଟି ଆକସ୍ମିକ ଯାଞ୍ଚ ସମୟରେ, ସିଆରଏମ-ଚଣ୍ଡିଗଡ଼ଙ୍କ ନେତୃତ୍ୱରେ ଗଠିତ କ୍ୟୁଆରଟିଦ୍ୱାରା ଆମ୍ବାଲାରେ ୧୩ କାର୍ଟୁନ୍ ଅଣ ଅନୁମୋଦିତ ସାମଗ୍ରୀ ଜବତ କରାଯାଇଥିଲା, ଯେଉଁଥିରେ ଆଇସକ୍ରିମ୍ ଏବଂ ସୁଗନ୍ଧିତ ଦୁଗ୍‍ଧ ସାମିଲ ଥିଲା।

ସାହାରନପୁର ରେଳ ଷ୍ଟେସନରେ ମଧ୍ୟ ଏହିପରି ଏକ ଯାଞ୍ଚ ଅଭିଯାନ ଚଲାଯାଇଥିଲା, ଯେଉଁଥିରେ ଅନୁମୋଦିତ ହୋଇନଥିବା ଆଇସକ୍ରିମ୍, ପାନୀୟ ଏବଂ ପାନୀୟ ଜଳ ବୋତଲ ଜବତ କରାଯାଇଥିଲା।

ପଶ୍ଚିମ ଜୋନ୍–

ସାବରମତୀ ବିଜି (BG) ତାରିଖ:- ୦୯.୦୮.୨୦୨୬

ସାବରମତୀ ବିଜି ରେଳ ଷ୍ଟେସନରେ ୧୯୨୨୩ ଏବଂ ୧୯୦୩୧ ନମ୍ବର ଟ୍ରେନର ଟ୍ରେନ୍ ସାଇଡ୍ ଭେଣ୍ଡିଂ କାର୍ଯ୍ୟକଳାପର ଆକସ୍ମିକ ଯାଞ୍ଚ ସମୟରେ, ଆଇଆରସିଟିସି ଟିମ୍ ଟ୍ରେନଗୁଡ଼ିକରେ ଅନଧିକୃତ “ପାନୀୟ ଜଳ ବୋତଲ” ଏବଂ “ଘୋଳ ଦହି” ଲୋଡ୍ ହେଉଥିବା ଚିହ୍ନଟ କରିଥିଲେ। ପରବର୍ତ୍ତୀ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଅନଧିକୃତ ସାମଗ୍ରୀଗୁଡ଼ିକୁ ଜବତ କରାଯାଇଥିଲା।

ପୂର୍ବ ଜୋନ୍–

ହାୱଡ଼ା ତାରିଖ: – ୦୮.୦୮.୨୦୨୬

ହାୱଡ଼ାଠାରେ ବାଣିଜ୍ୟ ବିଭାଗ ସହିତ କ୍ୱିକ୍ ରେସପନ୍ସ ଟିମ୍ ଦ୍ୱାରା କରାଯାଇଥିବା ଆକସ୍ମିକ ଯାଞ୍ଚ ସମୟରେ, ଅନଧିକୃତ ଖାଦ୍ୟ ଓ ପାନୀୟ ସାମଗ୍ରୀ ଜବତ କରାଯାଇ ନଷ୍ଟ କରାଯାଇଥିଲା।

ଗୌହାଟୀ ତାରିଖ: – ୦୮.୦୮.୨୦୨୬ – ୧୪.୦୮.୨୦୨୬

ଆଇଆରସିଟିସିୀ ସ୍ୱତନ୍ତ୍ର ଦଳ  ଗୁୱାହାଟୀ, କାମାକ୍ଷା, ଅଗରତାଲା, କଟିହାର, ନିଉ ଜଲପାଇଗୁଡ଼ି ଏବଂ ଦିବ୍ରୁଗଡ଼ରେ ଟ୍ରେନ୍ ଏବଂ ଷ୍ଟାଟିକ୍ କ୍ୟାଟରିଂ ୟୁନିଟ୍ ଗୁଡ଼ିକୁ ସାମିଲ କରି ନିୟମିତ ପ୍ରି-ବୋର୍ଡ, ଆକସ୍ମିକ ଏବଂ ଅନ୍-ବୋର୍ଡ ଯାଞ୍ଚ କରିଥିଲେ। ଏଥିରେ ବିଶେଷ କରି ଅନଧିକୃତ ପାନୀୟ ଜଳ ପ୍ୟାକ, କ୍ୟାଟରିଂ ଉଲ୍ଲଂଘନ, ଅଧିକ ଦର ଆଦାୟ, କର୍ମଚାରୀଙ୍କ କାଗଜପତ୍ର, ସ୍ୱଚ୍ଛତା, କୀଟପତଙ୍ଗ ନିୟନ୍ତ୍ରଣ, ଉପକରଣ ଏବଂ ଯାତ୍ରୀ ସେବା ମାନଦଣ୍ଡ ଉପରେ ଧ୍ୟାନ ଦିଆଯାଇଥିଲା। ଏହି ଅଭିଯାନ ସମୟରେ ଅନେକ ସ୍ଥାନରେ ଅନୁମୋଦିତ ହୋଇନଥିବା ପାନୀୟଜଳ ଏବଂ ଖାଦ୍ୟ ସାମଗ୍ରୀ ଜବତ କରାଯାଇ ନଷ୍ଟ କରାଯାଇଥିଲା।

ସମସ୍ତ କ୍ୟାଟରିଂ ସେବା ପ୍ରଦାନକାରୀଙ୍କୁ ସେମାନଙ୍କ କର୍ମଚାରୀଙ୍କୁ କୌଣସି ଅନଧିକୃତ ଖାଦ୍ୟ ଓ ପାନୀୟ ସାମଗ୍ରୀ ଲୋଡ୍, ଗଚ୍ଛିତ କିମ୍ବା ବିକ୍ରି ନକରିବାକୁ ଏବଂ ନିର୍ଦ୍ଧାରିତ କ୍ୟାଟରିଂ ମାନଦଣ୍ଡର ସମ୍ପୂର୍ଣ୍ଣ ପାଳନ ସୁନିଶ୍ଚିତ କରିବାକୁ କଠୋର ନିର୍ଦ୍ଦେଶ ଦେବା ପାଇଁ ଆଇଆରସିଟିସି ବାରମ୍ବାର ପରାମର୍ଶ ଦେଇଆସୁଛି। କୌଣସି ବି ଉଲ୍ଲଂଘନ କ୍ଷେତ୍ରରେ ଲାଗୁ ହେଉଥିବା ଲାଇସେନ୍ସ ସର୍ତ୍ତାବଳୀ ଅନୁଯାୟୀ କଠୋର ଦଣ୍ଡବିଧାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅନୁମୋଦିତ ହୋଇନଥିବା ଖାଦ୍ୟ ଓ ପାନୀୟ ସାମଗ୍ରୀର ବିକ୍ରି ଯାଞ୍ଚ କରିବା ପାଇଁ ଆଇଆରସିଟିସିର ସମସ୍ତ ଜୋନ୍ ଏବଂ ଅଞ୍ଚଳରେ କ୍ୟୁଆରଟିଗୁଡ଼ିକୁ ସକ୍ରିୟ କରାଯାଇଛି। ନିର୍ଦ୍ଧାରିତ ଖାଦ୍ୟ ସୁରକ୍ଷା ମାନଦଣ୍ଡର କଠୋର ପାଳନ ସୁନିଶ୍ଚିତ କରିବା ଏବଂ ସମ୍ମାନିତ ଯାତ୍ରୀମାନଙ୍କୁ ସୁରକ୍ଷିତ, ସ୍ୱଚ୍ଛ ଓ ଗୁଣାତ୍ମକ ଖାଦ୍ୟ ଏବଂ ପାନୀୟ ସେବା ଯୋଗାଇଦେବାର ସ୍ପଷ୍ଟ ଉଦ୍ଦେଶ୍ୟ ନେଇ ଆଇଆରସିଟିସି  ରେଳବାଇର ସମ୍ପୃକ୍ତ ବାଣିଜ୍ୟ ବିଭାଗ ସହିତ ସମନ୍ୱୟ ରକ୍ଷା କରି ଏହିପରି ସଘନ ଯାଞ୍ଚ ଅଭିଯାନ ଜାରି ରଖିବ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଅଣ ଅନୁମୋଦିତ ଖାଦ୍ୟ ଆଇଆରସିଟିସିର ଚଢ଼ଉ ପାନୀୟ
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

August 18, 2026

ଆଜି ମଙ୍ଗଳବାରରେ କଣ ରହିବ ଆପଣଙ୍କର ଭାଗ୍ୟଚକ୍ର ଜାଣନ୍ତୁ ଅଗଷ୍ଟ ୧୮ ତାରିଖର ରାଶିଫଳ

August 18, 2026

ଖୁବ ଶୀଘ୍ର ପୂରଣ ହେବ ହାଇକୋର୍ଟ ବିଚାରପତି ପଦବୀ

August 17, 2026

ରାଞ୍ଚିରେ ଛାତ୍ର ଆନ୍ଦୋଳନର ବଡ଼ ପ୍ରଭାବ: JSSC CGL ପରୀକ୍ଷା ବାତିଲ

August 17, 2026
Latest News

ଅଣ ଅନୁମୋଦିତ ଖାଦ୍ୟ ଓ ପାନୀୟ ବିକ୍ରି ନେଇ ଆଇଆରସିଟିସିର ଚଢ଼ଉ ଜୋରଦାର

August 18, 2026

ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

August 18, 2026

ଆଜି ମଙ୍ଗଳବାରରେ କଣ ରହିବ ଆପଣଙ୍କର ଭାଗ୍ୟଚକ୍ର ଜାଣନ୍ତୁ ଅଗଷ୍ଟ ୧୮ ତାରିଖର ରାଶିଫଳ

August 18, 2026

ଖୁବ ଶୀଘ୍ର ପୂରଣ ହେବ ହାଇକୋର୍ଟ ବିଚାରପତି ପଦବୀ

August 17, 2026

ରାଞ୍ଚିରେ ଛାତ୍ର ଆନ୍ଦୋଳନର ବଡ଼ ପ୍ରଭାବ: JSSC CGL ପରୀକ୍ଷା ବାତିଲ

August 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.