ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଭଞ୍ଜନଗର ଉପକଣ୍ଠ ତାରା ସିଂ ଥାନା ଅନ୍ତର୍ଗତ ରାଇଗୋଛା ଗ୍ରାମର ବଳରାମ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ସଲୀଳ ସମାଧୀ ଘଟିଛି। ମୃତ ବଳରାମ ଗତକାଲି ଅପରାହ୍ନରେ ନାଚୁଣୀ ନାଳକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଅସାବଧାନତା ବଶତଃ ଗଭୀର ପାଣିରେ ବୁଡି ଯାଇଥିଲେ। ଏହି ଭଳି ପରିସ୍ଥିତିରେ ଗାଁ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।
ବିଭାଗୀୟ କର୍ମଚାରୀ ମାନେ ବୁଡିଥିବା ସ୍ଥାନରେ ଖୋଜାଖୋଜି କରି ବଳରାମଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ପହଞ୍ଚି ଶବ ଜବତ କରି ଆଜି ବ୍ୟବଚ୍ଛେଦ ପାଇଁ ପଠାଇବେ ଓ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।


