Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାକ୍ଷୀପୂର୍ଣ୍ଣିମା ପୂର୍ବରୁ ଆଖିବୁଜିଲେ ଭାଇ-ଭଉଣୀ: ସାପ କାମୁଡ଼ାରେ ୪ ମୃତ
ଆଜିର ଖବର

ରାକ୍ଷୀପୂର୍ଣ୍ଣିମା ପୂର୍ବରୁ ଆଖିବୁଜିଲେ ଭାଇ-ଭଉଣୀ: ସାପ କାମୁଡ଼ାରେ ୪ ମୃତ

August 26, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ନିଖୋଜ ଛାତ୍ରର ମୃତଦେହ ଉଦ୍ଧାର
ନିଖୋଜ ଛାତ୍ରର ମୃତଦେହ ଉଦ୍ଧାର

ଭୁବନେଶ୍ବର: ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ ହାତୀଅଡ଼ା ଗାଁରେ ଏକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ତଥା ଅଭାବନୀୟ ଘଟଣା ଘଟିଥିବା ସମ୍ପର୍କରେ ସୂଚନା ମିଳିଛି। ରିପୋର୍ଟ ଅନୁସାରେ ସୋମବାର ବିଳମ୍ବିତ ରାତିରେ ଦୁଇ କୋମଳମତୀ ଭାଇଭଉଣୀ (ସମୀର ହୋରୋ ଏବଂ ସାଇରନ୍ ହୋରୋ) ଙ୍କୁ ଏକ ବିଷଧର ସାପ ଦଂଶନ କରିବାରୁ ସେମାନଙ୍କ ମୃତ୍ୟୁ ହୋଇଛି। ପିଲାଦୁହେଁ ଖାଇପିଇ ଶୋଇପଡିଥିବା ସମୟରେ ହିଁ ସେମାନଙ୍କ ସହ ଏପରି ଘଟିଥିଲା। ପରେ ଏ ଘଟଣା ବିଷୟରେ ଅବଗତ ହୋଇ ଉଭୟ ଭାଇ ଭଉଣୀଙ୍କୁ ପରିବାର ଲୋକେ ରାଉରକେଲା ଆରଜିଏଚ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ ଯେଉଁଠାରେ ଉଭୟଙ୍କୁ ମୃତ ଡାକ୍ତର ଘୋଷଣା କରିଛନ୍ତି।

ମୃତ ଭଉଣୀ ଓ ଭାଇର ବୟସ ଯଥାକ୍ରମେ ୭ ଓ ୧୦ ବର୍ଷ ବୋଲି ଜଣାପଡ଼ିଛି। ଆଉ ଦିନ କେଇଟା ପରେ ରାକ୍ଷୀ ପୂର୍ଣ୍ଣିମା ପାଳିବାକୁ ନେଇ ଦୁଇ ପିଲା ବେଶ୍ ଖୁସି ଥିବା ବେଳେ ସର୍ପାଘାତରେ ଉଭୟଙ୍କ ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ପରିବାର ଲୋକେ ମଧ୍ୟ ଏହି ଘଟଣାରେ ଗଭୀର ମର୍ମାହତ ହୋଇଛନ୍ତି। ଅନ୍ୟ ଏକ ରିପୋର୍ଟ ଅନୁସାରେ ଏହି ସୋମବାର ବିଳମ୍ବିତ ରାତିରେ ବଣାଇ ଅଞ୍ଚଳରେ ମଧ୍ୟ ସମାନ ଘଟଣା ଘଟିଛି। ରାତିରେ ଶୋଇଥିବା ଅଜା ନାତିଙ୍କୁ ଏକ ବିଷଧର ସାପ କାମୁଡ଼ିବାରୁ ଉଭୟ ପ୍ରାଣ ହରାଇଛନ୍ତି। ପ୍ରଥମେ ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ଉଭୟ ଅଜା ଓ ନାତିଙ୍କୁ ମୃତ ଘୋଷଣା କରିଛନ୍ତି।

ରାକ୍ଷୀପୂର୍ଣ୍ଣିମା ଲାଠିକଟା ବ୍ଲକ ସାପ କାମୁଡା ସୁନ୍ଦରଗଡ଼ ଜିଲ୍ଲା ହାତୀଅଡ଼ା ଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଅକ୍ଟୋବର ୧୨ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ଖରାପ ଖବର

October 12, 2026

ମୋଦୀଙ୍କ ମଞ୍ଚରେ ବିଜୟଙ୍କ ପୋଷ୍ଟର, ‘ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ୨୦୨୯’ ସ୍ଲୋଗାନକୁ ନେଇ ଚର୍ଚ୍ଚା

October 12, 2026

ରାହୁଲ-ଖାର୍ଗେଙ୍କୁ CJIଙ୍କ ଝଟକା! ‘ଭୋଟ ଚୋରି’ ଅଭିଯୋଗ ଶୁଣିବାକୁ କାହିଁକି ମନା କଲେ ଜଷ୍ଟିସ ସୂର୍ଯ୍ୟକାନ୍ତ?

October 12, 2026

ଦଶାହ ଭୋଜି ଖାଇ ସ୍ୱାମୀ-ସ୍ତ୍ରୀ ମୃତ, ଅନାଥ ହେଲେ ଦୁଇ ଶିଶୁ

October 11, 2026
Latest News

ଆଜି ଅକ୍ଟୋବର ୧୨ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ଖରାପ ଖବର

October 12, 2026

ମୋଦୀଙ୍କ ମଞ୍ଚରେ ବିଜୟଙ୍କ ପୋଷ୍ଟର, ‘ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ୨୦୨୯’ ସ୍ଲୋଗାନକୁ ନେଇ ଚର୍ଚ୍ଚା

October 12, 2026

ରାହୁଲ-ଖାର୍ଗେଙ୍କୁ CJIଙ୍କ ଝଟକା! ‘ଭୋଟ ଚୋରି’ ଅଭିଯୋଗ ଶୁଣିବାକୁ କାହିଁକି ମନା କଲେ ଜଷ୍ଟିସ ସୂର୍ଯ୍ୟକାନ୍ତ?

October 12, 2026

ଦଶାହ ଭୋଜି ଖାଇ ସ୍ୱାମୀ-ସ୍ତ୍ରୀ ମୃତ, ଅନାଥ ହେଲେ ଦୁଇ ଶିଶୁ

October 11, 2026

ଛାତ୍ର ସଂସଦ ନିର୍ବାଚନୀ ହିଂସା: ଆମିଷ ଭୋଜି ବାରଣକୁ କେନ୍ଦ୍ର କରି ଗଣ୍ଡଗୋଳ

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.