ଖୋରଧା: ବିଶିଷ୍ଟ କ୍ରୀଡ଼ା ନାୟକ, କ୍ରୀଡ଼ା ଜଗତର ଉଜ୍ଜ୍ୱଳ ତାରକା ତଥା ହକି ଜାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ପକ୍ଷରୁ ଗତ ୨୮ ଅଗଷ୍ଟରୁ ପାଳନ କରାଯାଉଥିବା ତିନି ଦିନିଆ ଜାତୀୟ କ୍ରୀଡା ଦିବସ ଆଜି ଉଦଯାପିତ ହୋଇଯାଇଛି। ଏହି ଉପଲକ୍ଷେ ଜିଲ୍ଲା କ୍ରୀଡା ବିଭାଗ ପକ୍ଷରୁ ଜିଲ୍ଲା କ୍ରୀଡା ଅଧିକାରୀ ଗୀତାଞ୍ଜଳୀ ପଣ୍ଡାଙ୍କ ଦ୍ଵାରା ବିଜୁପଟ୍ଟନାୟକ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଆୟୋଜିତ ଉଦଯାପନୀ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପ୍ରତାପ ଚନ୍ଦ୍ର ବେଉରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ହକି ତାରକା ବିଶ୍ୱ ପ୍ରସିଧ୍ୟ ଖେଳାଳି ମେଜର ଧ୍ୟାନ ଚାନ୍ଦଙ୍କ ଜୀବନ ଆଦର୍ଶରେ ଅନୁପ୍ରାଣିତ ହୋଇ କ୍ରୀଡ଼ା ବା ଯୋଗକୁ ପ୍ରତ୍ୟେକ ନିତିଦିନ ଜୀବନରେ ଏକ ପ୍ରଧାନ କର୍ମ ଭାବେ ଅଭ୍ୟାସ କଲେ ଶରୀର ସୁସ୍ଥ ରହିବା ସହ କ୍ରୀଡ଼ା ଉତ୍ସାହ ଓ ଏକତାର ଦେଶ ବ୍ୟାପି ଉତ୍ସବ ଖେଳିବ ଭାରତ ଜିତିବ ଭାରତ ର ଆଭିମୁଖ୍ୟ ସାକାର ହେବ ବୋଲି ପ୍ରକାଶ କରି କ୍ରୀଡ଼ା ଓ ଯୋଗ ଅଭ୍ୟାସ କରିବାକୁ ଆହ୍ଵାନ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ ସଂକଳ୍ପ ସ୍ଵସ୍ତିକ ସାହୁ, ନିର୍ବାହୀ ଅଧିକାରୀ, ଖୋରଧା ପୌର ପରିଷଦ କାବେରୀ ମୁଦୁଲି, ବି ଡି ଓ ସିଦ୍ଧାର୍ଥ ପଟ୍ଟନାୟକ, ଆଦର୍ଶ ଥାନା ଅଧିକାରୀ ରମେଶ ଦେବତା, ଶିଳ୍ପ ଥାନା ଅଧିକାରୀ ଉମେଶ ଚନ୍ଦ୍ର ସାହୁ ଯୋଗ ଦେଇଥିଲେ।
ଜିଲ୍ଲା କ୍ରୀଡ଼ା ଅଧିକାରୀ ଗୀତାଞ୍ଜଳି ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟ ସୁଚାରୁ ରୁପେ ସମ୍ପାଦିତ ହୋଇଥିଲା। ରେବତୀ ପଣ୍ଡା ଉପସ୍ଥାପିକା ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ। ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଏବଂ ସମସ୍ତ ସମ୍ମାନିତ ଅତିଥି ସ୍ବର୍ଗତ ଧ୍ୟାନଚାନ୍ଦଙ୍କ ଫଟୋ ଚିତ୍ରରେ ପୁଷ୍ପାର୍ଘ୍ୟ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ବିଭିନ୍ନ ବିଦ୍ୟାଳୟରୁ ଏନ ସି ସି, ସ୍କାଉତ୍, ଗାଇଡ ଶତାଧିକ ଛାତ୍ର ଛାତ୍ରୀ, ସହର ର ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି, କ୍ରୀଡ଼ାପ୍ରେମୀ, କ୍ରୀଡାବିତ୍ ଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଏବଂ ଗଣ ମାଧ୍ୟମ ପ୍ରତିନିଧି ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ଅଧିକାରୀ ଓ କର୍ମଚାରୀ ବୃନ୍ଦ ଯୋଗଦେଇଥିଲେ।


