Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ: ଖଟରେ ବୁହାହେଲେ ଅସୁସ୍ଥ ମହିଳା
ଆଜିର ଖବର

ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ: ଖଟରେ ବୁହାହେଲେ ଅସୁସ୍ଥ ମହିଳା

August 30, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ: ଖଟରେ ବୁହାହେଲେ ଅସୁସ୍ଥ ମହିଳା
ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ: ଖଟରେ ବୁହାହେଲେ ଅସୁସ୍ଥ ମହିଳା

ରେଢ଼ାଖୋଲ (କନ୍ଦର୍ପ ବେହେରା): ରାଜ୍ୟ ସରକାର ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଏବଂ ଗମନାଗମନର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଆଜି ବି ଗ୍ରାମାଞ୍ଚଳରେ ଯୋଗାଯୋଗ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାରୁ ରୋଗୀମାନେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି। ଏଭଳି ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ରେଢ଼ାଖୋଲ ବ୍ଲକ ଚାରମାଳ ପଞ୍ଚାୟତର ଖୋକୋଡପାଲ ଗ୍ରାମରେ।

ସୂଚନା ଅନୁଯାୟୀ, ଖୋକୋଡପାଲ ଗ୍ରାମର ସୁକାନ୍ତି ମିର୍ଧା ନାମକ ଜଣେ ମହିଳା ହଠାତ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଡାକ୍ତରଖାନା ନେବା ପାଇଁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ଆମ୍ବୁଲାନ୍ସ ଠିକ୍ ସମୟରେ ଆସିଥିଲେ ମଧ୍ୟ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ଥିବାରୁ ଗାଡ଼ିଟି ଗାଁ ଭିତରକୁ ପଶିପାରି ନଥିଲା। ଫଳରେ ବାଧ୍ୟ ହୋଇ ଆମ୍ବୁଲାନ୍ସଟି ଗ୍ରାମଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଠିଆ ହୋଇ ରହିଥିଲା।

ଶେଷରେ କୌଣସି ଉପାୟ ନପାଇ ଗ୍ରାମବାସୀ ଓ ପରିବାର ଲୋକେ ଏକ ଖଟ ସାହାଯ୍ୟରେ ଅସୁସ୍ଥ ମହିଳାଙ୍କୁ କାନ୍ଧରେ ବୋହି ନେଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ। ସେଠାରୁ ତାଙ୍କୁ ଡାକ୍ତରଖାନା ପଠାଯାଇଥିଲା।

ସରକାର ଦୁର୍ଗମ ଅଂଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଏବେ ବି ରେଢ଼ାଖୋଲ ଉପଖଣ୍ଡର ବହୁ ଗାଁ କୁ ରାସ୍ତା ନ ଥିବାରୁ ଉପାନ୍ତ ଗାଁ ଗୁଡିକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ଖୋକାଦପାଲ ଗ୍ରାମବାସୀ ଦାବୀ କରିଛନ୍ତି।

ଖଟରେ ବୁହାହେଲେ ମହିଳା ଗମନାଗମନର ବିକାଶ ରେଢାଖୋଲ ସ୍ୱାସ୍ଥ୍ୟ ସେବା
Share. Facebook Twitter LinkedIn Email WhatsApp Copy Link

Related Posts

ନବରାତ୍ରୀ ପୂଜା, ଜାଣନ୍ତୁ ନଅ ଦିନ ଧରି କେଉଁ କେଉଁ ଦେବୀଙ୍କୁ କରାଯାଏ ପୂଜା

October 12, 2026

ଆମ ଯୁବଶକ୍ତି ଭାରତର ଭବିଷ୍ୟତ ପାଇଁ ଗଭୀର ବିଶ୍ୱାସ ସୃଷ୍ଟି କରୁଛି: ପ୍ରଧାନମନ୍ତ୍ରୀ

October 12, 2026

ବିବାହର ମାତ୍ର ୩ ଦିନ ପରେ ଭୟଙ୍କର କାଣ୍ଡ! ସ୍ୱାମୀଙ୍କ ସମେତ ଶ୍ୱଶୁର ଘର ଲୋକଙ୍କୁ ବିଷ ଦେଇ ଫେରାର ନବବଧୂ

October 12, 2026

କୋଶଳ ଆନ୍ଧ୍ର କଲଚରାଲ ଆସୋସିଏସନ୍ ର ୨୩ତମ ବାର୍ଷିକ ଉତ୍ସବରେ ଯୋଗ ଦେଲେ ରାଜ୍ୟପାଳ

October 12, 2026
Latest News

ନବରାତ୍ରୀ ପୂଜା, ଜାଣନ୍ତୁ ନଅ ଦିନ ଧରି କେଉଁ କେଉଁ ଦେବୀଙ୍କୁ କରାଯାଏ ପୂଜା

October 12, 2026

ଆମ ଯୁବଶକ୍ତି ଭାରତର ଭବିଷ୍ୟତ ପାଇଁ ଗଭୀର ବିଶ୍ୱାସ ସୃଷ୍ଟି କରୁଛି: ପ୍ରଧାନମନ୍ତ୍ରୀ

October 12, 2026

OPPO F35 Series: ଏଫ୍ ସିରିଜର ୧୦ ବର୍ଷ ପୂର୍ତ୍ତି ରେ ଏଫ୍୩୫ ସିରିଜ୍ ଲଞ୍ଚ କଲା ଓପୋ

October 12, 2026

ବିବାହର ମାତ୍ର ୩ ଦିନ ପରେ ଭୟଙ୍କର କାଣ୍ଡ! ସ୍ୱାମୀଙ୍କ ସମେତ ଶ୍ୱଶୁର ଘର ଲୋକଙ୍କୁ ବିଷ ଦେଇ ଫେରାର ନବବଧୂ

October 12, 2026

କୋଶଳ ଆନ୍ଧ୍ର କଲଚରାଲ ଆସୋସିଏସନ୍ ର ୨୩ତମ ବାର୍ଷିକ ଉତ୍ସବରେ ଯୋଗ ଦେଲେ ରାଜ୍ୟପାଳ

October 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.