Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇଆଇଏମ୍‌ସି ଇତିହାସରେ ପ୍ରଥମ: ଆଇଆଇଏସ୍ ପ୍ରଶିକ୍ଷାର୍ଥୀଙ୍କୁ ମିଳିଲା ସ୍ନାତକୋତ୍ତର ଡିଗ୍ରୀ
ଆଜିର ଖବର

ଆଇଆଇଏମ୍‌ସି ଇତିହାସରେ ପ୍ରଥମ: ଆଇଆଇଏସ୍ ପ୍ରଶିକ୍ଷାର୍ଥୀଙ୍କୁ ମିଳିଲା ସ୍ନାତକୋତ୍ତର ଡିଗ୍ରୀ

September 1, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଇଆଇଏମ୍‌ସି ଇତିହାସରେ ପ୍ରଥମ: ଆଇଆଇଏସ୍ ପ୍ରଶିକ୍ଷାର୍ଥୀଙ୍କୁ ମିଳିଲା ସ୍ନାତକୋତ୍ତର ଡିଗ୍ରୀ
ଆଇଆଇଏମ୍‌ସି ଇତିହାସରେ ପ୍ରଥମ: ଆଇଆଇଏସ୍ ପ୍ରଶିକ୍ଷାର୍ଥୀଙ୍କୁ ମିଳିଲା ସ୍ନାତକୋତ୍ତର ଡିଗ୍ରୀ

ନୂଆଦିଲ୍ଲୀ: ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମ୍‌ସି) ଠାରେ ଆଜି ୨୦୦୯, ୨୦୨୩ ଏବଂ ୨୦୨୪ ବ୍ୟାଚ୍‌ର ଭାରତୀୟ ସୂଚନା ସେବା (ଆଇଆଇଏସ୍‌) ଗ୍ରୁପ୍‌-‘ଏ’ ପ୍ରଶିକ୍ଷାର୍ଥୀ ଅଧିକାରୀମାନଙ୍କ ପାଇଁ ବିଦାୟ ସମାରୋହ ଓ ସ୍ନାତକ ସମାରୋହ ଅନୁଷ୍ଠିତ ହୋଇଯାଇଛି।

ଆଇଆଇଏମ୍‌ସି ‘ଡିମ୍ଡ ୟୁନିଭରସିଟି’ର ମାନ୍ୟତା ପାଇବା ପରେ ପ୍ରଥମ ଥର ପାଇଁ ଆଇଆଇଏସ୍ ପ୍ରଶିକ୍ଷାର୍ଥୀମାନଙ୍କୁ ସ୍ନାତକୋତ୍ତର ଡିଗ୍ରୀ ପ୍ରଦାନ କରାଯାଇଛି। ଏହି ସମାରୋହ ଆଇଆଇଏମ୍‌ସି ଏବଂ ଭାରତୀୟ ସୂଚନା ସେବା ପାଇଁ ଏକ ଐତିହାସିକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି।

ନିର୍ଦ୍ଧାରିତ ଶୈକ୍ଷିକ ଓ ବୃତ୍ତିଗତ ଆବଶ୍ୟକତା ସଫଳତାର ସହ ପୂରଣ କରିବା ପରେ ଅଧିକାରୀ ପ୍ରଶିକ୍ଷାର୍ଥୀମାନଙ୍କୁ ‘ପବ୍ଲିକ କମ୍ୟୁନିକେସନ୍ ଆଣ୍ଡ ଗଭର୍ଣ୍ଣାନ୍ସ’ରେ ଏମ୍‌.ଏ. ଡିଗ୍ରୀ ପ୍ରଦାନ କରାଯାଇଥିଲା। ଏହି ଏମ୍‌.ଏ. କାର୍ଯ୍ୟକ୍ରମର ପ୍ରଚଳନ ଆଇଆଇଏସ୍‌ର ବୃତ୍ତିଗତ ପ୍ରଶିକ୍ଷଣର ଶୈକ୍ଷିକ ଦିଗକୁ ଆହୁରି ସୁଦୃଢ଼ କରିବା ସହିତ ଜନଯୋଗାଯୋଗ, ଗଣମାଧ୍ୟମ ଓ ସୁଶାସନର ଅଧ୍ୟୟନକୁ ସମନ୍ୱିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ବିଦାୟ ସମାରୋହରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଚଞ୍ଚଳ କୁମାର କହିଥିଲେ ଯେ, ଜନଯୋଗାଯୋଗ ସୁଶାସନର ଏକ ଅବିଚ୍ଛେଦ୍ୟ ଅଂଶ ଏବଂ ପରିବର୍ତ୍ତିତ ପ୍ରଯୁକ୍ତି ଓ ପ୍ଲାଟଫର୍ମ ସହିତ ଏହାର ମଧ୍ୟ ବିକାଶ ହେବା ଆବଶ୍ୟକ। ସେ କହିଥିଲେ ଯେ, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଏକ ଗେମ୍‌ଚେଞ୍ଜର ଭାବେ ଉଭା ହେଉଥିବା ବେଳେ ଭୁଲ ସୂଚନା, ଡିପ୍‌ଫେକ୍‌ ଏବଂ କୃତ୍ରିମ ଭାବେ ସୃଷ୍ଟି ହେଉଥିବା ବିଷୟବସ୍ତୁ ନୂଆ ଆହ୍ୱାନ ସୃଷ୍ଟି କରୁଛି। ତେଣୁ ଅଧିକାରୀମାନଙ୍କୁ ଉଦୀୟମାନ ପ୍ରଯୁକ୍ତି ସମ୍ପର୍କରେ ସଦା ସଚେତନ ରହିବାକୁ ହେବ।

 ସେ ଗୁରୁତ୍ୱାରୋପ କରି କହିଥିଲେ ଯେ, ଯୋଗାଯୋଗ ଏକ ଦ୍ୱିପାକ୍ଷିକ ପ୍ରକ୍ରିୟା ହେବା ଆବଶ୍ୟକ ଏବଂ ନାଗରିକଙ୍କ ମତାମତ ନୀତି ଓ ଏହାର କାର୍ଯ୍ୟାନ୍ୱୟନକୁ ଉନ୍ନତ କରିବାରେ ସହାୟକ ହେବ। ସେ କହିଥିଲେ ଯେ, ଗତି ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ସଠିକତା ଓ ବିଶ୍ୱସନୀୟତା ସହିତ କୌଣସି ସାଲିସ କରାଯାଇପାରିବ ନାହିଁ, କାରଣ ପ୍ରତ୍ୟେକ ଯୋଗାଯୋଗ ସମ୍ପୃକ୍ତ ପ୍ରତିଷ୍ଠାନର କର୍ତ୍ତୃତ୍ୱ ବହନ କରେ।

ସେ ଆହୁରି କହିଥିଲେ ଯେ, ଅଧିକାରୀମାନେ ନିରନ୍ତର ଭାବେ ନିଜର ଦକ୍ଷତା ବୃଦ୍ଧି କରିବା, କ୍ଷେତ୍ରସ୍ତର ସହ ସଂଯୁକ୍ତ ରହିବା ଏବଂ ଯୋଗାଯୋଗ ବ୍ୟତୀତ ଅନ୍ୟ କ୍ଷେତ୍ରର ଦାୟିତ୍ୱ ଦିଆଗଲେ ସୁଶାସନର ବିଭିନ୍ନ ଦିଗକୁ ବୁଝିବା ଓ ଦାୟିତ୍ୱ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ। ସର୍ବୋପରି, ନାଗରିକମାନେ ସର୍ବଦା କେନ୍ଦ୍ରବିନ୍ଦୁରେ ରହିବା ଉଚିତ। ଅଧିକାରୀମାନେ ସବୁବେଳେ ନିଜକୁ ପ୍ରଶ୍ନ କରିବା ଉଚିତ ଯେ, ସେମାନଙ୍କ କାର୍ଯ୍ୟ ଲୋକମାନଙ୍କୁ, ବିଶେଷକରି ସମାଜର ସବୁଠାରୁ ଗରିବ ଲୋକଙ୍କୁ ସହାୟତା କରୁଛି କି ନାହିଁ। ଯଦି ନୁହେଁ, ତେବେ ସେମାନଙ୍କୁ ପୁନର୍ବିଚାର ଓ ପୁନଃ ଯୋଜନା କରିବା ସହ ଲୋକଙ୍କ ସମସ୍ୟାକୁ ସହୃଦୟତାର ସହ ହୃଦୟଙ୍ଗମ କରି ସେମାନଙ୍କ ସହାୟତା ପାଇଁ କାର୍ଯ୍ୟ କରିବା ଆବଶ୍ୟକ।

ସମାରୋହରେ ଆଇଆଇଏମ୍‌ସିର କୁଳପତି ଡକ୍ଟର ପ୍ରଜ୍ଞା ପାଲିୱାଲ ଗୌର କହିଥିଲେ ଯେ, ଅଧିକାରୀ ପ୍ରଶିକ୍ଷାର୍ଥୀମାନେ ଏହି ସ୍ନାତକୋତ୍ତର ଡିଗ୍ରୀର ପ୍ରଥମ ପ୍ରାପ୍ତକର୍ତ୍ତା। ଏହା ଆଇଆଇଏମ୍‌ସିର ଶୈକ୍ଷିକ ଭୂମିକାର ସୁଦୃଢ଼ୀକରଣ ଏବଂ ଯୋଗାଯୋଗ କ୍ଷେତ୍ରରେ ବୃତ୍ତିଗତ ପ୍ରଶିକ୍ଷଣ ସହିତ ଏହାର ନିବିଡ଼ ସମ୍ପର୍କକୁ ପ୍ରତିଫଳିତ କରୁଛି। ସେ କହିଥିଲେ ଯେ, ଯୋଗାଯୋଗ କେବଳ ସୂଚନା ପ୍ରସାରଣ ନୁହେଁ, ବରଂ ବୁଝାମଣା ସୃଷ୍ଟି କରିବାର ଏକ ମାଧ୍ୟମ। ଅଧିକାରୀ ପ୍ରଶିକ୍ଷାର୍ଥୀମାନେ ସ୍ପଷ୍ଟତା, ନିରପେକ୍ଷତା ଓ ସମ୍ବେଦନଶୀଳତା ସହିତ ନିଜ ଦାୟିତ୍ୱ ନିର୍ବାହ କରିବା ଆବଶ୍ୟକ। ସେ ଆହୁରି କହିଥିଲେ ଯେ, ନିରନ୍ତର ପରିବର୍ତ୍ତନଶୀଳ ଏହି କ୍ଷେତ୍ରରେ ନିରବଚ୍ଛିନ୍ନ ଶିକ୍ଷାର ଗୁରୁତ୍ୱକୁ ଏହି ଏମ୍‌.ଏ. ଡିଗ୍ରୀ ସ୍ମରଣ କରାଇଥାଏ।

ଏହି ସମାରୋହରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ପ୍ରଭାତ, ଯୁଗ୍ମ ସଚିବ କେ. କେ. ନିରାଲା, ମହାନିର୍ଦ୍ଦେଶକ (ପ୍ରଶିକ୍ଷଣ) ଏଲ୍. ମଧୁ ନାଗଙ୍କ ସମେତ ବରିଷ୍ଠ ଅଧିକାରୀ, ଅଧ୍ୟାପକ ଏବଂ ଅଧିକାରୀ ପ୍ରଶିକ୍ଷାର୍ଥୀମାନେ ଉପସ୍ଥିତ ଥିଲେ।

ଆଇଆଇଏମ୍‌ସି ଆଇଆଇଏସ୍ ପ୍ରଶିକ୍ଷାର୍ଥୀ ଇତିହାସରେ ପ୍ରଥମ ସୂଚନା ଓ ପ୍ରସାରଣ ସଚିବ ସ୍ନାତକୋତ୍ତର ଡିଗ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ନିଶାଦ୍ରବ୍ୟ ବିରୋଧରେ ଦୃଢ଼ ଓ ନିର୍ଣ୍ଣାୟକ ପଦକ୍ଷେପର ସମୟ ଆସିଛି: ଅମିତ ଶାହ

September 23, 2026

ଐତିହାସିକ ଦିଗବୋଇ ବିଶୋଧନାଗାର ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 23, 2026

୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

September 23, 2026

ସେପ୍ଟେମ୍ବର ୨୩ରେ ଏହି ଆଠଟି ରାଶିର ସୁନା ପରି ଚମକିବ ଭାଗ୍ୟ: ଜାଣନ୍ତୁ ଆଜିର ରାଶିଫଳ

September 23, 2026
Latest News

ନିଶାଦ୍ରବ୍ୟ ବିରୋଧରେ ଦୃଢ଼ ଓ ନିର୍ଣ୍ଣାୟକ ପଦକ୍ଷେପର ସମୟ ଆସିଛି: ଅମିତ ଶାହ

September 23, 2026

ଐତିହାସିକ ଦିଗବୋଇ ବିଶୋଧନାଗାର ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 23, 2026

୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

September 23, 2026

ସେପ୍ଟେମ୍ବର ୨୩ରେ ଏହି ଆଠଟି ରାଶିର ସୁନା ପରି ଚମକିବ ଭାଗ୍ୟ: ଜାଣନ୍ତୁ ଆଜିର ରାଶିଫଳ

September 23, 2026

କାଲି ୬ ଘଣ୍ଟା ବନ୍ଦ ରହିବ ଶ୍ରୀଜୀଉଙ୍କ ଦର୍ଶନ, ଜାଣନ୍ତୁ ସମୟ

September 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.