Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତଟ ରେଳପଥ ପକ୍ଷରୁ ଅନେକ ଟ୍ରେନର ସମୟସୂଚୀରେ ପରିବର୍ତ୍ତନ 
ଆଜିର ଖବର

ପୂର୍ବତଟ ରେଳପଥ ପକ୍ଷରୁ ଅନେକ ଟ୍ରେନର ସମୟସୂଚୀରେ ପରିବର୍ତ୍ତନ 

September 2, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଟ୍ରେନ୍‌
ପୂର୍ବତଟ ରେଳପଥ ପକ୍ଷରୁ ଅନେକ ଟ୍ରେନର ସମୟସୂଚୀରେ ପରିବର୍ତ୍ତନ 

ଭୁବନେଶ୍ୱର: ଯାତ୍ରୀମାନଙ୍କ ସୁବିଧା ଏବଂ ଟ୍ରେନ ଚଳାଚଳକୁ ସୁଗମ କରିବା ଉଦ୍ଦେଶ୍ୟରେ ପୂର୍ବତଟ ରେଳପଥ ପକ୍ଷରୁ ଅନେକ ଟ୍ରେନର ସମୟସୂଚୀରେ ପରିବର୍ତ୍ତନ କରାଯାଇଛି। ସମ୍ପୃକ୍ତ ଟ୍ରେନଗୁଡ଼ିକର ଯାତ୍ରା ଆରମ୍ଭର ନିର୍ଦ୍ଧାରିତ ତାରିଖଠାରୁ ସଂଶୋଧିତ ସମୟସୂଚୀ କାର୍ଯ୍ୟକାରୀ ହେବ।

ଟ୍ରେନ ନଂ. ୧୫୦୨୭ ସମ୍ବଲପୁର–ଗୋରଖପୁର ମୌର୍ଯ୍ୟ ଏକ୍ସପ୍ରେସ ସମ୍ବଲପୁରରୁ ପୂର୍ବ ନିର୍ଦ୍ଧାରିତ ସମୟ ସକାଳ ୦୯:୨୦ ଘଟିକା ପରିବର୍ତ୍ତେ ୦୯:୦୫ ଘଟିକାରେ ଛାଡ଼ିବ। ଏହି ଟ୍ରେନ ରେଙ୍ଗାଲିରେ ୦୯:୩୯ ଘଟିକା ପରିବର୍ତ୍ତେ ୦୯:୨୮ ଘଟିକାରେ ପହଞ୍ଚିବ ଏବଂ ୦୯:୪୧ ଘଟିକା ପରିବର୍ତ୍ତେ ୦୯:୩୦ ଘଟିକାରେ ଛାଡ଼ିବ। ଏହି ସଂଶୋଧିତ ସମୟସୂଚୀ ୨୮ ଅକ୍ଟୋବର ୨୦୨୬ ଠାରୁ କାର୍ଯ୍ୟକାରୀ ହେବ।

୧୫୦୨୮ ଗୋରଖପୁର–ସମ୍ବଲପୁର ମୌର୍ଯ୍ୟ ଏକ୍ସପ୍ରେସ ସମ୍ବଲପୁରରେ ପୂର୍ବ ନିର୍ଦ୍ଧାରିତ ସମୟ ଅପରାହ୍ନ ୧୪:୪୦ ଘଟିକା ପରିବର୍ତ୍ତେ ୧୪:୫୦ ଘଟିକାରେ ପହଞ୍ଚିବ। ଏହି ପରିବର୍ତ୍ତିତ ସମୟ ୦୪ ସେପ୍ଟେମ୍ବର ୨୦୨୬ ଠାରୁ ଲାଗୁ ହେବ।

ସେହିପରି, ୧୨୮୯୩ ଭୁବନେଶ୍ୱର–ପୁରୁଣାକଟକ ଇଣ୍ଟରସିଟି ଏକ୍ସପ୍ରେସ ପୁରୁଣାକଟକରେ ପୂର୍ବ ନିର୍ଦ୍ଧାରିତ ସମୟ ସନ୍ଧ୍ୟା ୧୭:୦୦ ଘଟିକା ପରିବର୍ତ୍ତେ ୧୭:୧୦ ଘଟିକାରେ ପହଞ୍ଚିବ। ଏହି ପରିବର୍ତ୍ତନ ୦୪ ସେପ୍ଟେମ୍ବର ୨୦୨୬ ଠାରୁ କାର୍ଯ୍ୟକାରୀ ହେବ।

୧୨୮୯୪ ପୁରୁଣାକଟକ–ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ ପୁରୁଣାକଟକରୁ ପୂର୍ବ ନିର୍ଦ୍ଧାରିତ ସମୟ ୧୧:୨୫ ଘଟିକା ପରିବର୍ତ୍ତେ ୧୧:୧୫ ଘଟିକାରେ ଛାଡ଼ିବ। ଏହି ଟ୍ରେନ ବିରନରସିଂହପୁରରେ ୧୧:୩୦/୧୧:୩୨ ଘଟିକା, ବୌଦ୍ଧରେ ୧୧:୪୫/୧୧:୫୦ ଘଟିକା, ଝାରମୁଣ୍ଡାରେ ୧୨:୦୨/୧୨:୦୪ ଘଟିକା, ପୁରୁଣାପାଣିରେ ୧୨:୨୦/୧୨:୨୨ ଘଟିକା, ସୋନପୁରରେ ୧୨:୩୫/୧୨:୪୦ ଘଟିକା, ନରସିଂହଗଡ଼ରେ ୧୨:୫୫/୧୨:୫୭ ଘଟିକା, ଝାରତରଭାରେ ୧୩:୧୦/୧୩:୧୨ ଘଟିକା ଏବଂ ବିଛୁପାଲିରେ ୧୩:୨୫/୧୩:୨୭ ଘଟିକାରେ ପହଞ୍ଚିବ/ଛାଡ଼ିବ। ଏହି ପରିବର୍ତ୍ତନଗୁଡ଼ିକ ୨୮ ଅକ୍ଟୋବର ୨୦୨୬ ଠାରୁ କାର୍ଯ୍ୟକାରୀ ହେବ।

୧୮୩୧୪ ଭୁବନେଶ୍ୱର ନୂଆ –ବୌଦ୍ଧ ସାପ୍ତାହିକ ଏକ୍ସପ୍ରେସ ବୌଦ୍ଧରେ ପୂର୍ବ ନିର୍ଦ୍ଧାରିତ ସମୟ ୧୦:୩୦ ଘଟିକା ପରିବର୍ତ୍ତେ ୧୦:୪୫ ଘଟିକାରେ ପହଞ୍ଚିବ। ଏହି ପରିବର୍ତ୍ତନ ୦୭ ସେପ୍ଟେମ୍ବର ୨୦୨୬ ଠାରୁ କାର୍ଯ୍ୟକାରୀ ହେବ।

ସେହିପରି, ୧୮୪୨୧ ପୁରୀ–ସୋନପୁର ସାପ୍ତାହିକ ଏକ୍ସପ୍ରେସ ସୋନପୁରରେ ପୂର୍ବ ନିର୍ଦ୍ଧାରିତ ସମୟ ସକାଳ ୦୫:୫୦ ଘଟିକା ପରିବର୍ତ୍ତେ ୦୬:୦୦ ଘଟିକାରେ ପହଞ୍ଚିବ। ଏହି ପରିବର୍ତ୍ତନ ୦୩ ସେପ୍ଟେମ୍ବର ୨୦୨୬ ଠାରୁ କାର୍ଯ୍ୟକାରୀ ହେବ।

ଅନ୍ୟପକ୍ଷରେ, ୧୮୪୨୨ ସୋନପୁର–ପୁରୀ ସାପ୍ତାହିକ ଏକ୍ସପ୍ରେସ ସୋନପୁରରୁ ପୂର୍ବ ନିର୍ଦ୍ଧାରିତ ସମୟ ସନ୍ଧ୍ୟା ୧୯:୦୦ ଘଟିକା ପରିବର୍ତ୍ତେ ୧୮:୪୫ ଘଟିକାରେ ଛାଡ଼ିବ। ଏହି ଟ୍ରେନର ନରସିଂହଗଡ଼, ଝାରତରଭା ଏବଂ ବିଛୁପାଲିରେ ସଂଶୋଧିତ ପହଞ୍ଚିବା/ଛାଡ଼ିବା ସମୟ ଯଥାକ୍ରମେ ୧୮:୫୫/୧୮:୫୭ ଘଟିକା, ୧୯:୦୬/୧୯:୦୮ ଘଟିକା ଏବଂ ୧୯:୨୦/୧୯:୨୨ ଘଟିକା ରହିବ। ଏହି ସଂଶୋଧିତ ସମୟସୂଚୀ ୩୦ ଅକ୍ଟୋବର ୨୦୨୬ ଠାରୁ କାର୍ଯ୍ୟକାରୀ ହେବ।

ଟ୍ରେନ ସମ୍ବନ୍ଧୀୟ ଅଧିକ ସୂଚନା ପାଇଁ, ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ‘ନ୍ୟାସନାଲ୍ ଟ୍ରେନ ଏନକ୍ୱାରୀ ସିଷ୍ଟମ୍’ (NTES) କୁ ଭିଜିଟ୍ କରନ୍ତୁ କିମ୍ବା ରେଳବାଇର ଅଫିସିଆଲ୍ ୱେବସାଇଟ ଯାଞ୍ଚ କରିପାରିବେ।

ପୂର୍ବତଟ ରେଳପଥ ସମୟସୂଚୀରେ ପରିବର୍ତ୍ତନ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟର ବିଭିନ୍ନ ସହରକୁ ‘ଆଦର୍ଶ ସଡ଼କ ସୁରକ୍ଷା ସହର’ ଗଢ଼ି ତୋଳିବା ଲକ୍ଷ୍ୟ: ବ୍ଲୁ-ପ୍ରିଣ୍ଟ୍‌ ଉପସ୍ଥାପନ

September 2, 2026

ଏମ୍‌କେସିଜିରୁ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ନିଖୋଜ, ରେଳ ଲାଇନ୍ ନିକଟରୁ ମୋବାଇଲ୍ ଜବତ

September 2, 2026

୧୮୧୧ କୋଟି ଟଙ୍କା ଅତିକ୍ରମ କଲା ଶ୍ରୀମନ୍ଦିରର ସ୍ଥାୟୀ ଜମା

September 2, 2026

ପ୍ରକାଶ ପାଇଲା ଓଟିଇଟି ୨୦୨୬ ରେଜଲ୍ଟ: ପାସ୍ ହାର ୬୪.୪୮ ପ୍ରତିଶତ

September 2, 2026
Latest News

ପୂର୍ବତଟ ରେଳପଥ ପକ୍ଷରୁ ଅନେକ ଟ୍ରେନର ସମୟସୂଚୀରେ ପରିବର୍ତ୍ତନ 

September 2, 2026

ରାଜ୍ୟର ବିଭିନ୍ନ ସହରକୁ ‘ଆଦର୍ଶ ସଡ଼କ ସୁରକ୍ଷା ସହର’ ଗଢ଼ି ତୋଳିବା ଲକ୍ଷ୍ୟ: ବ୍ଲୁ-ପ୍ରିଣ୍ଟ୍‌ ଉପସ୍ଥାପନ

September 2, 2026

ଏମ୍‌କେସିଜିରୁ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ନିଖୋଜ, ରେଳ ଲାଇନ୍ ନିକଟରୁ ମୋବାଇଲ୍ ଜବତ

September 2, 2026

୧୮୧୧ କୋଟି ଟଙ୍କା ଅତିକ୍ରମ କଲା ଶ୍ରୀମନ୍ଦିରର ସ୍ଥାୟୀ ଜମା

September 2, 2026

ରାହୁଲ ଗାନ୍ଧୀଙ୍କ ନାଗରିକତା ସମ୍ପର୍କରେ ଦାୟର ଆବେଦନ ଖାରଜ: ଜାଣନ୍ତୁ କ’ଣ କହିଲେ ହାଇକୋର୍ଟ?

September 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.