Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତୋରସିଂହ ଗ୍ରାମପଞ୍ଚାୟତର କାର୍ଯ୍ୟାଳୟ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ ଓ ସାଂସଦ
ଆଜିର ଖବର

ତୋରସିଂହ ଗ୍ରାମପଞ୍ଚାୟତର କାର୍ଯ୍ୟାଳୟ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ ଓ ସାଂସଦ

September 9, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ତୋରସିଂହ ଗ୍ରାମପଞ୍ଚାୟତର କାର୍ଯ୍ୟାଳୟ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ ଓ ସାଂସଦ
ତୋରସିଂହ ଗ୍ରାମପଞ୍ଚାୟତର କାର୍ଯ୍ୟାଳୟ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ ଓ ସାଂସଦ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ପଞ୍ଚୁଗାଁ ଠାରେ ତୋରସିଂହ ଗ୍ରାମପଞ୍ଚାୟତର ନୂତନ କାର୍ଯ୍ୟାଳୟ ଗୃହ ନିର୍ମାଣ ନିମନ୍ତେ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀର ପୂର୍ବତନ ବିଧାୟକ ଡ଼ାଃ ବିଭୁତିଭୂଷଣ ହରିଚ଼ନ୍ଦନଙ୍କ ଉପସ୍ଥିତିରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଏବଂ ପୁରୀ ସାଂସଦ ଡ଼ାଃ ସମ୍ବିତ ପାତ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ନୂତନ କାର୍ଯ୍ୟାଳୟ ଗୃହ କେବଳ ଏକ ଭିତ୍ତିଭୂମି ନୁହେଁ, ପଞ୍ଚାୟତବାସୀଙ୍କ ନିକଟରେ ସରକାରୀ ସେବାକୁ ଆହୁରି ସୁଗମ, ସ୍ୱଚ୍ଛ ଓ ଦକ୍ଷତାର ସହ ପହଞ୍ଚାଇବାର ଏକ ନୂତନ ମାଧ୍ୟମ। ଗ୍ରାମାଞ୍ଚଳର ଲୋକଙ୍କ ଆବଶ୍ୟକତା, ସମସ୍ୟା ଓ ଆଶା-ଆକାଂକ୍ଷାକୁ ପ୍ରାଥମିକତା ଦେଇ ତୃଣମୂଳସ୍ତରରେ ବିକାଶକୁ ଆହୁରି ଗତିଶୀଳ କରିବା ଆମର ଲକ୍ଷ୍ୟ। ‘ସେବା ସଂକଳ୍ପ ଅଭିଯାନ’ ମାଧ୍ୟମରେ ସରକାରୀ ଯୋଜନା ଓ ଜନକଲ୍ୟାଣମୂଳକ ସେବାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଜନସାଧାରଣଙ୍କ ସମସ୍ୟା ଶୁଣି ତାହାର ସମାଧାନ ପାଇଁ ଲୋକଙ୍କ ସରକାର ପ୍ରତିବଦ୍ଧ।ତୋରସିଂହ ଗ୍ରାମପଞ୍ଚାୟତର ସାମଗ୍ରିକ ବିକାଶ ସହ ପଞ୍ଚାୟତବାସୀଙ୍କ ଜୀବନମାନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଦିଗରେ ଆଗାମୀ ଦିନରେ ମଧ୍ୟ ନିରନ୍ତର ପ୍ରୟାସ ଜାରି ରହିବବୋଲି ଉଭୟ ରାଜନେତା କହିଥିଲେ।

ଏହି ଅବସରରେ ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚ଼ନ୍ଦନ,ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ, ଉପାଧ୍ୟକ୍ଷାଙ୍କ ପ୍ରତିନିଧି ମାଧବ ପ୍ରଧାନ,ପୂର୍ବତନ ଅଧ୍ୟକ୍ଷ ମାଧବ ଦଳାଇ,ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ତପନ ପ୍ରଧାନ,ବାଣପୁର ବ୍ଲକ ବିଡିଓ ପୁନମ ମହାପାତ୍ର‌, ଗମ୍ଭାରୀମୁଣ୍ଡା ଗ୍ରା:ପର ପୂର୍ବତନ ସମିତିସଭ୍ୟ ନରସିଂହ ସାହୁ,ସିଦ୍ଧେଶ୍ବରୀ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଲଲାଟ କେଶରୀ ପ୍ରଧାନଙ୍କ ସମେତ ଦଳର କାର୍ଯ୍ୟକର୍ତ୍ତା ବୃନ୍ଦ ଓ ପଞ୍ଚାୟତର ପ୍ରମୁଖ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ଥିଲେ।

କାର୍ଯ୍ୟାଳୟ ଗୃହର ଭିତ୍ତିପ୍ରସ୍ତର ଖୋର୍ଦ୍ଧା ଜିଲ୍ଲା ଡ଼ା ସମ୍ବିତ ପାତ୍ର ତୋରସିଂହ ଗ୍ରାମପଞ୍ଚାୟତ ପଞ୍ଚୁଗାଁ ପୃଥ୍ୱୀରାଜ ହରିଚନ୍ଦନ ବାଣପୁର ବ୍ଲକ
Share. Facebook Twitter LinkedIn Email WhatsApp Copy Link

Related Posts

ପାଇଖାନା ଟାଙ୍କି ସଫା ବେଳେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକଙ୍କ ମୃତ୍ୟୁ

September 9, 2026

ତାମିଲନାଡୁ: ଟିଭିକେର ମେଣ୍ଟର ନାମ “ସେକୁଲାର ସୋସିଆଲ ଜଷ୍ଟିସ ଭିକ୍ଟରୀ ଆଲାଏନ୍ସ”

September 9, 2026

ମହିଳାଙ୍କୁ ପ୍ରତାରଣା କରି ଲକ୍ଷାଧିକ ଲୁଟ୍: ଅଭିଯୁକ୍ତ ଯୁବକ କୋର୍ଟ ଚାଲାଣ

September 9, 2026

ରେଳଷ୍ଟେସନ ପରିସରରୁ ଛୁରୀ ଦେଖାଇ ଲୁଟ୍: ଅଭିଯୁକ୍ତ କୋର୍ଟ ଚାଲାଣ

September 9, 2026
Latest News

ତୋରସିଂହ ଗ୍ରାମପଞ୍ଚାୟତର କାର୍ଯ୍ୟାଳୟ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ ଓ ସାଂସଦ

September 9, 2026

ପାଇଖାନା ଟାଙ୍କି ସଫା ବେଳେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକଙ୍କ ମୃତ୍ୟୁ

September 9, 2026

ତାମିଲନାଡୁ: ଟିଭିକେର ମେଣ୍ଟର ନାମ “ସେକୁଲାର ସୋସିଆଲ ଜଷ୍ଟିସ ଭିକ୍ଟରୀ ଆଲାଏନ୍ସ”

September 9, 2026

ବିଧାନସଭା ନିର୍ବାଚନ ପାଇଁ ବିଜେପିକୁ ୧୪୦୦ କୋଟି ଦାନ!: ଜାଣନ୍ତୁ କଂଗ୍ରେସକୁ ମିଳିଲା କେତେ?

September 9, 2026

ମହିଳାଙ୍କୁ ପ୍ରତାରଣା କରି ଲକ୍ଷାଧିକ ଲୁଟ୍: ଅଭିଯୁକ୍ତ ଯୁବକ କୋର୍ଟ ଚାଲାଣ

September 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.