Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସେପ୍ଟେମ୍ବର ୧୧ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ: ଛୁଟି ଯୋଗୁଁ ବାଧାପ୍ରାପ୍ତ ହେବ ସେବା
ଆଜିର ଖବର

ସେପ୍ଟେମ୍ବର ୧୧ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ: ଛୁଟି ଯୋଗୁଁ ବାଧାପ୍ରାପ୍ତ ହେବ ସେବା

September 10, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପାଞ୍ଚଦିନିଆ କାର୍ଯ୍ୟ ସପ୍ତାହ ଲାଗୁ କରିବାରେ ବିଳମ୍ବ, ପ୍ରଦର୍ଶନ ଆଧାରିତ ପ୍ରୋତ୍ସାହନ ସ୍କିମ୍‌କୁ ନେଇ ମତଭେଦ ଏବଂ ପେନ୍‌ସନ୍‌ ସମ୍ବନ୍ଧୀୟ ଦାବି ପୂରଣ ନହେବାରୁ ସେପ୍ଟେମ୍ବର ୧୧ ଦିନ ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ (ୟୁଏଫବିୟୁ) ପକ୍ଷରୁ ଦେଶବ୍ୟାପୀ ଦିନିକିଆ ଧର୍ମଘଟର ଡାକରା ଦିଆଯାଇଛି। ଫଳରେ ଆସନ୍ତାକାଲିଠାରୁ ଲଗାତାର ୩ରୁ ୪ ଦିନ ପର୍ଯ୍ୟନ୍ତ ବ୍ୟାଙ୍କିଂ ସେବା ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି। ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସବିଆଇ) ଏବଂ ୟୁନିଅନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସହିତ ଅନ୍ୟାନ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଏହି ଧର୍ମଘଟ ଯୋଗୁଁ କାର୍ଯ୍ୟପନ୍ଥା ବାଧାପ୍ରାପ୍ତ ହୋଇପାରେ ବୋଲି ଗ୍ରାହକମାନଙ୍କୁ ପୂର୍ବରୁ ସୂଚନା ଦେଇଛନ୍ତି।

ପ୍ରକାଶ ଯେ, ୨୦୨୪ ମାର୍ଚ୍ଚ ୮ରେ ଆଇବିଏ  ଏବଂ ୟୁନିୟନ୍‌ ମଧ୍ୟରେ ଚୁକ୍ତି ହୋଇଥିଲା ଯେ ସୋମବାରରୁ ଶୁକ୍ରବାର ଦୈନିକ ୪୦ ମିନିଟ୍‌ ଅତିରିକ୍ତ କାମ ବଦଳରେ ସବୁ ଶନିବାର ଛୁଟି ରହିବ। ଦୁଇ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ବି ସରକାର ଏହାକୁ ଲାଗୁ କରିନାହାନ୍ତି। ସରକାର ଆଣିଥିବା ନୂଆ ପ୍ରଦର୍ଶନ ଆଧାରିତ ପ୍ରୋତ୍ସାହନ ନୀତିକୁ ବ୍ୟାଙ୍କ କର୍ମଚାରୀମାନେ ପକ୍ଷପାତମୂଳକ ବୋଲି ଦର୍ଶାଇ ଏହାର ପ୍ରତ୍ୟାହାର କିମ୍ବା ସଂଶୋଧନ ଦାବି କରୁଛନ୍ତି। ଦାବି ପୂରଣ ନହେଲେ ସେପ୍ଟେମ୍ବର ୨୮ରୁ ୩୦ ପର୍ଯ୍ୟନ୍ତ ୩ ଦିନିଆ ଧର୍ମଘଟ ଏବଂ ଅକ୍ଟୋବର ୨୬ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆମରଣ ଅନଶନ କରାଯିବ ବୋଲି ୟୁଏଫ୍‌ବିୟୁ ଚେତାବନୀ ଦେଇଛି।

Banking Services Disrupted Nationwide Bank Strike
Share. Facebook Twitter LinkedIn Email WhatsApp Copy Link

Related Posts

ଡବ୍ଲୁଏଚ୍ଓର ନିଜ ପଦବୀରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ ସାଇମା: ଜାଣନ୍ତୁ କାରଣ

September 10, 2026

ଅବୁ ସଲେମଙ୍କୁ ଆଶ୍ଵସ୍ତି ନାହିଁ: ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ 

September 10, 2026

ମହିଳା ଏସିଆ କପ୍: ଆଜି ଭାରତ-ବାଂଲାଦେଶ ପ୍ରଥମ ସେମିଫାଇନାଲ

September 10, 2026

ଭାରସାମ୍ୟ ହରାଇ ବିଲ ଭିତରକୁ ପଶିଗଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ

September 10, 2026
Latest News

ସେପ୍ଟେମ୍ବର ୧୧ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ: ଛୁଟି ଯୋଗୁଁ ବାଧାପ୍ରାପ୍ତ ହେବ ସେବା

September 10, 2026

ଡବ୍ଲୁଏଚ୍ଓର ନିଜ ପଦବୀରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ ସାଇମା: ଜାଣନ୍ତୁ କାରଣ

September 10, 2026

ଅବୁ ସଲେମଙ୍କୁ ଆଶ୍ଵସ୍ତି ନାହିଁ: ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ 

September 10, 2026

ମହିଳା ଏସିଆ କପ୍: ଆଜି ଭାରତ-ବାଂଲାଦେଶ ପ୍ରଥମ ସେମିଫାଇନାଲ

September 10, 2026

ଭାରସାମ୍ୟ ହରାଇ ବିଲ ଭିତରକୁ ପଶିଗଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.