Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ
ଆଜିର ଖବର

ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ

September 12, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ
ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ

ରଣପୁର: ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମକୁ ଜନଆନ୍ଦୋଳନର ରୂପ ଦେବା ଲକ୍ଷ୍ୟରେ ରଣପୁର ବ୍ଲକ ମହତପଲ୍ଲା ବିଦ୍ୟାଳୟ ପକ୍ଷରୁ ଏକ ଆକର୍ଷଣୀୟ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକଙ୍କ ସକ୍ରିୟ ଅଂଶଗ୍ରହଣରେ ସମଗ୍ର ଅଞ୍ଚଳରେ ସାକ୍ଷରତାର ବାର୍ତ୍ତା ପ୍ରଚାର କରାଯାଇଥିଲା।

କାର୍ଯ୍ୟକ୍ରମର ଅଂଶ ଭାବେ ମହତପଲ୍ଲା ଗ୍ରାମରେ ଏକ ବିଶାଳ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀମାନେ ବିଭିନ୍ନ ପ୍ଲାକାର୍ଡ ଧରି ସାକ୍ଷରତା ସମ୍ପର୍କିତ ସ୍ଲୋଗାନ ଦେଇ ଗ୍ରାମବାସୀଙ୍କୁ ସଚେତନ କରିଥିଲେ। ‘ପଢ଼ିବା, ଶିଖିବା ଓ ଆଗକୁ ବଢ଼ିବା’ ଭଳି ବାର୍ତ୍ତା ମାଧ୍ୟମରେ ନିରକ୍ଷରତା ଦୂରୀକରଣ ସହ ସମସ୍ତଙ୍କୁ ଶିକ୍ଷାର ମୁଖ୍ୟଧାରାରେ ସାମିଲ ହେବା ପାଇଁ ଆହ୍ୱାନ ଦିଆଯାଇଥିଲା।

ଶୋଭାଯାତ୍ରା ପରେ ଘୋଡ଼ାନାଚ ଓ ବିଭିନ୍ନ ଲୋକପାରମ୍ପରିକ ନୃତ୍ୟ ମାଧ୍ୟମରେ ସାକ୍ଷରତାର ବାର୍ତ୍ତାକୁ ଅଧିକ ଆକର୍ଷଣୀୟ ଢଙ୍ଗରେ ଲୋକଙ୍କ ନିକଟରେ ପହଞ୍ଚାଯାଇଥିଲା। ପାରମ୍ପରିକ କଳା ଓ ସଂସ୍କୃତିକୁ ସଚେତନତାର ମାଧ୍ୟମ କରିବା ଫଳରେ କାର୍ଯ୍ୟକ୍ରମଟି ଉପସ୍ଥିତ ଲୋକଙ୍କ ମନ ଜିଣିଥିଲା।

ଏହି କାର୍ଯ୍ୟକ୍ରମରେ ରଣପୁର ବ୍ଲକ ଶିକ୍ଷା ଅଧିକାରୀ ପିଣ୍ଟୁ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମାଧବ ଚନ୍ଦ୍ର ମାଝୀ ଉପସ୍ଥିତ ଥିଲେ।

ସେହିପରି ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘର ମହାସଚିବ ଜ୍ୟୋତି ରଞ୍ଜନ ଦାଶ ଏବଂ ଏନ୍‌.ପି.ଏସ୍‌. ଶିକ୍ଷକ ସଂଘର ସଭାପତି ଜ୍ୟୋତି ରଞ୍ଜନ କର, ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣା ଓ ସାଧନ କେନ୍ଦ୍ର ସଂଯୋଜକ ପ୍ରଦୀପ କୁମାର ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ନବ ଭାରତ ସାକ୍ଷରତା ଅଭିଯାନର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ।

ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରସ୍ତୁତି ଓ ପରିବେଷଣରେ ଶିକ୍ଷକ ଭାସ୍କର ସ୍ୱାଇଁ ଓ ସଞ୍ଜୟ କୁମାର ଦାଶଙ୍କ ବିଶେଷ ସହଯୋଗ ରହିଥିଲା। ଏଥିସହ ମହତପଲ୍ଲା ଓ ଏହାର ଆଖପାଖ ଅଞ୍ଚଳର ବହୁ ଶିକ୍ଷକ-ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସାମିଲ ହୋଇ ଏହାକୁ ସଫଳ କରିବାରେ ସହଯୋଗ କରିଥିଲେ।

ସାକ୍ଷରତା କେବଳ ପଢ଼ିବା ଓ ଲେଖିବାର ଦକ୍ଷତା ନୁହେଁ, ବରଂ ଏହା ଜୀବନକୁ ଜାଣିବା, ବୁଝିବା ଓ ଆତ୍ମନିର୍ଭର ହେବାର ଏକ ଶକ୍ତିଶାଳୀ ମାଧ୍ୟମ। ଏହି ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତାକୁ ନେଇ ମହତପଲ୍ଲାର ଏହି ଅଭିନବ ପ୍ରୟାସ ନବ ଭାରତ ସାକ୍ଷରତା ଅଭିଯାନକୁ ଗ୍ରାମସ୍ତରରେ ଆହୁରି ସୁଦୃଢ଼ କରିବାରେ ଏକ ପ୍ରଶଂସନୀୟ ପଦକ୍ଷେପ ପାଲଟିଛି।

ଘୋଡାନାଚ ନବ ଭାରତ ସାକ୍ଷରତା ସଚେତନତା ନିଆରା ପ୍ରୟାସ ରଣପୁର ଲୋକନୃତ୍ୟ ଶୋଭାଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

RBIରେ ବଡ଼ ନିଯୁକ୍ତି: ସୁଧାକର ମଲ୍ଲୀ ହେଲେ ନୂଆ Executive Director, ଜାଣନ୍ତୁ କ’ଣ ରହିବ ଦାୟିତ୍ୱ

October 2, 2026

ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ ମାମଲା: ଡିସିପିଙ୍କୁ ମହିଳା କମିଶନଙ୍କ ରିପୋର୍ଟ ତଲବ

October 2, 2026

ଷ୍ଟାଲିନଙ୍କ ତୀବ୍ର ଆକ୍ରମଣ, TVK ଓ ବିଜୟଙ୍କୁ ନେଇ ତାମିଲନାଡୁରେ ବଢ଼ିଲା ଚର୍ଚ୍ଚା

October 2, 2026

ନକଲି RTO ଗିରଫ

October 2, 2026
Latest News

RBIରେ ବଡ଼ ନିଯୁକ୍ତି: ସୁଧାକର ମଲ୍ଲୀ ହେଲେ ନୂଆ Executive Director, ଜାଣନ୍ତୁ କ’ଣ ରହିବ ଦାୟିତ୍ୱ

October 2, 2026

ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ ମାମଲା: ଡିସିପିଙ୍କୁ ମହିଳା କମିଶନଙ୍କ ରିପୋର୍ଟ ତଲବ

October 2, 2026

ଷ୍ଟାଲିନଙ୍କ ତୀବ୍ର ଆକ୍ରମଣ, TVK ଓ ବିଜୟଙ୍କୁ ନେଇ ତାମିଲନାଡୁରେ ବଢ଼ିଲା ଚର୍ଚ୍ଚା

October 2, 2026

ନକଲି RTO ଗିରଫ

October 2, 2026

୧୨ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ, ପୁଣି ଡରାଇଲାଣି ଅକ୍ଟାେବର

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.