Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକାରେ ନୌବିହାର କରିବେ ମା’ ଭଗବତୀ: ପ୍ରଶାସନ ଆରମ୍ଭ କଲା ପ୍ରସ୍ତୁତି
ଆଜିର ଖବର

ଚିଲିକାରେ ନୌବିହାର କରିବେ ମା’ ଭଗବତୀ: ପ୍ରଶାସନ ଆରମ୍ଭ କଲା ପ୍ରସ୍ତୁତି

September 14, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଚିଲିକାରେ ନୌବିହାର କରିବେ ମା' ଭଗବତୀ: ପ୍ରଶାସନ ଆରମ୍ଭ କଲା ପ୍ରସ୍ତୁତି
ଚିଲିକାରେ ନୌବିହାର କରିବେ ମା' ଭଗବତୀ: ପ୍ରଶାସନ ଆରମ୍ଭ କଲା ପ୍ରସ୍ତୁତି

ବାଣପୁର: ପବିତ୍ର ଜନ୍ମାଷ୍ଟମୀ ମଧ୍ୟରାତ୍ରରେ ମା’ ଯୋଗମାୟା ଭଗବତୀଙ୍କ ଧରାବତରଣ ପରେପରେ ପୀଠରେ ଆରମ୍ଭ ହୋଇଯାଇଛି ଶ୍ରାବଣୀ ପର୍ବ। ପରମ୍ପରା କ୍ରମେ ସପ୍ତପୁରୀ ଅମାବାସ୍ୟାରେ ମା’ଙ୍କ ନିକଟରେ ସାତପୁରବିଶିଷ୍ଟ ସ୍ୱତନ୍ତ୍ର ସପ୍ତପୁରୀ ପିଷ୍ଟକ ଲାଗି ହେବା ପରେ ଭାଦ୍ରବ ଶୁକ୍ଳ ଷଷ୍ଠୀରେ ଷଷ୍ଠୀ ଓଷା। ଏହି ଦିନ ମା’ ଷଷ୍ଠୀଦେବୀ ଭାବରେ ଏକ ସ୍ୱତନ୍ତ୍ର ନୀତିକାନ୍ତିରେ ପୂଜାପାଇ ଶ୍ରଦ୍ଧାଳୁଙ୍କୁ ଦୀର୍ଘାୟୁ ନିରାମୟ ଜୀବନ ପାଇଁ ଆଶୀର୍ବାଦ ପ୍ରଦାନ କରନ୍ତି ବୋଲି ବିଶ୍ୱାସ ଅଛି।

ପରବର୍ତ୍ତୀ ଦିନ ଅର୍ଥାତ ସେପ୍ଟେମ୍ବର ୧୮ ତାରିଖରେ ଲଳିତା ସପ୍ତମୀ। ମା’ଙ୍କ ପାଣିତୋଳା ଯାତ୍ରା ଭାବରେ ଏକ ନିଆରା ପରମ୍ପରା କାହିଁ କେଉଁ କାଳରୁ ଚଳିଆସିଛି। ଏହି ଦିନ ମା’କାଠି ଠାକୁରାଣୀ ଥାଟପଟୁଆର ରେ ନିଯୋଗୀ ସେବାୟତଙ୍କ ସହିତ ଚିଲିକାରେ ନୌବିହାର କରି ପୂର୍ବଦିଗରକ୍ଷାକାରିଣୀ ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା’ କାଳିଜାଇଙ୍କୁ ଆଗାମୀ ଶାରଦୀୟ ପର୍ବକୁ ନିମନ୍ତ୍ରଣ କରି ମା’ଙ୍କ ଆଜ୍ଞାମାଳ ନେଇ ଯାତ୍ରା ପଥରେ ବିଭିନ୍ନ ଗ୍ରାମମାନଙ୍କରେ ପାରମ୍ପରିକ ପନ୍ତିଭୋଗ ଖାଇ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରି ଅଷ୍ଟମୀ ତିଥିରୁ ଶୟନ କରିବେ।

ମା’ଙ୍କ ପୀଠର ଏହି ଅନନ୍ୟ ପରମ୍ପରାକୁ ସରସ ସୁନ୍ଦର ଶୃଙ୍ଖଳିତ କରିବାପାଇଁ କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଳମୁକୁନ୍ଦଦାସଙ୍କ ଆବାହକତ୍ୱରେ ଦେବୋତ୍ତର କାର୍ଯ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ କରାଯାଇଛି। ଏଥିରେ ବାଣପୁର ଥାନା ଭାରପ୍ରାପ୍ତ ନିରୀକ୍ଷକ ଜୟପ୍ରକାଶପରୀଡ଼ା, ବାଲୁଗାଁ ଥାନା ସହ ନିରୀକ୍ଷକ ସୁକାନ୍ତ ପଟ୍ଟନାୟକ, ବାଲୁଗାଁ ସାମନ୍ତରାପୁରର ଅଧ୍ୟାପକ ଅମ୍ବିକା ପ୍ରସାଦ ସାମନ୍ତରାୟ, ଗୁଣ୍ଡୁରୁପୁରୁର ଦେବରାଜ ପଣ୍ଡା, ଅମରେଶ ରଣ ସିଂ, ଅନ୍ତରକିଆରୀ ଗ୍ରାମର ସଭାପତି ସୁଶାନ୍ତ କୁମାର ପାଇକରାୟ ଓ ଗ୍ରାମବାସୀ ବୃନ୍ଦ, ପୂଜକ ପ୍ରକାଶ ଚନ୍ଦ୍ର ମହାପାତ୍ର, ପାଳିଆ ମାଳି ଶିବ ଭୋପା, ବଜ୍ରକାଳ ନାୟକ, ଗଣେଶ ନାୟକ, ସୁକାନ୍ତନାୟକ, ନକୁଳ ବାରିକ କାର୍ଯ୍ୟାଳୟର କର୍ମଚାରୀ ସୁରେନ୍ଦ୍ରକୁମାର ସାହୁ, ଅକ୍ଷୟ କୁମାର ମିଶ୍ର, ଅଶ୍ୱିନକୁ ମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି ଗତବର୍ଷର ବିଶୃଙ୍ଖଳାକୁ ଦୃଷ୍ଟିରେ ରଖି ଚଳିତ ବର୍ଷର ଯାତ୍ରା ଶୃଙ୍ଖଳା ଉପରେନିଜର ନିଜରମତ ପ୍ରଦାନ କରିଥିଲେ।

ଥାନାଧିକାରୀ ଶ୍ରୀଯୁକ୍ତ ପରୀଡ଼ା ଚଳିତ ବର୍ଷ ମା’ଙ୍କ ଏହିଯାତ୍ରା ସମୟରେ ଗ୍ରାମମାନଙ୍କରେ ମଦ୍ୟପାନ ଓ ଡ଼ିଜେ ବାଜାକୁ ସଂପୂର୍ଣ୍ଣ ନିଷେଧ କରିବାପାଇଁ ସୂଚ଼ନା ପ୍ରଦାନ କରିଥିବା ବେଳେ ବାଲୁଗାଁ ଥାନା ସହ ନିରୀକ୍ଷକ ଶ୍ରୀଯୁକ୍ତ ପଟ୍ଟନାୟକ ସାମନ୍ତରାପୁର ଗ୍ରାମ ମଧ୍ୟରେ ଶୃଙ୍ଖଳିତ ଭାବରେ ଗୋଟିଏ ସ୍ଥାନରେ ମା’ କାଠି ଠାକୁରାଣୀଙ୍କୁ ଜଜ୍‌ମାନିଶାଡ଼ିବନ୍ଧା ନୀତି କରାଯିବାକୁ ସୂଚ଼ନା ପ୍ରଦାନ କରିଥିଲେ। କାର୍ଯ୍ୟାଳୟ ତରଫରୁ ନିର୍ଦ୍ଧାରିତ ସମୟରେ ସମସ୍ତ ନୀତିକାନ୍ତି ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା।

କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଦାସ ବର୍ଷା କାଳକୁ ଦୃଷ୍ଟିରେ ରଖି ମା’ଙ୍କ ଏହି ପ୍ରସିଦ୍ଧ ଯାତ୍ରାକୁ ଶୃଙ୍ଖଳିତ ଭାବରେ ସମାପନ କରିବାକୁ ସମସ୍ତ ଗ୍ରାମବାସୀ, ନିଯୋଗୀ ସେବାୟତ, ବାଣପୁର ବାଲୁଗାଁ ଥାନାଧିକାରୀ, ବାଲୁଗାଁ ବିଦ୍ୟୁତ୍ ଉପଖଣ୍ଡ ଅଧିକାରୀ, ମା’ କାଳିଜାଇ ମଟର ବୋଟ୍ ଆସୋସିଏସନ ଙ୍କ ସହଯୋଗ କାମନା କରିଥିଲେ।

ଚିଲିକା ନୌବିହାର ପ୍ରସ୍ତୁତି ବୈଠକ ମା’ ଭଗବତୀ
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଓରାଙ୍ଗଉଟାନ ଶିଶୁଙ୍କ ଚିକିତ୍ସା ଓ ସୁରକ୍ଷା ପାଇଁ ଗଠିତ ହେଲା ବୈଷୟିକ କମିଟି

September 13, 2026
Latest News

ଚିଲିକାରେ ନୌବିହାର କରିବେ ମା’ ଭଗବତୀ: ପ୍ରଶାସନ ଆରମ୍ଭ କଲା ପ୍ରସ୍ତୁତି

September 14, 2026

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.