Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୁବ୍‌ଶୀଘ୍ର ବଜାରକୁ ଆସିବ ‘ଓମ୍‌ଫେଡ୍’ ପାଣି ଓ ଆଇସକ୍ରିମ୍: ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ
ଆଜିର ଖବର

ଖୁବ୍‌ଶୀଘ୍ର ବଜାରକୁ ଆସିବ ‘ଓମ୍‌ଫେଡ୍’ ପାଣି ଓ ଆଇସକ୍ରିମ୍: ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

September 14, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରାଜ୍ୟରେ ନିଜର ଉତ୍ପାଦନ କ୍ଷମତା ଓ ସେବା ବୃଦ୍ଧି ପାଇଁ ବଡ଼ ପଦକ୍ଷେପ ନେବାକୁ ଯାଉଛି ‘ଓଡ଼ିଶା ରାଜ୍ୟ ସମବାୟ କ୍ଷୀର ଉତ୍ପାଦକ ସଂଘ’ (ଓମ୍‌ଫେଡ୍)। ଖୁବ୍‌ଶୀଘ୍ର ବଜାରରେ ଓମ୍‌ଫେଡ୍‌ର ପ୍ୟାକେଜ୍‌ଡ ପାନୀୟ ଜଳ ଏବଂ ବିଭିନ୍ନ ସ୍ୱାଦିଷ୍ଟ ଫ୍ଲେଭରର ଆଇସକ୍ରିମ୍ ଉପଲବ୍ଧ ହେବ। ଏ ନେଇ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଏହି ନୂତନ ଉତ୍ପାଦଗୁଡ଼ିକୁ ବଜାରକୁ ଆଣିବା ପାଇଁ ଓମ୍‌ଫେଡ୍ ବୋର୍ଡ ସହିତ ବୈଠକ ଓ ଆଲୋଚନା ଜାରି ରହିଛି। ବୋର୍ଡର ଆନୁଷ୍ଠାନିକ ଅନୁମୋଦନ ମିଳିବା ମାତ୍ରେ ଏହା ସାଧାରଣ ଲୋକଙ୍କ ପାଇଁ ବଜାରକୁ ଆସିବ।

ଅନ୍ୟପଟେ, ରାଜ୍ୟର ବିଭିନ୍ନ ସ୍ଥାନରେ କ୍ଷୀର, ଛେନା ଓ ପନୀର ଅପମିଶ୍ରଣ ଅଭିଯୋଗ ସାମ୍ନାକୁ ଆସୁଥିବା ବେଳେ ଓମ୍‌ଫେଡ୍‌ର ଗୁଣବତ୍ତା ଉପରେ ମନ୍ତ୍ରୀ ସ୍ପଷ୍ଟୀକରଣ ରଖିଛନ୍ତି। ସେ କହିଛନ୍ତି ଯେ, ଓମ୍‌ଫେଡ୍ ସଦାସର୍ବଦା ଉଚ୍ଚ ଗୁଣବତ୍ତା ବଜାୟ ରଖିବାକୁ ପ୍ରାଥମିକତା ଦେଇଥାଏ। ବଜାରକୁ ଛାଡ଼ିବା ପୂର୍ବରୁ ଓମ୍‌ଫେଡ୍ କ୍ଷୀରକୁ ତ୍ରିସ୍ତରୀୟ ଯାଞ୍ଚ କରାଯାଏ ଏବଂ ଏହାର ଫ୍ୟାଟ୍ ମାତ୍ରାର କଡ଼ା ପରୀକ୍ଷଣ କରାଯାଏ। ଏଥିରେ କୌଣସି ପ୍ରକାର ଅପମିଶ୍ରଣ ହୋଇନଥାଏ; ଯଦି କେଉଁଠି ଅନିୟମିତତା ନଜରକୁ ଆସେ, ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ। ଏହା ବ୍ୟତୀତ, ରାଜ୍ୟର ଦୁଗ୍ଧ ଚାଷୀଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ଓ ସେମାନଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଓମ୍‌ଫେଡ୍ କ୍ଷୀରର ସଂଗ୍ରହ ମୂଲ୍ୟ  ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

ଓମଫେଡ କ୍ଷୀର ଓ ଆଇସକ୍ରିମ ଓମ୍‌ଫେଡ୍‌ ଗୋକୁଳାନନ୍ଦ ମଲ୍ଲିକ
Share. Facebook Twitter LinkedIn Email WhatsApp Copy Link

Related Posts

ଡ. ମନସୁଖ ମାଣ୍ଡଭିୟଙ୍କ ନେତୃତ୍ୱରେ ଯୁବପିଢ଼ିଙ୍କ ଫିଟନେସ୍ ଅଭିଯାନ

October 11, 2026

ବୁଡ଼ିଗଲା ବୋଟ୍‌, ୧୦୯ ମୃତ

October 11, 2026

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ବନ୍ଦେମାତରମ୍ ଶିବିର ୨୦୨୬ ଉଦଘାଟନୀ ସମାରୋହ

October 11, 2026

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୧୩ରେ ନେଇପାରେ ଲଘୁଚାପ ରୂପ

October 11, 2026
Latest News

ଡ. ମନସୁଖ ମାଣ୍ଡଭିୟଙ୍କ ନେତୃତ୍ୱରେ ଯୁବପିଢ଼ିଙ୍କ ଫିଟନେସ୍ ଅଭିଯାନ

October 11, 2026

ବୁଡ଼ିଗଲା ବୋଟ୍‌, ୧୦୯ ମୃତ

October 11, 2026

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ବନ୍ଦେମାତରମ୍ ଶିବିର ୨୦୨୬ ଉଦଘାଟନୀ ସମାରୋହ

October 11, 2026

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୧୩ରେ ନେଇପାରେ ଲଘୁଚାପ ରୂପ

October 11, 2026

ମା’ ଗଡ଼ଚଣ୍ଡୀଙ୍କ ପୀଠରେ ଆରମ୍ଭ ହେଲା ଷୋଡ଼ଶ ଉପଚାର ପୂଜା

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.