Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର: ଓଡ଼ିଶାରେ ଗାଣପତ୍ୟ ଉପାସନା ଓ ଶ୍ରୀଜଗନ୍ନାଥ ସଂସ୍କୃତି ଆଲୋଚନା ଚକ୍ର
ଆଜିର ଖବର

ବାଣପୁର: ଓଡ଼ିଶାରେ ଗାଣପତ୍ୟ ଉପାସନା ଓ ଶ୍ରୀଜଗନ୍ନାଥ ସଂସ୍କୃତି ଆଲୋଚନା ଚକ୍ର

September 15, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଣପୁର: ଓଡ଼ିଶାରେ ଗାଣପତ୍ୟ ଉପାସନା ଓ ଶ୍ରୀଜଗନ୍ନାଥ ସଂସ୍କୃତି ଆଲୋଚନା ଚକ୍ର
ବାଣପୁର: ଓଡ଼ିଶାରେ ଗାଣପତ୍ୟ ଉପାସନା ଓ ଶ୍ରୀଜଗନ୍ନାଥ ସଂସ୍କୃତି ଆଲୋଚନା ଚକ୍ର

ବାଣପୁର: ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ ପୁରୀ ଓଡିଶା, ଭାଷା ସୁରକ୍ଷା ସମ୍ମିଳନୀ ଚିଲିକା ଏବଂ ପ୍ରଗତିଶୀଳ ସାହିତ୍ୟ ସୁନ୍ଦରାର ମିଳିତ ଆନୁକୂଲ୍ୟରେ ଓଡ଼ିଶାରେ ଗାଣପତ୍ୟ ଉପାସନା ଓ ଶ୍ରୀଜଗନ୍ନାଥ ସଂସ୍କୃତି ଆଲୋଚନା ଚକ୍ର ବିଧାରପୁର ସ୍ଥିତ ଶୁଭମଙ୍ଗଳ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି।

ଏହି ସଭାରେ ଅଧ୍ୟକ୍ଷତା କରିଥିଲେ ଟ୍ରଷ୍ଟର ସମ୍ପାଦକ ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହାପ୍ରଭୁଙ୍କ ବରିଷ୍ଠ ଦଇତାପତି ସେବକ ରଘୁନାଥ ଦାସ ମହାପାତ୍ର କହିଥିଲେ ଯେ, ଓଡ଼ିଶାରେ ଗାଣପତ୍ୟ ଉପାସନା ଶ୍ରୀଜଗନ୍ନାଥ ଚେତନାର ଏକ ପ୍ରମୁଖ ଅଙ୍ଗ। ମନ୍ଦିର ଦ୍ୱାରଫିଟା ଏବଂ ଦ୍ୱାର ମୂଦ ବେଳେ ଯଥାକ୍ରମେ କାମୋଦ ଗଣପତି ଏବଂ କଳ୍ପଗଣପତି ଙ୍କୁ ଆରାଧନା କରାଯାଏ। ମୁଖ୍ୟବକ୍ତା ରୂପେ ଓଡ଼ିଆ ଭାଷା ଅଧ୍ୟାପକ ଡ଼ ଚନ୍ଦ୍ରଶେଖର ଦାଶ ଯୋଗ ଦେଇ କହିଲେ ନିତ୍ୟ ଗଣପତି, ତନ୍ତ୍ରଗଣପତି ସିଦ୍ଧଗଣପତି ଏବଂ ଆତ୍ମଜ୍ଞାନ ଗଣପତି ବାଣପୁର ମଣ୍ଡଳ ବଙ୍କାଡ଼ ଗଡ଼ ଭଗବତୀ ପୀଠ ଏବଂ ଚଣ୍ଡେଶ୍ୱର ମନ୍ଦିରରେ ରହିଅଛି ତେଣୁ, ଶ୍ରୀକ୍ଷେତ୍ର ଏବଂ ବାଣପୁର ଆଧ୍ୟାତ୍ମିକ ଚେତନାର ସମନ୍ୱୟ କ୍ଷେତ୍ର ଅଟେ।

କାର୍ଯ୍ୟକ୍ରମ ଆରମ୍ଭରେ ଆଲୋଚନା ଚକ୍ରର ମୁଖ୍ୟ ସଂଯୋଜକ ଭାବେ ଐତିହାସିକ ମଦନ ମୋହନ ମହାପାତ୍ର, ଅଭିମୁଖ୍ୟ ବର୍ଣନା କରିଥିଲେ ଉତ୍ସବରେ ଶ୍ରୀଦକ୍ଷେଶ୍ୱର ଭଗବତୀ ଟ୍ରଷ୍ଟ ବୋର୍ଡର ପ୍ରାକ୍ତନ ସଭାପତି ଲଳିତ ମୋହନ ପଟ୍ଟନାୟକ, ଆଧ୍ୟାପକ ଲକ୍ଷ୍ମୀଧର ମିଶ୍ର, ସାହିତ୍ୟ ସିନ୍ଦୁରାର ସମ୍ପାଦକ ଗୋଲକ ବିହାରୀ ପରିଡା, ଭାଷା ସୁରକ୍ଷା ସମ୍ମିଳନୀ ଚିଲିକା ବାଣପୁରର ସଭାପତି ରଙ୍କନାଥ ସେଠି ଯୋଗ ଦେଇଥିଲେ।

ଏହି ଅବସରରେ ଐତିହାସିକ ମଦନ ମହାପାତ୍ରଙ୍କ ରଚିତ ପୁସ୍ତକ ଶ୍ରୀବିରଜାଈ ଓ ଭଗବତୀ ଏକ ବୈଚାରିକ ଅଧ୍ୟୟନ ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଲୋକାର୍ପଣ ହୋଇଥିଲା। ସାହିତ୍ୟିକ ଗୋଲକ ଚରଣ ପରିଡା, ରଙ୍କନାଥ ସେଠି, ଭିକାରି ଚରଣ ପ୍ରଧାନ, ଗୋପୀନାଥ ଦାଶ, ପ୍ରତିଭା ଦାଶ, ମହେଶ୍ୱର ଜେନା, ବିଷ୍ଣୁପ୍ରିୟା ବାରିକ, ଲକ୍ଷ୍ମୀପ୍ରସାଦ ମିଶ୍ର ଏବଂ ପୁରୁଷୋତ୍ତମ ମହାପାତ୍ରଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ସଂଯୋଜନା କରିଥିଲେ କବି ସର୍ବାଣୀ ଦାସ, ଦିଗମ୍ବର ବିଶ୍ୱାଳ, ଗୋଲକ ଚନ୍ଦ୍ର ଜେନା, ପ୍ରଫୁଲ୍ଲ ରାଉତ, ବନମାଳୀ ପୃଷ୍ଟି
କବି ପ୍ରବାସିନୀ ମିଶ୍ର, ମିନତୀ ମିଶ୍ର ଏବଂ ସନ୍ଦୀପ କର୍ମକାର, ତପନ ସେଠି ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ ଧନ୍ୟବାଦ ଅର୍ପଣ କରିଥିଲେ କ୍ରିଷ୍ଣା ମହାପାତ୍ର।

ଆଲୋଚନା ଚକ୍ର ଗାଣପତ୍ୟ ଉପାସନା ବାଣପୁର ଶ୍ରୀଜଗନ୍ନାଥ ସଂସ୍କୃତି
Share. Facebook Twitter LinkedIn Email WhatsApp Copy Link

Related Posts

ସର୍ବସାଧାରଣ ସ୍ଥାନରେ ଫୁଟିପାରିବ ନାହିଁ ବାଣ: ବମ୍ବେ ହାଇକୋର୍ଟ

October 15, 2026

ଆନ୍ତର୍ଜାତିକ ଫିଲ୍ମ ଉତ୍ସବ ଲାଗି ମିଡିଆ ଅଧିସ୍ୱୀକୃତି ସମୟ ସୀମା ବୃଦ୍ଧି

October 15, 2026

ଲୋକଭବନରେ ୧୪୪ଟି ଆବାସିକ କ୍ୱାର୍ଟର୍ସ ନିର୍ମାଣ ପାଇଁ ରାଜ୍ୟପାଳଙ୍କ ଭିତ୍ତିପ୍ରସ୍ତର ସ୍ଥାପନ

October 15, 2026

ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ ‘ସୁରଭି-୨୦୨୬’ ଉଦଯାପିତ

October 15, 2026
Latest News

ସର୍ବସାଧାରଣ ସ୍ଥାନରେ ଫୁଟିପାରିବ ନାହିଁ ବାଣ: ବମ୍ବେ ହାଇକୋର୍ଟ

October 15, 2026

ଆନ୍ତର୍ଜାତିକ ଫିଲ୍ମ ଉତ୍ସବ ଲାଗି ମିଡିଆ ଅଧିସ୍ୱୀକୃତି ସମୟ ସୀମା ବୃଦ୍ଧି

October 15, 2026

ଲୋକଭବନରେ ୧୪୪ଟି ଆବାସିକ କ୍ୱାର୍ଟର୍ସ ନିର୍ମାଣ ପାଇଁ ରାଜ୍ୟପାଳଙ୍କ ଭିତ୍ତିପ୍ରସ୍ତର ସ୍ଥାପନ

October 15, 2026

ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ ‘ସୁରଭି-୨୦୨୬’ ଉଦଯାପିତ

October 15, 2026

ଯାତ୍ରୀ ଆୟ ଓ ଟିକେଟ୍ ବୁକିଂରେ ପୂର୍ବତଟ ରେଳପଥର ଉଲ୍ଲେଖନୀୟ ଅଭିବୃଦ୍ଧି

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.