Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମା’ ଭଗବତୀଙ୍କ ମନ୍ଦିରରେ ଷଷ୍ଠୀ ଓଷାର ସ୍ଥିର ହେଲା ଲଗ୍ନ: ଜାଣନ୍ତୁ କେବେ ବିଜେ କରିବେ ମା’କାଠି ଠାକୁରାଣୀ?
ଆଜିର ଖବର

ମା’ ଭଗବତୀଙ୍କ ମନ୍ଦିରରେ ଷଷ୍ଠୀ ଓଷାର ସ୍ଥିର ହେଲା ଲଗ୍ନ: ଜାଣନ୍ତୁ କେବେ ବିଜେ କରିବେ ମା’କାଠି ଠାକୁରାଣୀ?

September 16, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Bhagabati
ମା' ଭଗବତୀଙ୍କ ମନ୍ଦିରରେ ଷଷ୍ଠୀ ଓଷାର ସ୍ଥିର ହେଲା ଲଗ୍ନ: ଜାଣନ୍ତୁ କେବେ ବିଜେ କରିବେ ମା'କାଠି ଠାକୁରାଣୀ?

ବାଣପୁର: ଶକ୍ତିକ୍ଷେତ୍ର ବାଣପୁରର ମା’ ଭଗବତୀ ମନ୍ଦିରରେ ଶାରଦୀୟ ପର୍ବର ପ୍ରଥମ ଉତ୍ସବ ପବିତ୍ର ଷଷ୍ଠୀ ଓଷାର ନୀତିକାନ୍ତି ନିମନ୍ତେ ମନ୍ଦିର ପାଞ୍ଜି ଗଣକ ଖଡ଼ିରତ୍ନ ଶରତଚ଼ନ୍ଦ୍ର ନାୟକ ଲଗ୍ନସ୍ଥିର କରିଛନ୍ତି। ଏହି ଅନୁସାରେ ଚ଼ଳିତ ଭାଦ୍ରବ ଶୁକ୍ଳ ଷଷ୍ଟି ୧୭-୦୯-୨୬ ରିଖ ଗୁରୁବାର ଦିବା ୧୨ ଘଟିକା ୫୮ ମିନିଟରୁ ଅମୃତ ବେଳା ଆରମ୍ଭ। ଏହି ସମୟରେ ମା’ଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣୀ ନିଯୋଗୀ ସେବାୟତଙ୍କ ସହିତ ଥାଟ ପଟୁଆରରେ ଶ୍ରୀ ଶ୍ରୀଦକ୍ଷେଶ୍ଵର ମନ୍ଦିରରୁ ନିଜ ମନ୍ଦିରକୁ ଯାତ୍ରା କରିବେ। ଏହି ସମୟକୁ ସମଗ୍ର ବାଣପୁରବାସୀ ଗୃହୀଣିମାନେ ଘରମାନଙ୍କରେ ଥିବା ଶୀଳ ପଥର ଦେହରେ ହଳଦୀ କଉଡ଼ିରେ ମା’ଷଷ୍ଠି ଦେବୀଙ୍କ ପ୍ରତିମା ସଂରଚ଼ନା କରି ଦୀପ ଧୂପ ଚନ୍ଦନ ସିନ୍ଦୁର ପୁଷ୍ପମାଳ ଆୟ ଅଳଙ୍କାରରେ ସଜାଇ ପରମ୍ପରାନୁସାରେ କ୍ଷିରି ଖେଚଡ଼ି ପିଠାପଣା ସହିତ ନାନାଦି ବ୍ୟଞନ ପ୍ରସ୍ତୁତ ପୂର୍ବକ ମା’ଙ୍କ ଯାତ୍ରା କାଳକୁ ଅପେକ୍ଷା କରିଥାନ୍ତି।

ସ୍ଥାନୀୟ ଅଞ୍ଚଳର ପରମ୍ପରା ଅନୁସାରେ ପିତ୍ରାଳୟରୁ ବାଣପୁର ବଡ଼ ଦାଣ୍ଡରେ ମା’କାଠି ଠାକୁରାଣୀଙ୍କ ଯାତ୍ରା କାଳରେ ଘଣ୍ଟକାହାଳୀ ବାଜିବା ମାତ୍ରେ ସମସ୍ତଙ୍କ ଘରମାନଙ୍କରେ ଏକ ସମୟରେ ଶଙ୍ଖ ହୁଳହୁଳି ପଡିବା ସହିତ ଗୃହୀଣି ମାନେ ନିଜ ନିଜଘର ମାନଙ୍କରେ ଆୟୁଷର ଦେବୀ ମା’ଷଷ୍ଠିଦେବୀଙ୍କୁ ଆବାହନ କରି ପୂଜା ବିଧି ଆରମ୍ଭ କରିବା ସହିତ ଷଠି ବ୍ରତ ଓ ଘରେ ପ୍ରସ୍ତୁତ କରିଥିବା ଖେଚଡ଼ି ଖିରୀ, ଛପିଠା, ଛ ତିଅଣ, ଛଭଜା, ଆମ୍ବିଳ, ଶାଗ ମୁଗ ଇତ୍ୟାଦି ଆମିଷ ନିରାମିଷ ନୈବେଦ୍ୟ ଷଷ୍ଠୀଦେବୀ ସ୍ୱରୁପିଣୀ ମା’ଭଗବତୀଙ୍କୁ ଅର୍ପଣ କରି ପରିବାରର ମଙ୍ଗଳ କାମନା ସହିତ ପିଲାମାନଙ୍କର କୋଟିଆୟୁଷଭିକ୍ଷା କରନ୍ତି ଏବଂ ଘରର ସମସ୍ତେ ଏକତ୍ର ବସି ପ୍ରସାଦ ସେବନ କରନ୍ତି।

ମା’କାଠି ଠାକୁରାଣୀ ମନ୍ଦିରକୁ ଯାତ୍ରା ନକରିଥିବା ସମୟରେ ଘର ମାନଙ୍କରେ କେହିବି ପୂଜା କରନ୍ତି ନାହିଁ। ବାଣପୁର ଅଞ୍ଚଳରେ ମା’ ଭଗବତୀଙ୍କ ମନ୍ଦିରକୁ ଆଧାର କରି ମନ୍ଦିରର ପର୍ବପର୍ବାଣୀ ଜାନିଯାତ୍ରା ଅନୁସାରେ ସର୍ବତ୍ର ପାଳନ କରାଯାଏ। ପଶ୍ଚିମ ଓଡ଼ିଶାର ନୁଆଁଖାଇ ଜୁହାର ପରି ବାଣପୁର ଅଞ୍ଚଳରେ ପାଳିତ ଏହି ପ୍ରଧାନପର୍ବ ରେ କନିଷ୍ଟମାନେ ବରିଷ୍ଠ ମାନଙ୍କୁ ମୁଣ୍ଡିଆ ମାରନ୍ତି ଏବଂ ପରିବାର ମୁଖିଆମାନେ ପୂଜାରେ ବ୍ୟବହୃତ ରକ୍ଷା କବଚ ଷଠି କନା କନିଷ୍ଟମାନଙ୍କ ହାତରେ ବାନ୍ଧି ବଜ୍ରମୂଳି ଗଛରେ ଛଥର ଝାଡ଼ିଦେଇ ବଜ୍ରପରି ଶକ୍ତ ନିରାମୟ ଜୀବନ ଆଶୀର୍ବାଦ କରନ୍ତି।

ଶାରଦୀୟ ପର୍ବ ପ୍ରାରମ୍ଭର ଏହି ଆଦ୍ୟଉତ୍ସବ ଷଷ୍ଠି ଓଷାରେ ଗୋଟିଏ ଦିନ ମା’କାଠି ଠାକୁରାଣୀ ଦିନ ବେଳା ନିଜ ମନ୍ଦିରକୁ ଯାତ୍ରା କରିବାର ପରମ୍ପରା କାହିଁ ଆଦିମକାଳରୁ ଚଳିଆସୁଥିବା କଥା ମନ୍ଦିର କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

ମା'କାଠି ଠାକୁରାଣୀ ମା’ ଭଗବତୀ ଷଷ୍ଠୀ ଓଷା
Share. Facebook Twitter LinkedIn Email WhatsApp Copy Link

Related Posts

ସାକ୍ଷୀଙ୍କୁ ଧମକ ଅଭିଯୋଗ: ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ନାଁରେ ପୁଣି ମାମଲା ରୁଜୁ

September 16, 2026

ପୁଣି ଏପ୍ରିଲ ୧ରୁ ଖୋଲିବ ସୁଭଦ୍ରା ପୋର୍ଟାଲ

September 16, 2026

ହଟିବେ ଅଗରକର!: ଟିମ୍ ଇଣ୍ଡିଆକୁ ମିଳିବ ନୂତନ ମୁଖ୍ୟ ଚୟନକର୍ତ୍ତା

September 16, 2026

ସମୁଦ୍ରରେ ଭାରତୀୟ ଯୁଦ୍ଧଜାହାଜକୁ ଧକ୍କା ଦେଲା ପାକିସ୍ତାନ ଯୁଦ୍ଧଜାହାଜ: ଆକ୍ସନ ମୋଡରେ ଭାରତ

September 16, 2026
Latest News

ମା’ ଭଗବତୀଙ୍କ ମନ୍ଦିରରେ ଷଷ୍ଠୀ ଓଷାର ସ୍ଥିର ହେଲା ଲଗ୍ନ: ଜାଣନ୍ତୁ କେବେ ବିଜେ କରିବେ ମା’କାଠି ଠାକୁରାଣୀ?

September 16, 2026

ସାକ୍ଷୀଙ୍କୁ ଧମକ ଅଭିଯୋଗ: ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ନାଁରେ ପୁଣି ମାମଲା ରୁଜୁ

September 16, 2026

ପୁଣି ଏପ୍ରିଲ ୧ରୁ ଖୋଲିବ ସୁଭଦ୍ରା ପୋର୍ଟାଲ

September 16, 2026

ହଟିବେ ଅଗରକର!: ଟିମ୍ ଇଣ୍ଡିଆକୁ ମିଳିବ ନୂତନ ମୁଖ୍ୟ ଚୟନକର୍ତ୍ତା

September 16, 2026

ସମୁଦ୍ରରେ ଭାରତୀୟ ଯୁଦ୍ଧଜାହାଜକୁ ଧକ୍କା ଦେଲା ପାକିସ୍ତାନ ଯୁଦ୍ଧଜାହାଜ: ଆକ୍ସନ ମୋଡରେ ଭାରତ

September 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.