ବାଣପୁର: ଆଜି ଶ୍ରୀଶ୍ରୀଠାକୁର ଅନୁକୁଳଚନ୍ଦ୍ରଙ୍କର ପୂଣ୍ୟ ୧୩୯ତମ ଜନ୍ମ ଦିବସ ବାଣପୁର ସତସଙ୍ଗ ବିହାର ଠାରେ ପରମ ପ୍ରେମମୟଙ୍କର ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଭାଦ୍ରବ ସତସଙ୍ଗ ପରିକ୍ରମାର ଉଦଯାପନୀ ଦିବସରେ ବହୁ ଶ୍ରଦ୍ଧାଳୁଙ୍କର ସମାଗମ ଦେଖିବାକୁ ମିଳିଛି। ପ୍ରାୟ ଏକ ମାସ ଧରି ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଯୋଗ ଦେଇ ନିଜେ ଧନ୍ୟ ମନେ କରିଛନ୍ତି।
ପ୍ରଥମେ ଶୁଭ ଶଙ୍ଖ ଧ୍ୱନି ପରେ ପ୍ରାର୍ଥନା ଆରମ୍ଭ କରାଯାଇଥିଲା। ଠକୁରଙ୍କ ସତ୍ୟ ଅନୁସରଣ ସହିତ ନାରୀନିତୀ ଗ୍ରନ୍ଥ ପାଠ ପଠନ କରାଯାଇଥିଲା। ମହେଶ୍ୱର ଜେନା ଶ୍ରୀ ଶ୍ରୀ ଠାକୁରଙ୍କ ଭଜନ ପରିବେଷଣ ସହିତ ଠାକୁରଙ୍କ ଯାଜନ କରିଥିଲେ।
ଚିଲିକା ନିର୍ବାଚନ ମଣ୍ଡଳୀର ଚିଲିକା ବ୍ଲକ ଓ ବାଣପୁର ବ୍ଲକ ଅଞ୍ଚଳର ପ୍ରତେକ ଗୁରୁଭାଇ ଓ ଗୁରୁମା ବହୁ ସଂଖ୍ୟାରେ ଯୋଗ ଦେଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଭାଜପା ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, ବାଣପୁର ଏନେଏସି ବିଜେପିର ଯୁବ ସଙ୍ଗଠକ ଦେବୀ ପ୍ରସାଦ ମିଶ୍ର ଓ ପ୍ରମୁଖ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।
ପରିଶେଷରେ ଠକୁରଙ୍କ ଯାଜନ ସାନ କରିବା ସହିତ ପ୍ରତ୍ୟେକ ଗୁରୁଭାଇ, ଗୁରୁମାମାନେ ବନ୍ଦେ ପୁରୁଷୋତ୍ତମ ଧ୍ୱନିରେ ପ୍ରକମ୍ପିତ ହୋଇ ଏକ ସୁନ୍ଦର ଆଧ୍ୟାତ୍ମିକତା ପରିବେଶ ସୃଷ୍ଟି ହୋଇଥିଲା ତତସହିତ ଆନନ୍ଦ ବଜାର ପ୍ରସାଦ ସେବନ ସାରି ଗୁରୁଭାଇ ଓ ଗୁରୁମା ମାନେ ନିଜକୁ ଧନ୍ୟ ମନେ କରିଥିଲେ।


