Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆ ଆଇଡିଏସ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍ୱତନ୍ତ୍ର ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ
ଆଜିର ଖବର

ସୋଆ ଆଇଡିଏସ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍ୱତନ୍ତ୍ର ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

September 17, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସୋଆ ଆଇଡିଏସ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍ୱତନ୍ତ୍ର ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ
ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଟାଂଲ ସାଇନସେସ୍ (ଆଇଡିଏସ୍‌)ରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କ ଗ୍ରାଜୁଏସନ୍ ଉତ୍ସବ ଗୁରୁବାର ଦିନ ଆୟୋଜିତ ହୋଇଯାଇଛି।
ଆଇଡିଏସ୍‌ର ୨୦୨୦-୨୦୨୫ ବ୍ୟାଚ୍‌ର ବ୍ୟାଚଲର ଅଫ୍ ଡେଂଟାଲ ସର୍ଜରୀ (ବିଡିଏସ୍‌) ଏବଂ ୨୦୨୨-୨୦୨୫ ବ୍ୟାଚ୍‌ର ମାଷ୍ଟର ଅଫ୍ ଡେଂଟାଲ ସର୍ଜରୀ (ଏମ୍‌ଡିଏସ୍‌) ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଏହି ସ୍ୱତନ୍ତ୍ର ଗ୍ରାଜୁଏସନ୍ କାର୍ଯ୍ୟକ୍ରମର ଆୟୋଜନ କରାଯିବା ସହ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି।

କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଡିଗ୍ରୀ ପ୍ରଦାନ କରିବା ସହ ଶପଥ ପାଠ କରାଇଥିଲେ। ଏହି ଅବସରରେ କୁଳପତି ପ୍ରଫେସର ନନ୍ଦ କହିଥିଲେ ଯେ ଏହି ଡିଗ୍ରୀ କେବଳ ଖଣ୍ଡେ କାଗଜ ନୁହେଁ, ଏହା ପରିଶ୍ରମ, ଧୈର୍ଯ୍ୟ, ସମୟାନୁବର୍ତୀତା, ଶୃଙ୍ଖଳା, ସଂଘର୍ଷ ଓ ପ୍ରତିବଦ୍ଧତାର ପ୍ରତୀକ।

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍ନାଲ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗସ୍‌ର ଦଶମ ସଂସ୍କରଣରେ ଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟ ଗୁଡ଼ିକ ମଧ୍ୟରେ ସୋଆ ୧୫ ତମ ସ୍ଥାନ ହାସଲ କରିଥିବା ବେଳେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ ଏହାର ୯ମ ସ୍ଥାନ ବଜାୟ ରଖିଛି। ଏଭଳି ଶିକ୍ଷାନୁଷ୍ଠାନରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ମାନକୁ ଉଚ୍ଚକୁ ନେବା ପାଇଁ ଆହ୍ୱାନ ଦେଇ ପ୍ରଫେସର ନନ୍ଦ କହିଥିଲେ ତୁମ୍ଭେମାନେ ସୋଆର ବ୍ରାଣ୍ଡ ଆମ୍ବାସଡର।

ଏହି ଅବସରରେ ଉପକୁଳପତି ପ୍ରଫେସର (ଡାକ୍ତର) ପ୍ରସେନ୍‌ଜିତ ମହାନ୍ତି ଓ ପ୍ରଫେସର (ଡାକ୍ତର) ନୀତା ମହାନ୍ତି, କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ ପ୍ରଫେସର ମଞ୍ଜୁଳା ଦାସ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସଙ୍କ ସମେତ ବିଭାଗୀୟ ମୁଖ୍ୟ ଓ ଫ୍ୟାକଲ୍ଟିମାନେ ଉପସ୍ଥିତ ଥିଲେ।

ଆଇଡିଏସ୍‌ର ଡିନ୍ ପ୍ରଫେସର (ଡାକ୍ତର) ରୁଚି ଭୂୟାଁ ବାର୍ଷିକ ବିବରଣୀ ପ୍ରଦାନ କରିବା ସହିତ କହିଥିଲେ ଯେ ଛାତ୍ରଛାତ୍ରୀ ମାନେ ଉଚ୍ଚକୋଟୀର ଶିକ୍ଷା ଲାଭ କରିବା ସହିତ ସେମାନେ ଡେଟାଂଲ ସାଇନସେସ୍‌ରେ ପ୍ରଯୁକ୍ତିବିଦ୍ୟା ଓ ମାନବିକତା ମଧ୍ୟରେ ସନ୍ତୁଳନ ରକ୍ଷା କରି ରୋଗୀମାନଙ୍କୁ ଚିକିତ୍ସା ପ୍ରଦାନ କରିବା ଉଚିତ୍। କୃତ୍ରିମ ବୃଦ୍ଧିମତାକୁ ଚିକିତ୍ସା ମାଧ୍ୟମରେ ବ୍ୟବହାର କରି ଭବିଷ୍ୟତରେ କିପରି ଉନ୍ନତ ମାନର ଚିକିତ୍ସା ପ୍ରଦାନ କରାଯାଇପାରିବ ସେ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଫେସର (ଡାକ୍ତର) ଭୂୟାଁ ଆହ୍ୱାନ ଦେଇଥିଲେ। ଆଇଡିଏସ୍‌ର ଆସୋସିଏଟ୍ ଡିନ୍ ପ୍ରଫେସର (ଡାକ୍ତର) ଅଭିଜିତା ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଶିକ୍ଷା ଓ ଅନୁସନ୍ଧାନ ସୋଆ ବିଶ୍ୱବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଉଜ୍ଜୟିନୀ ହୋଟେଲରେ ଭୟଙ୍କର ଦୁର୍ଘଟଣା, ଗ୍ୟାସ୍ ଲିକ୍‌ରେ ୪ ମୃତ

November 1, 2026

୨୩ କିମି ବେଗରେ ମାଡ଼ି ଆସୁଛି ବାତ୍ୟା ମୁରାସୁ, କାଲି ଭୀଷଣ ବାତ୍ୟା ଆଶଙ୍କା

November 1, 2026

ଆଜି ଗ୍ଲେନ ଫିଲିପ୍ସ ଟାର୍ଗେଟରେ ୩ ବଡ଼ ରେକର୍ଡ: ଶତକର ହେବେ ନୂଆ ବାଦଶାହ

November 1, 2026

INDIA ମେଣ୍ଟ ରାଲି ପୂର୍ବରୁ କଡା ସୁରକ୍ଷା: ୪୦୦୦ ପୁଲିସ, CAPFର ୨୭୦ କମ୍ପାନୀ ମୁତୟନ

November 1, 2026
Latest News

ଉଜ୍ଜୟିନୀ ହୋଟେଲରେ ଭୟଙ୍କର ଦୁର୍ଘଟଣା, ଗ୍ୟାସ୍ ଲିକ୍‌ରେ ୪ ମୃତ

November 1, 2026

୨୩ କିମି ବେଗରେ ମାଡ଼ି ଆସୁଛି ବାତ୍ୟା ମୁରାସୁ, କାଲି ଭୀଷଣ ବାତ୍ୟା ଆଶଙ୍କା

November 1, 2026

ଆଜି ଗ୍ଲେନ ଫିଲିପ୍ସ ଟାର୍ଗେଟରେ ୩ ବଡ଼ ରେକର୍ଡ: ଶତକର ହେବେ ନୂଆ ବାଦଶାହ

November 1, 2026

INDIA ମେଣ୍ଟ ରାଲି ପୂର୍ବରୁ କଡା ସୁରକ୍ଷା: ୪୦୦୦ ପୁଲିସ, CAPFର ୨୭୦ କମ୍ପାନୀ ମୁତୟନ

November 1, 2026

ଭୁବନେଶ୍ୱରରେ ଭୟଙ୍କର ସିରିଜ୍ ଦୁର୍ଘଟଣା: ଜୀବନ ନେଲା ଦ୍ରୁତଗାମୀ ବସ୍, ୨ ମୃତ; ଏକାଧିକ ଆହତ

November 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.